ETV Bharat / city

NBW ଅଭିଯୁକ୍ତଙ୍କୁ ଧରି ପାରୁନି ପୋଲିସ ! ଜାଣନ୍ତୁ କେଉଁ ଥାନାରେ କେତେ ପେଣ୍ଡିଂ - ଜାମିନ‌ବିହୀନ ପରଓ୍ବାନା ଅଭିଯୁକ୍ତ ତାଲିକା

କୋର୍ଟଙ୍କ ନିର୍ଦ୍ଦେଶ NBW ଅଭିଯୁକ୍ତଙ୍କୁ ଗିରଫ କର । ୨୯୮୮ଟି NBW ବା ଜାମିନ‌ବିହୀନ ପରଓ୍ବାନା ଥିବା ଅଭିଯୁକ୍ତଙ୍କୁ ଧରିପାରୁନାହାନ୍ତି କମିସନରେଟ ପୋଲିସର ଥାନାଧିକାରୀ। ଅଧିକ ପଢନ୍ତୁ

NBW
NBW ଅଭିଯୁକ୍ତଙ୍କ ପ୍ରତି କେଉଁ ଥାନା ଅଧିକାରୀଙ୍କ ପ୍ରୀତି, ଦେଖନ୍ତୁ ତାଲିକା କେଉଁ ଥାନାରେ କେତେ ପେଣ୍ଡିଂ
author img

By

Published : Dec 26, 2021, 10:00 AM IST

ଭୁବନେଶ୍ବର: କୋର୍ଟଙ୍କ ନିର୍ଦ୍ଦେଶ NBW ଅଭିଯୁକ୍ତଙ୍କୁ ଗିରଫ କର। ହେଲେ ତଥାପି ଧରିପାରୁନାହାନ୍ତି। ୨୯୮୮ଟି NBW ବା ଜାମିନ‌ବିହୀନ ପରଓ୍ବାନା ଥିବା ଅଭିଯୁକ୍ତଙ୍କୁ ଧରିପାରୁନାହାନ୍ତି କମିସନରେଟ ପୋଲିସର ଥାନାଧିକାରୀ। ଅର୍ଥାତ ୨୨ଟି ଥାନାରେ ଫେରାର ଥିବା ଏହି NBW ଅପରାଧିଙ୍କୁ ଦୀର୍ଘ ଦୁଇ ବର୍ଷ ଧରି ପାଉନାହାନ୍ତି । ଫଳରେ ବର୍ଷ ପରେ ବର୍ଷ ପୋଲିସ ଉପରେ ଲଳିତା ବିଡା ବୋଝ ପରି ଏବେ ଜାମିନବିହୀନ ପରଓ୍ବାନା ଥିବା ଅଭିଯୁକ୍ତଙ୍କ ଧରିବାକୁ ଲମ୍ବା ଲିଷ୍ଟ ସାମ୍ନାକୁ ଆସିଛି । ଅର୍ଥାତ ଏଯାବତ ୨୯୮୮ଟି NBW ବା ଜାମିନ‌ବିହିନ ପରଓ୍ବାନା ଥିବା ଅପରାଧିଙ୍କୁ ଧରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ଯେଉଁମାନେ କୋର୍ଟରେ ବିଭିନ୍ନ ମାମଲାରେ‌ ଅଭିଯୁକ୍ତ ଅଟନ୍ତି । କାହାଠୁ ଟଙ୍କା ନେଇ ଫେରାର ହୋଇଥିବା ଅପରାଧି ବା କାହାଠୁ ଜାଗାବାଡି ନେଇ ଠକେଇ କରିଥିବା ଅପରାଧି । ଅବା କାହା ନାଁରେ ଧର୍ତ୍ତବ୍ୟ ଅପରାଧ ଭଳି ସଂଗିନ ଅଭିଯୋଗ ଥିବା ଅପରାଧି ଯାହାକୁ କୋର୍ଟ ନିର୍ଦେଶ କ୍ରମେ ବିଭିନ୍ନ ଥାନା ଅଞ୍ଚଳରେ ବୁଲୁଥିବା ଅପରାଧିଙ୍କୁ ଧରିବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ।

NBW
NBW ଅଭିଯୁକ୍ତଙ୍କ ପ୍ରତି କେଉଁ ଥାନା ଅଧିକାରୀଙ୍କ ପ୍ରୀତି, ଦେଖନ୍ତୁ ତାଲିକା କେଉଁ ଥାନାରେ କେତେ ପେଣ୍ଡିଂ

ଅନେକ ସମୟରେ NBW ଥିବା ଅନେକ ଅପରାଧି ସର୍ବସାଧାରଣରେ ବୁଲୁଥିଲେ ବି ପୋଲିସ ସେମାନଙ୍କୁ ଧରେନି ବୋଲି ଶୁଣିବାକୁ ମିଳେ । ଗତ ବର୍ଷ ୨୦୩୯ ଟି ଜାମିନ ବିହୀନ ପରୱାନା ଧରିବାରେ ବକେୟା ଥିବା ବେଳେ ଏବର୍ଷର ୯୪୯ଟି ଆଉ ନୂଆ ମିଶି ମୋଟ ଜାମିନ ବିହୀନ ପରୱାନା ୨୯୮୮ଟି ହୋଇଛି।

ସେଥିମଧ୍ୟରୁ ୨୦୦୭ଟି ବକେୟା ୱାରେଣ୍ଟ ଏବେ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭିନ୍ନ ଥାନା ମାନଙ୍କରେ ପେଣ୍ଡି ଥିବା ବେଳେ ଥିବାବେଳେ ଜଟଣୀରେ ସର୍ବାଧିକ ୩୩୨ଟି, ନୟାପଲ୍ଲୀରେ ୩୨୦ ଟି ତଥା ସହିଦନଗର୧୩୨ଟି , ଖଣ୍ଡଗିରି ୧୩୦ଟି, ଚନ୍ଦକା ୧୨୮ଟି ଓ ଚନ୍ଦ୍ରଶେଖରପୁର ଥାନାରେ ୧୦୧ଟି ଜାମିନ ବିହୀନ ପରୱାନା ଅଭିଯୁକ୍ତଙ୍କୁ ଧରିବାରେ ଏଯାବତ ବାକି ରହିଛି । ଦେଖିବାର କଥା କମିସନରେଟରେ କାମ କରୁଥିବା ଏହି ଦକ୍ଷ ଅଫିସର ମାନେ କିଭଳି ଏହି ଫେରାର ଆସାମୀଙ୍କୁ ଧରିବାରେ ସଫଳ ହେଉଛନ୍ତି ।

ନିରିହ ଲୋକଙ୍କୁ ଠକି ବୁଲୁଥିବା ଏହି ଅପରାଧିମାନଙ୍କୁ କିପରି ଦଣ୍ଡ ହେବାରେ ସଫଳ‌ହେଉଛନ୍ତି କୋର୍ଟ ତାହା‌ଦେଖିବାକୁ ବାକି ରହିଲା। କାରଣ ଏଭଳି ଢଙ୍ଗରେ କିଛିଦିନ ଧରି ଫେରାର ଥିଲେ ଅଭିନେତା ପୁପିନ୍ଦର‌ । ପରେ ଏନବିଡବ୍ଲୁ ଜରିଆରେ ପୋଲିସ ତାଙ୍କୁ ଧରିଥିଲା । ପରେ କୋର୍ଟରେ ଟଙ୍କା ନେଇଥିବା ଲୋକକୁ ପ୍ରତିଶୃତି ଦେବା ସର୍ତ୍ତରେ ତାଙ୍କୁ କୋର୍ଟ ଜାମିନ ଦେଇଥିଲେ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.