ETV Bharat / city

ନୟାପଲ୍ଲୀ ଲୁଟ ଓ ମର୍ଡର କେସରେ ଟ୍ବିଷ୍ଟ: ପ୍ରେମିକାକୁ ଦେଇଥିଲା ମର୍ଡରର ସୁନାଚେନ ଗିଫ୍ଟ

author img

By

Published : Jan 13, 2021, 6:31 PM IST

ହତ୍ଯାପରେ ହତ୍ଯାକାରୀ ଲୁଟ କରିଥିବା ସୁନା ଚେନକୁ ନେଇ ପ୍ରେମିକାକୁ ଗିଫ୍ଟ । ଯାହା ହେଉଛି ଏହି ହତ୍ଯାକାଣ୍ଡର ପ୍ରମୁଖ ପ୍ରମାଣ । ନୟାପଲ୍ଲୀ ଲୁଟ ଓ ମର୍ଡର କେସରେ ଧରାପଡିଲା ଅଭିଯୁକ୍ତ । ପ୍ରେମିକାକୁ ଦେଇଥିଲା ମର୍ଡରର ସୁନାଚେନ ଗିଫ୍ଟ । ଅଧିକ ପଢନ୍ତୁ...

ନୟାପଲୀ ଲୁଟ ଓ ମର୍ଡର କେସରେ ଟ୍ବିଷ୍ଟ
ନୟାପଲୀ ଲୁଟ ଓ ମର୍ଡର କେସରେ ଟ୍ବିଷ୍ଟ

ଭୁବନେଶ୍ବର: ହତ୍ଯାପରେ ହତ୍ଯାକାରୀ ଲୁଟ କରିଥିବା ସୁନା ଚେନକୁ ନେଇ ପ୍ରେମିକାକୁ ଦେଇଥିଲା ଗିଫ୍ଟ । ଯାହା ହେଉଛି ଏହି ହତ୍ଯାକାଣ୍ଡର ପ୍ରମୁଖ ପ୍ରମାଣ । ପ୍ରେମିକା ଘର ଯାଜପୁରରୁ ଏହାକୁ ସିଜ କରିଛି ପୋଲିସ । ଏଥିସହ ହତ୍ୟା କରିଥିବା କଟୁରୀ ମଧ୍ଯ ଜବତ କରିଛି ପୋଲିସ । ଯାହାକି ଅନ୍ଯ ଏକ ପ୍ରମାଣ । ତେବେ ନୟାପଲ୍ଲୀ ଏନ ୪ ରେ ହୋଇଥିବା ତୁଳସୀ ଦେଇ ହତ୍ଯାକାଣ୍ଡର ହତ୍ଯାକାରୀକୁ ରିମାଣ୍ଡରେ ଆଣିବା ପରେ ଏଭଳି ପ୍ରମାଣ ପାଇଛି ପୋଲିସ ।

ନୟାପଲୀ ଲୁଟ ଓ ମର୍ଡର କେସରେ ଟ୍ବିଷ୍ଟ
ନୟାପଲୀ ଲୁଟ ଓ ମର୍ଡର କେସରେ ଟ୍ବିଷ୍ଟ

୪ ଦିନିଆ ରିମାଣ୍ଡ ସରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି । ତେବେ ହତ୍ଯାକାରୀର ରିମାଣ୍ଡ ସମୟରେ କ୍ରାଇମ ହିଷ୍ଟ୍ରି ଖୋଲିଛି କମିସନରେଟ ପୋଲିସ । ୨୬ଟି ଲୁଟ ଏବଂ ଆକ୍ରମଣ କେସରେ ରହିଛି ସମ୍ପୃକ୍ତ । ଏଥିସହ ରହିଛି ଏକ ଗର୍ଲଫ୍ରେଣ୍ଡ, ଯାହା ଏହି ଘଟଣାର ପ୍ରମାଣ ଚେନ୍ ଖୋଜିବା ସମୟରେ ପାଇଛି ପୋଲିସ । ହତ୍ଯାକାରୀ ନାରାୟଣ ମହାନ୍ତି ଯୁବତୀଙ୍କୁ ଏହିଭଳି ସୌଖିନ ଗିଫ୍ଚ ଦେଇ ପ୍ରଭାବିତ କରୁଥିଲା ।

ତାଙ୍କ ସହ ସମୟ ବିତାଇବାକୁ ବଡ ବଡ ହୋଟେଲ ଓ ଟୁରିଷ୍ଟ ସ୍ପଟ ଯାଉଥିଲା । ଏଥିପାଇଁ ସେ ଟଙ୍କା ଲୁଟ କରି ଯୋଗାଡ କରୁଥିଲା ଏବଂ ଆବଶ୍ଯକ ପଡିଲେ ଲୁଟ ସମୟରେ ମରଣାନ୍ତକ ଆକ୍ରମଣ କରୁଥିଲା । ଯାହାଥିଲା ନାରାୟଣ ଓ ତା ଗ୍ଯାଙ୍ଗର ତରିକା । ସେଥିପାଇଁ ନୟାପଲ୍ଲୀ ମର୍ଡର କେସରେ ପୋଲିସ ତାକୁ ସନ୍ଦେହ କରୁଥିଲା । ହେଲେ ସେ ଏନେଇ ନିଜେ ପୋଲିସ କଷ୍ଟଡିରେ ମାନି ନଥିଲା କି ପୋଲିସ ସୁରାକ ପାଇନଥିଲା । ହେଲେ ପୋଲିସ ତା ପଛରେ ଲଗାଇଥିବା ସୋର୍ସକୁ ଦିନେ ଜେଲରେ ଥିବା ସମୟରେ ନାରାୟଣ ଏହି ହତ୍ଯାକାଣ୍ଡ ବିଷୟରେ ନିଜେ ସମ୍ପୃକ୍ତ ଥିବା ଥଟ୍ଟା ମଜାରେ କହିଥିଲା ।

ଏପରିକି କିପରି କରିଥିଲା ଓ କେଉଁଠି ଏହି ଘଟଣାର ପ୍ରମାଣ ସବୁ ରଚିଥିଲା ସେ ସମ୍ପର୍କରେ ମଧ୍ଯ କହିଥିଲା । ଯାହାକୁ ଆଧାର କରି ଜୁଲାଇ ୨୬ରେ ଏନ ୪ରେ ପଶି ଏକ କଟୁରୀରେ ବୃଦ୍ଧାଙ୍କୁ ଆକ୍ରମଣ କରି ଏପରିକି ଲୁହ ଲୁହାଣ କରି ଘଟଣାସ୍ଥଳରୁ ସୁନା ଚେନ ନେଇ ଚମ୍ପଟ ମାରିଥିଲେ। ଏହି ଘଟଣାରେ ଦୀର୍ଘ ସାତମାସ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ପରେ ରିମାଣ୍ଡରେ ନେଇ ଏହି ସବୁ ପ୍ରମାଣ ପାଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.