ଭୁବନେଶ୍ବର: ବିଭାଗ ବଣ୍ଟନ ପରେ ନବୀନ ନିବାସରେ ପହଞ୍ଚିଛନ୍ତି ୨୧ ନୂଆ ମନ୍ତ୍ରୀ । ପୂର୍ବାହ୍ନରେ 21 ମନ୍ତ୍ରୀ ଶପଥ ନେଇଥିଲେ । ବିଭାଗ ବଣ୍ଟନ ପରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ନବ ଗଠିତ ମନ୍ତ୍ରୀମଣ୍ଡଳର ସଦସ୍ୟ ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ନୂଆ ମନ୍ତ୍ରୀ । ନୂଆ ମନ୍ତ୍ରୀମାନଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ନୂଆମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ବ୍ରଜରାଜନଗରର ନବନିର୍ବାଚିତ ବିଧାୟିକା ଅଳକା ମହାନ୍ତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନୂଆମନ୍ତ୍ରୀଙ୍କୁ ଲୋକସେବା ଭବନର କନଭେନସନ ହଲ୍ରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୋଟ ୧୩ କ୍ୟାବିନେଟ୍ ମନ୍ତ୍ରୀ ଓ ୮ ରାଷ୍ଟ୍ର ପାହ୍ୟାମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି । 21 ଜଣ ମନ୍ତ୍ରୀଙ୍କୁ ନେଇ ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ଗଠନ ହୋଇଛି ।