ETV Bharat / city

ବିଜୁ ସେତୁ ଭୁଶୁଡି ଶ୍ରମିକଙ୍କ ମୃତ୍ୟୁ ଘଟଣା: ମୁଖ୍ୟ ଶାସନ ସଚିବଙ୍କୁ ଏନଏଚଆରସିଙ୍କ କାରଣ ଦର୍ଶାଅ ନୋଟିସ - ମୁଖ୍ୟ ଶାସନ ସଚିବଙ୍କୁ ଏନଏଚଆରସିର କାରଣ ଦର୍ଶାଅ ନୋଟିସ

୨୦୨୧ରେ ନବରଙ୍ଗପୁର ଉମରକୋଟରେ ନିର୍ମାଣାଧିନ ବିଜୁ ସେତୁ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଆହତ ହୋଇଥିଲେ । ସେତେବେଳେ ସେମାନଙ୍କୁ କ୍ଷତିପୂରଣ ଦେବାପାଇଁ ଦାବି ହୋଇଥିଲେ ମଧ୍ୟ ଦିଆଯାଇ ନଥିଲା । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଏନଏଚଆରସି । ଅଧିକ ପଢ଼ନ୍ତୁ

ବିଜୁ ସେତୁ ଭୁଶୁଡି ଶ୍ରମିକଙ୍କ ମୃତ୍ୟୁ ଘଟଣା: ମୁଖ୍ୟ ଶାସନ ସଚିବଙ୍କୁ ଏନଏଚଆରସିଙ୍କ କାରଣ ଦର୍ଶାଅ ନୋଟିସ

author img

By

Published : Jun 28, 2022, 8:10 PM IST

Updated : Jun 28, 2022, 8:30 PM IST

ଭୁବନେଶ୍ବର: ନବରଙ୍ଗପୁରରେ ବିଜୁ ସେତୁ ଭୁଶୁଡି ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆନଯିବା ନେଇ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ । ପୂର୍ବରୁ ମଧ୍ୟ ଜିଲ୍ଲାପାଳଙ୍କୁ ନୋଟିସ ଜାରି କରିଛି ଏନଏଚଆରସି । ମାନବିକ ଅଧିକାର କର୍ମୀ ଅଖଣ୍ଡଙ୍କ ଦ୍ବାରା ଏହି ମାମଲା ରୁଜୁ ହୋଇଥିଲା ।

ବିଜୁ ସେତୁ ଭୁଶୁଡି ଶ୍ରମିକଙ୍କ ମୃତ୍ୟୁ ଘଟଣା: ମୁଖ୍ୟ ଶାସନ ସଚିବଙ୍କୁ ଏନଏଚଆରସିଙ୍କ କାରଣ ଦର୍ଶାଅ ନୋଟିସ

ସୂଚନା ଅନୁସାରେ ୨୦୨୧ରେ ନବରଙ୍ଗପୁର ଉମରକୋଟରେ ନିର୍ମାଣାଧିନ ବିଜୁ ସେତୁ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଆହତ ହୋଇଥିଲେ । ସେତେବେଳେ ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ଦାବି ହୋଇଥିଲେ ମଧ୍ୟ ଦିଆଯାଇ ନଥିଲା । ଏହି ଘଟଣାରେ ରାଜ୍ୟ ସରକାରକୁ ଦାୟୀ କରିଛନ୍ତି ମାନବିକ ଅଧିକାର କମିଶନ । ନିମ୍ନମାନର କାମ ଓ ଶ୍ରମିକମାନଙ୍କ ପାଇଁ ନିରାପତ୍ତା ବ୍ୟବସ୍ଥା ନଥିବାରୁ ଏଭଳି ଘଟିଥିବା ଅଖଣ୍ଡ ଅଭିଯୋଗ କରିଛନ୍ତି । ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟରେ ମଧ୍ୟ ଅବହେଳା ସ୍ବୀକାର କରାଯାଇଥିବା ସୂଚନା ମିଳିଛି । ସେହିପରି ମୃତକଙ୍କ ପରିବାରର ଥଇଥାନ ଲାଗି ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ପଦକ୍ଷେପ ନେବାକୁ ମଧ୍ୟ କମିଶନ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 28, 2022, 8:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.