ଭୁବନେଶ୍ବର: ନୂତନ ବର୍ଷରେ ବିଏମସିର ନୂଆ ପ୍ରୟାସ । ସବୁଜ ଏବଂ ପ୍ରଦୂଷଣମୁକ୍ତ ପରିବେଶ ସୁସ୍ଥ ଜୀବନ ଯାପନ ପାଇଁ ଏକାନ୍ତ ଆବଶ୍ୟକ । ସ୍ମାର୍ଟସିଟିକୁ ସବୁଜିମା ଓ ପ୍ରଦୂଷଣ ମୁକ୍ତ ସହରରେ ପରିଣତ କରିବା ପାଇଁ ବିଏମସି ପକ୍ଷରୁ ଅଭିନବ ପ୍ରୟାସ।
ସବୁଜ ପରିବେଶ, ସୁସ୍ଥ ବାତାବରଣ ଏବଂ ପ୍ଲାଷ୍ଟିକ ମୁକ୍ତ ସହର ଉପରେ ଗୁରୁତ୍ୱ । ଭୁବନେଶ୍ୱରର 5 ଟି ସ୍ଥାନରେ 50,000 କପଡା ବ୍ୟାଗ ଜନସାଧାରଣଙ୍କୁ ବଣ୍ଟା ଯିବ, 50,000 ଗଛ ଏବଂ 20,000 ପୁସ୍ତକ ବଣ୍ଟାଯିବ। ପ୍ଲାଷ୍ଟିକ ମୁକ୍ତ ସହର କରିବା ପାଇଁ ୩ ଟି ଗାଡି ପ୍ଲାଷ୍ଟିକ ଅପକାରିତା ନେଇ ପ୍ରଚାର ପ୍ରସାର କରିବେ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ମହାନଗର ନିଗମର କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।
ସ୍ମାର୍ଟସିଟିକୁ ସବୁଜିମା କରିବାକୁ ବିଏମସିର ଅଭିନବ ପ୍ରୟାସ ବର୍ଜ୍ୟବସ୍ତୁର ପ୍ରଭାବ ପରିବେଶ ଉପରେ ପଡୁଛି । ପରିବେଶକୁ ସନ୍ତୁଳିତ କରିବାକୁ ବିଏମସି ପକ୍ଷରୁ ଭୁବନେଶ୍ୱର ସହରର 5 ଟି ଭିନ୍ନ ଭିନ୍ନ ସ୍ଥାନରେ ବିଏମସି ପକ୍ଷରୁ ଚନ୍ଦ୍ରଶେଖରପୁର ପଣ୍ଡା ମାର୍ଟ ଡିଷ୍ଟ୍ରିକ୍ଟ ସେଣ୍ଟରରେ, ଓଡିଶା କୃଷି ବିଶ୍ୱବିଦ୍ୟାଳୟ ସଂଲଗ୍ନ ଗଙ୍ଗନଗର, ସହିଦ ନଗର ବିଏମସି ପରିଚାଳିତ ଭବାନୀ ମଲ, କଳ୍ପନା ଛକ ରାଜ୍ୟ ସଂଗ୍ରହାଳୟ ଏବଂ ଭୁବନେଶ୍ୱର ପ୍ଲାଜା ଠାରେ ଦିନ ୧୦ ଟାରୁ ଅପରାହ୍ନ ୧ ପର୍ଯ୍ୟନ୍ତ ବିଭିନ୍ନ ଯୋନର ଜୋନାଲ ଡେପୁଟି କମିଶନର ବାଣ୍ଟିବାର କାର୍ଯ୍ୟକ୍ରମ ରହିଛି । ପ୍ରଦୂଷଣ ମୁକ୍ତ ସହର କରିବା ପାଇଁ ବିଏମସି ପକ୍ଷରୁ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି।ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ