ଭୁବନେଶ୍ବର: ରାଜ୍ୟ ସରକାର ଆଶ୍ୱସ୍ତ। ଲଗାତର ଦ୍ଵିତୀୟ ଦିନ ପାଇଁ ରାଜ୍ୟରେ କୌଣସି କୋରୋନା ପଜିଟିଭ ନାହିଁ । ଗତକାଲି 843 ସାମ୍ପୁଲ ପରୀକ୍ଷା ହୋଇଥିଲା। ସେଥିରେ ସମସ୍ତ ରିପୋର୍ଟ ନେଗେଟିଭ ରହିଛି ।
![ଲଗାତାର ଦ୍ବିତୀୟ ଦିନ ପାଇଁ ରାଜ୍ୟରେ ନାହିଁ କୋରୋନା ପଜିଟିଭି](https://etvbharatimages.akamaized.net/etvbharat/prod-images/od-bbs-1-coronaupdate-avo-7205239_17042020085034_1704f_1587093634_472.jpg)
ଫଳରେ ରାଜ୍ୟରେ ପଜିଟିଭ ସଂଖ୍ୟା 60 ରେ ସୀମିତ ରହିଛି । ଏଥିମଧ୍ୟରୁ 19 ଜଣ ସୁସ୍ଥ ଅଛନ୍ତି । ଗତ ବୁଧବାର 15 ଏପ୍ରିଲ ଗୋଟିଏ ଦିନରେ 1197ଟି ନମୁନା ପରୀକ୍ଷା ହୋଇଥିଲା । ସମସ୍ତ ରିପୋର୍ଟ ନେଗେଟିଭ ରହିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ