ଭୁବନେଶ୍ବର: ଯୋଗଦେଲେ ଦୈତ୍ବ ନଗରୀର ନୂଆ ଟ୍ରାଫିକ ଡିସିପି। ୨୦୧୪ ବ୍ଯାଚର ଆଇପିଏସ ଅଫିସର ସୌମ୍ଯା ମିଶ୍ରାଙ୍କୁ ପୋଲିସ ସେବା ଭବନରେ ଦାୟିତ୍ବ ଦେଇଛନ୍ତି ପୋଲିସ କମିସନର।ତେବେ ସୋମ୍ଯା ପୁର୍ବରୁ ସୁନ୍ଦରଗଡ ଏସପି ଭାବେ କାର୍ଯ୍ୟ କରୁଥିଲେ।
ଲୋରେଟୋ କନଭେଟରେ ଲକ୍ଷ୍ନୌରୁ ସ୍କୁଲପଢା ସରିବା ପରେ ସେ ଏଲଏସଆରରୁ ବିଏରେ ସୋସିଓଲୋଜି ଏବଂ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରୁ ଏମଏ କରିଛନ୍ତି। ଟ୍ୱିନସିଟିର ଟ୍ରାଫିକ ନିୟନ୍ତ୍ରଣ, ନୁଆ ମୋଟରଯାନ ଆଇନର କଡାକଡି ପାଳନ ଓ ଦୁର୍ଘଟଣା ଜନିତ ସମସ୍ଯା ନିରାକରଣ ହେବ ନୁଆ ଚ୍ଯାଲେଂଜ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ