ETV Bharat / city

ଭାଣିଜୀକୁ ମା’ ସଜେଇଲା ପିସାଚ ମାମୁଁ, ବିବାହ ନକରି 15 ବର୍ଷ ଶାରୀରିକ ସମ୍ପର୍କ

author img

By

Published : Apr 20, 2021, 2:27 PM IST

ବିବାହ ନକରି ବି 3ଟି ସନ୍ତାନର ମାଆ ସଜାଇଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଭାଣିଜୀ । ଏନେଇ ବିଶ୍ବ ମାନବ ଅଧିକାର ସୁରକ୍ଷା ସଂଙ୍ଗଠନ ତରଫରୁ ହୋଟେଲ ଆର୍ଯ୍ୟ ପ୍ୟାଲେସରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ...

ମାମୁଁ ନାଁରେ କଳଙ୍କ,
ମାମୁଁ ନାଁରେ କଳଙ୍କ,

ଭୁବନେଶ୍ବର: ମାମୁଁ ବିରୋଧରେ ଭାଣିଜୀ ଆଣିଲା ସାଂଘାତିକ ଅଭିଯୋଗ । ଜୋର ଜବରଦସ୍ତ ଦୀର୍ଘ 15 ବର୍ଷ ଧରି ମାମୁଁ ଭାଣିଜୀ ସହ ଶାରିରୀକ ସମ୍ପର୍କ ରଖିବା ସହ ଦେଉଥିଲା ନିର୍ଯ୍ୟାତନା । ଏପରିକି ବିବାହ ନକରି ବି 3ଟି ସନ୍ତାନର ମାଆ ସଜାଇଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଭାଣିଜୀ । ଏନେଇ ବିଶ୍ବ ମାନବ ଅଧିକାର ସୁରକ୍ଷା ସଂଙ୍ଗଠନ ହୋଟେଲ ଆର୍ଯ୍ୟ ପ୍ୟାଲେସରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ମାମୁଁ ନାଁରେ କଳଙ୍କ

ଏହି ଘଟଣା ଘଟିଛି ବାଲିପାଟଣା ବ୍ଲକ ଅନ୍ତର୍ଗତ ଚଣାହାଟ ଗ୍ରାମରେ । ସେ ବାହା ନହୋଇ ଦୀର୍ଘ 15 ବର୍ଷ ହେଲା ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିବା ଅଭିଯୋଗରେ ମାନବ ଅଧିକାର ସୁରକ୍ଷା ସଂଙ୍ଗଠନ ଆଗରେ ଦ୍ବାରସ୍ଥ ହୋଇଥିଲେ ।

ପୀଡିତା କ୍ରିଷ୍ଣା ପଟ୍ଟନାୟକଙ୍କୁ ତାଙ୍କ ମାମୁଁ ରାଧେଶ୍ୟାମ ଅନୈତିକ ସମ୍ପର୍କ ରଖି ଗର୍ଭବତୀ କରାଇଥିଲେ । ହେଲେ ଏନେଇ ପରିବାର ଲୋକ ଜାଣିବା ପରେ ଲୋକ ଲଜ୍ଜ୍ୟା ଭୟରେ କ୍ରିଷ୍ଣାଙ୍କ ବାପା ମାଆ ମାମୁଁ ପାଖରେ ଆଣି ଛାଡିଦେଇଥିବା କ୍ରିଷ୍ଣା କହିଛନ୍ତି । ସେ କ୍ରିଷ୍ଣାଙ୍କୁ ଗୃହବନ୍ଦୀ କରି ରଖିଥିବାର ଅଭିଯୋଗ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାଡ ମାରିବା ନିର୍ଯ୍ୟାତନା ସହ ଗୁଣି ଗାରେଡି ସନ୍ଦେହ କରି ଘୋଡା ପରିଶ୍ରା ପିାଇବା ସହ ଗୋବର ପାଣିରେ ଗାଧୋଇଥିବା ସେ ଅଭିଯୋଗ କରିଛନ୍ତି । ଏହାପରେ ମାନବଧିକାର ସୁରକ୍ଷା ସଙ୍ଗଠନ ସଦସ୍ୟାଙ୍କ ସହଯୋଗରେ ସେମାନଙ୍କ କବଳରୁ ବାହାରି ପାରିଛନ୍ତି । ଏହାସହ ପିଲାମାନେ ମଧ୍ୟ ମାମୁଁ ରାଧେଶ୍ୟାମ ପାଖରେ ରହୁଛନ୍ତି । ମୋତେ ପିଲାଙ୍କ ଦାୟିତ୍ବ ଦେବା ସହ ତାଙ୍କ ଚରିତ୍ରକୁ ନେଇ ହୋଇଥିବା ବଦନାମି ପାଇଁ ତାଙ୍କୁ ନ୍ୟାୟ ଦାବି କରି ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.