ଭୁବନେଶ୍ବର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗୁ ରହିଛି । ଏନେଇ ଜଳସମ୍ପଦ ସର୍ବୋଚ୍ଚ ସଚିବ ଜୋତ୍ରିମୟୀ ରଥ କହିଛନ୍ତି ଯେ ସଜାଗ ହୋଇଛନ୍ତି ସରକାର ,ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । କେବଳ ଦକ୍ଷିଣ ଓଡିଶାକୁ ଛାଡି ଓଡିଶାର ସମସ୍ତ ସ୍ଥାନରେ ବର୍ଷା ହେଉଛି ବୋଲି ସେ କହିଛନ୍ତି ।
ଛତିଶଗଡ ଓ ଝାଡ଼ଖଣ୍ଡରେ ଆଜି ବର୍ଷାର ସମ୍ଭାବନା ନାହିଁ। କେବଳ ଜଳକା ନଦୀକୁ ଛାଡିଲେ ଆଉ ସମସ୍ତ ନଦୀର ଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ବୋଲି ସେ କହିଛନ୍ତି । ହୀରାକୁଦରେ 16ଟି ଗେଟ ଖୋଲା ଯାଇଛି। ହୀରାକୁଦରେ ଘଣ୍ଟା ପ୍ରତି 2 ଲକ୍ଷ 50 ହଜାର ଘନଫୁଟ ଜଳ ପ୍ରଭାହିତ ହେଉଛି. 2 ଲକ୍ଷ 70 ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି । ନଦୀବନ୍ଧ ଦୁର୍ବଳ ଥିବା 48 ଟି ସ୍ଥାନରେ ବାଲିବସ୍ତା, ବାଉଁଶ, ବଲାହା ମହଜୁଦ ଅଛି। ଗତବର୍ଷ ମରାମତି ହୋଇଥିବା ନଦୀବନ୍ଧ ଗୁଡିକ ଉପରେ ନଜର ରଖିଛୁ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ