ETV Bharat / city

ଆସିବ ନୂଆ ସଂସ୍କୃତି ନୀତି

author img

By

Published : Sep 13, 2019, 6:46 PM IST

ରାଜ୍ୟ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ଉଦ୍ଦେଶ୍ୟରେ ଏକ ବୈଠକ ସ୍ଥାନୀୟ ଅଭିଲେଖାଗାର ଠାରେ ଅନୁଷ୍ଠିତ ହୋଇଛି । ଖୁବ୍‌ଶୀଘ୍ର ରାଜ୍ୟରେ ଏକ ନୂତନ ସଂସ୍କୃତି ଓ ଐତିହ୍ୟ ନୀତି କାର୍ଯ୍ୟକାରୀ ହେବାକୁ ବୈଠକରେ ଆଲୋଚନା ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ଉଦ୍ଦେଶ୍ୟରେ ଏକ ବୈଠକ ସ୍ଥାନୀୟ ଅଭିଲେଖାଗାର ଠାରେ ଅନୁଷ୍ଠିତ ହୋଇଛି । ଖୁବ୍‌ଶୀଘ୍ର ରାଜ୍ୟରେ ଏକ ନୂତନ ସଂସ୍କୃତି ଓ ଐତିହ୍ୟ ନୀତି କାର୍ଯ୍ୟକାରୀ ହେବାକୁ ବୈଠକରେ ଆଲୋଚନା ହୋଇଛି ।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ବୈଠକରେ ଅଧ୍ୟକ୍ଷତା କରି ଓଡିଶାର ସମୃଦ୍ଧ ଐତିହ୍ୟ ଓ ସାଂସ୍କୃତିକ ସମ୍ପଦର ସୁରକ୍ଷା ତଥା ଆନ୍ତର୍ଜାତିକ ସ୍ତରରେ ଆଦୃତିକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ନୀତିରେ ବିଭିନ୍ନ ବ୍ୟବସ୍ଥା ରହିବ ବୋଲି ଉଲ୍ଲେଖ କରିଥିଲେ । ଏହି ନୀତିରେ ଭବିଷ୍ୟତ ଦୃଷ୍ଟି, ଲକ୍ଷ୍ୟ ଓ ଆଭିମୁଖ୍ୟ, କଳା-ସଙ୍ଗୀତ ଓ ସାଂସ୍କୃତିକ ପର୍ଯ୍ୟଟନ ସମ୍ପର୍କିତ ଗବେଷଣାର ବିକାଶ ବାବଦରେ ଉଲ୍ଲେଖ ରହିବ । ଏହାସହ ଶିକ୍ଷା, ପାଠାଗାର ଆନ୍ଦୋଳନ, ଅଭିଲେଖ-ଭାଷା ଓ ସାହିତ୍ୟର ଗବେଷଣା ଏବଂ ଅଭିବୃଦ୍ଧି, ଶିଳ୍ପୀ ତଥା କଳାକାରମାନଙ୍କ ନିମନ୍ତେ କଲ୍ୟାଣକାରୀ କାର୍ଯ୍ୟକ୍ରମ, ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା, ପାରମ୍ପରିକ ନାଟ୍ୟକଳା-ମଞ୍ଚ-ସଙ୍ଗୀତ-ନୃତ୍ୟ ଇତ୍ୟାଦିର ବିକାଶ ବାବଦରେ ସବିଶେଷ ଉଲ୍ଲେଖ ରହିବ ବୋଲି ସେ ପ୍ରକାଶ କରିଥିଲେ ।

ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ, ଗବେଷକ ପ୍ରଫେସର ରାଜକିଶୋର ମିଶ୍ର, ସଂସ୍କୃତି ବିଭାଗର ପ୍ରାକ୍ତନ ଯୁଗ୍ମନିର୍ଦ୍ଦେଶକ ଡ. ମହେଶ ପ୍ରସାଦ ଦାସ, ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଫେସର ଡ. ସଞ୍ଜୟ ଆଚାର୍ଯ୍ୟ, ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ, ଓଡିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ତମସାରାଣୀ ଦାସମହାପାତ୍ର, ଆଦିତ୍ୟ ମହାପାତ୍ର, ରାଜ୍ୟ ଅଭିଲେଖାଗାର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ଓ ବିଭାଗର ଉପଶାସନ ସଚିବ ବି.ବି. ପାତ୍ର ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ଉଦ୍ଦେଶ୍ୟରେ ଏକ ବୈଠକ ସ୍ଥାନୀୟ ଅଭିଲେଖାଗାରଠାରେ ଅନୁଷ୍ଠିତ ହୋଇଯାଇଛି । ଖୁବ୍‌ ଶୀଘ୍ର ରାଜ୍ୟରେ ଏକ ନୂତନ ସଂସ୍କୃତି ଓ ଐତିହ୍ୟ ନୀତି କାର୍ଯ୍ୟକାରୀ ହେବାକୁ ଥିବା ପରିପ୍ରେକ୍ଷୀରେ ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ବୈଠକରେ ଅଧ୍ୟକ୍ଷତା କରି ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ସାଂସ୍କୃତିକ ସଂପଦର ସୁରକ୍ଷା ତଥା ଆନ୍ତର୍ଜାତିକ ସ୍ତରରେ ଆଦୃତିକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ନୀତିରେ ବିଭିନ୍ନ ବ୍ୟବସ୍ଥା ରହିବ ବୋଲି ଉଲ୍ଲେଖ କରିଥିଲେ । ଏହି ନୀତିରେ ଭବିଷ୍ୟତ ଦୃଷ୍ଟି, ଲକ୍ଷ୍ୟ ଓ ଆଭିମୁଖ୍ୟ, କଳା-ସଂଗୀତ ଓ ସାଂସ୍କୃତିକ ପର୍ଯ୍ୟଟନ ସଂପର୍କିତ ଗବେଷଣା ତଥା ଶିକ୍ଷା, ପାଠାଗାର ଆନ୍ଦୋଳନ, ପ୍ରନିତତ୍ତ୍ୱ-ଅଭିଲେଖ-ଭାଷା ଓ ସାହିତ୍ୟର ଗବେଷଣା ଏବଂ ଅଭିବୃଦ୍ଧି, ଶିଳ୍ପୀ ତଥା କଳାକାରମାନଙ୍କ ନିମନ୍ତେ କଲ୍ୟାଣକାରୀ କାର୍ଯ୍ୟକ୍ରମ, ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା, ପାରମ୍ପରିକ ନାଟ୍ୟକଳା-ମଂଚ-ସଂଗୀତ-ନୃତ୍ୟ ଇତ୍ୟାଦିର ବିକାଶ ବାବଦରେ ସବିଶେଷ ଉଲ୍ଲେଖ ରହିବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ । ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ନାୟକ, ବିଶିଷ୍ଟ ଗବେଷକ ଓ ବିଦ୍ୱାନ ପ୍ରଫେସର ରାଜକିଶୋର ମିଶ୍ର, ସଂସ୍କୃତି ବିଭାଗର ପ୍ରାକ୍ତନ ଯୁଗ୍ମନିର୍ଦ୍ଦେଶକ ଡ. ମହେଶ ପ୍ରସାଦ ଦାସ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ସଂଜୟ ଆଚାର୍ଯ୍ୟ, ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ, ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ତମସାରାଣୀ ଦାସମହାପାତ୍ର, ଶ୍ରୀ ଆଦିତ୍ୟ ମହାପାତ୍ର, ରାଜ୍ୟ ଅଭିଲେଖାଗାର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ଓ ବିଭାଗର ଉପଶାସନ ସଚିବ ଶ୍ରୀ ବି.ବି. ପାତ୍ର ଉପସ୍ଥିତ ଥିଲେ ।Body:ହହConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.