ETV Bharat / city

Niti Aayoga Vice Chairman: 3 ଦିନିଆ ଓଡିଶା ଗସ୍ତ, ଯାଇପାରନ୍ତି ପୁରୀ - ଓଡିଶା ଆସିବେ ନୀତି ଆୟୋଗ ଉପାଧ୍ୟକ୍ଷ

ଆସନ୍ତାକାଲି(ବୁଧବାର) ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର(Niti Aayoga Vice Chairman Rajeev kumar) ।

୩ ଦିନିଆ ଓଡିଶା ଗସ୍ତରେ ଆସିବେ Niti Aayoga Vice President

author img

By

Published : Dec 14, 2021, 1:01 PM IST

ଭୁବନେଶ୍ବର: ଆସନ୍ତାକାଲି(ବୁଧବାର) ଓଡିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର(Niti Aayoga Vice Chairman Rajeev kumar) । 3 ଦିନିଆ ଓଡିଶା ଗସ୍ତ ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ସହ ସେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତିନି ଦିନିଆ ଗସ୍ତରେ ନୀତି ଆୟୋଗ ଉପାଧ୍ୟକ୍ଷ ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ସ୍ଥାନ ତଥା ପୁରୀ ପରିଦର୍ଶନ କରିବେ । ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ବିକାଶମୂଳକ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ବୈଠକର ସବିଶେଷ ଏଜେଣ୍ଡା ଚୂଡାନ୍ତ ହୋଇନାହିଁ । ହେଲେ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ସହ ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଅଧିକାରୀ ରାଜ୍ୟର ସ୍ୱାର୍ଥ ସହ ଜଡିତ ଅନେକ ପ୍ରସଙ୍ଗ ଉଠାଇବାର ସମ୍ଭାବନା ରହିଛି ।

ରାଜ୍ୟ ସରକାର ପୁନର୍ବାର ସ୍ୱତନ୍ତ୍ର ରାଜ୍ୟ ଦାବି ଦୋହରାଇବେ ବୋଲି ଜଣାପଡ଼ିଛି । ନର୍ଥ-ଇଷ୍ଟ ରାଜ୍ୟ ପରି ସ୍ୱତନ୍ତ୍ର ସୁବିଧା ଏବଂ କେନ୍ଦ୍ରୀୟ ଅନୁଦାନ, ଆକାଂକ୍ଷା ଜିଲ୍ଲାର ବିକାଶ, କେନ୍ଦ୍ରୀୟ ଅନୁଦାନ ହ୍ରାସ ଏବଂ ଓଡିଶାକୁ ଅଂଶୀଦାର ଏବଂ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଅନ୍ୟାନ୍ୟ ବିଷୟ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ନବୀନ ନିବାସ କିମ୍ବା ସଚିବାଳୟ କନଭେନ୍ସନ ହଲରେ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସଚିବାଳୟ କନଭେନ୍ସନ ହଲରେ ବୈଠକ ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.