ETV Bharat / city

ରାଜ୍ୟରେ ଚିନ୍ତା ବଢାଉଛି ଶିଶୁ ସଂକ୍ରମଣ, ୮ ଦିନରେ ୧୦୦୦ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Aug 22, 2021, 4:15 PM IST

ରାଜ୍ୟରେ ଚିନ୍ତା ବଢାଇବାରେ ଲାଗିଲାଣି ଶିଶୁ ସଂକ୍ରମଣ । ସରକାରୀ ତଥ୍ୟ ଅନୁସାର ଗତ ୮ଦିନରେ 948 ଶିଶୁ ହେଲେଣି ସଂକ୍ରମିତ । ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ରାଜ୍ୟରେ ଚିନ୍ତା ବଢାଉଛି ଶିଶୁ ସଂକ୍ରମଣ, ୮ ଦିନରେ ସଂକ୍ରମିତ ହେଲେଣି ହଜାରେ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ହାର ହ୍ରାସ ପାଉଥିବାବେଳେ ଶିଶୁ ସଂକ୍ରମଣ ହାର କ୍ରମାଗତ ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ ଦୈନିକ ସଂକ୍ରମଣ କମୁ ଥିବାବେଳେ ଶିଶୁ ସଂକ୍ରମଣ ସଂଖ୍ୟା ବଢିଚାଲିଛି। ରାଜ୍ୟରେ ଗତ ୮ଦିନ ମଧ୍ୟରେ ରାଜ୍ୟରେ 948 ଜଣ ଶିଶୁ ଆକ୍ରାନ୍ତ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ତେବେ ଅଗଷ୍ଟ 15 ତାରିଖରୁ 22 ତାରିଖ ମଧ୍ୟରେ ହୋଇଥିବା ଶିଶୁଙ୍କ ସଂକ୍ରମଣର ସବିଶେଷ ତଥ୍ୟ ରଖିଛନ୍ତି ରାଜ୍ୟ ସରକାର ।

ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଗଷ୍ଟ 15 ତାରିଖରେ 138 ଜଣ ଶିଶୁ ଆକ୍ରାନ୍ତ ହୋଇଥିବାବେଳେ ଅଗଷ୍ଟ 16ରେ 104, 17ରେ 96, 18ରେ 138, 19ରେ 128, 20ରେ 116 ଓ 21 ତାରିଖରେ 100 ଜଣ ଶିଶୁ ଆକ୍ରାନ୍ତ ହୋଇଛନ୍ତି ।

ତେବେ ସାମ୍ଭାବ୍ୟ ୩ୟ ଲହରକୁ ଦୃଷ୍ଟିରେ ରଖି ଶିଶୁଙ୍କ ପାଇଁ ରାଜ୍ୟ ସରକାର ହସ୍ପିଟାଲରେ ଅନେକ ଆନୁସାଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ହସ୍ପିଟାଲରେ ବେଡ଼ ଓ ICU ସଂଖ୍ୟା ବୃଦ୍ଧି ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି । ସଂକ୍ରମିତ ଶିଶୁଙ୍କ ଚିକିତ୍ସା କରିବା ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ନେଇଥିବା ଡାକ୍ତରମାନେ ମଧ୍ୟ ପ୍ରସ୍ତୁତ ହୋଇ ରହିବା ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.