ଭୁବନେଶ୍ବର: ୨୪ ଘଣ୍ଟାର ମହଲତ ପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ୧୫ରେ ଡିଜି କ୍ୟାମ୍ପ ଅଫିସ ଘେରାଉ କରିବ କଂଗ୍ରେସ । ଏନେଇ ଆଜି ରାଜ୍ୟ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ କଂଗ୍ରେସ ସାରା ରାଜ୍ୟରେ ପ୍ରତିବାଦ କରୁଥିବା ବେଳେ ବରଗଡ଼ ଜିଲ୍ଲାରେ ଛାତ୍ର କଂଗ୍ରେସ ମଧ୍ୟ ପ୍ରତିବାଦ କରିଥିଲେ। କିନ୍ତୁ ଏହି ସମୟରେ ପୋଲିସ ଉପସ୍ଥିତିରେ ବିଜେଡି ଗୁଣ୍ଡାମାନେ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କଲେ। ହେଲେ ସେଠାରେ ଯିଏ ମାଡ଼ ମାରୁଛି ପୋଲିସ ତାକୁ ଛାଡ଼ି ଦେଉଛି, ହେଲେ ଯିଏ ମାଡ଼ ଖାଉଛି ପୋଲିସ୍ ତାକୁ ଗିରଫ କରୁଛି । ଯାହା ରାଜ୍ୟ ସରକାରଙ୍କ ହିଟଲର୍ ଶାସନର ଏକ ବଳିଷ୍ଠ ନମୁନା। ସେ ଭାବୁଛନ୍ତି ଛାତ୍ର କଂଗ୍ରେସକୁ ଅଟକାଇ ଦେବେ । ଯାହା ବି ହେଇ ଯାଉ ଛାତ୍ର କଂଗ୍ରେସ ଚୁପ୍ ବସିବ ନାହିଁ ବୋଲି ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ୱାଜ କହିଛନ୍ତି। ତେଣୁ ମାଡ଼ ମରାଯିବା ବେଳେ ଯେଉଁ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ, ସେମାନଙ୍କୁ ତୁରନ୍ତ ନିଲମ୍ବନ କରାଯାଉ। ଏହାସହ ଯେଉଁ ବିଜେଡ଼ି ଗୁଣ୍ଡାମାନେ ଛାତ୍ର କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିଛନ୍ତି ତାଙ୍କୁ ତୁରନ୍ତ ଗିରଫ କରାଯାଉ। ଏଥିପାଇଁ ୨୪ ଘଣ୍ଟାର ସମୟ ଦେଇଛି ଛାତ୍ର କଂଗ୍ରେସ। ଯଦି ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତା’ହେଲେ ଆସନ୍ତା ନଭେମ୍ବର ୧୫ରେ ଡିଜି କ୍ୟାମ୍ପ ଅଫିସ ଘେରାଉ କରିବା ସହ ନବୀନ ନିବାସ ଘେରାଉ କରିବ ଛାତ୍ର କଂଗ୍ରେସ।
୨୪ ଘଣ୍ଟାରେ କାର୍ଯ୍ୟାନୁଷ୍ଠାନ ନ ନେଲେ ୧୫ରେ ଡିଜି କ୍ୟାମ୍ପ ଅଫିସ ଘେରାଉ କରିବ କଂଗ୍ରେସ - ରାଜ୍ୟ କଂଗ୍ରେସ ଖବର
ଯିଏ ମାଡ଼ ମାରୁଛି ପୋଲିସ ତାକୁ ଛାଡ଼ି ଦେଉଛି, ହେଲେ ଯିଏ ମାଡ଼ ଖାଉଛି ପୋଲିସ୍ ତାକୁ ଗିରଫ କରୁଛି । ୨୪ ଘଣ୍ଟାର ମହଲତରେ କାର୍ଯ୍ୟାନୁଷ୍ଠାନ ନ ନେଲେ ୧୫ରେ ଡିଜି କ୍ୟାମ୍ପ ଅଫିସ ଘେରାଉ କରିବ କଂଗ୍ରେସ କହିଛି । ଅଧିକ ପଢନ୍ତୁ...