ETV Bharat / sports

ଚେସ୍‌ ଅଲିମ୍ପିଆଡ୍‌ରେ ଇତିହାସ ରଚି ଭାରତ ଫେରିଲେ ଖେଳାଳି; ସଫଳତାକୁ କହିଲେ 'ମିଳିତ ପ୍ରୟାସ' - Chess Olympiad 2024 - CHESS OLYMPIAD 2024

Chess Olympiad 2024 Gold Medalist : ହଙ୍ଗେରୀରେ ଇତିହାସ ରଚି ଭାରତ ଫେରିଲେ ଚେସ୍‌ ଅଲିମ୍ପିଆଡ଼ରେ ସ୍ବର୍ଣ୍ଣ ବିଜେତା ଭାରତୀୟ ମହିଳା ଓ ପୁରୁଷ ଦଳ । ଚେନ୍ନାଇ ଏୟାରପୋର୍ଟରେ ଭବ୍ୟ ସ୍ବାଗତ । ଅଧିକ ପଢ଼ନ୍ତୁ

Chess Olympiad 2024 Gold Medalist
Chess Olympiad 2024 Gold Medalist (ETV Bharat Odisha)
author img

By ETV Bharat Sports Team

Published : Sep 24, 2024, 4:11 PM IST

Updated : Sep 24, 2024, 4:51 PM IST

ଚେନ୍ନାଇ : ହଙ୍ଗେରୀରେ ଅନୁଷ୍ଠିତ 45ତମ ଚେସ୍‌ ଅଲିମ୍ପିଆଡ଼ରେ ଉଭୟ ଭାରତୀୟ ପୁରୁଷ ଏବଂ ମହିଳା ଦଳ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଡି ଗୁକେଶ, ପ୍ରଜ୍ଞାନନ୍ଦା, ହରି କୃଷ୍ଣ, ବିଦିତ୍ ଗୁଜରାଟୀ ଏବଂ ଅର୍ଜୁନ ଏରିଗୈସିଙ୍କୁ ନେଇ ଗଠିତ ଭାରତୀୟ ଦଳ ଓପନ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ସେପଟେ ଦିବ୍ୟା ଦେଶମୁଖ, ବନ୍ଦିକା ଅଗ୍ରୱାଲ, ତାନିଆ ସଚ୍ଚଦେବ ଏବଂ ଅଭିଜିତ୍ କୁଣ୍ଡେ ଡି ହରିକା, ବୈଶାଳୀ ଏବଂ ଦିବ୍ୟା ଦେଶମୁଖ ମଧ୍ୟ ମହିଳା ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ତେବେ ଏହି ଐତିହାସିକ ସଫଳତା ପରେ ଭାରତୀୟ ପୁରୁଷ ଓ ମହିଳା ଦଳ ଭାରତ ଫେରିଛନ୍ତି । ଚେନ୍ନାଇ ଏୟାରପୋର୍ଟରେ ପହଞ୍ଚିବା ପରେ ଡି ଗୁକେଶ, ପ୍ରଜ୍ଞାନନ୍ଦା, ବୈଶାଳୀ ପ୍ରମୁଖଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ଚେସ ଅଲିମ୍ପିଆଡରେ ଇତିହାସ ରଚିଛି ଭାରତ :-

2014 ଏବଂ 2022ରେ ପୂର୍ବରୁ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ଭାରତ COVID-19 ମହାମାରୀ ସମୟରେ ଆୟୋଜିତ 2020 ଅନଲାଇନ୍ ଅଲିମ୍ପିଆଡ଼ରେ ଋଷ ସହିତ ମିଳିତ ଭାବେ ସ୍ବର୍ଣ୍ଣ ପଦକ ଜିତିଥିଲା । ଏହାପରେ ଚେସ୍‌ ଅଲିମ୍ପିଆଡ଼ର 90 ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ଏଥର ଏକାକୀ ସ୍ବର୍ଣ୍ଣ ପଦକ ହାସଲ କରିଛି । ଉଭୟ ପୁରୁଷ ଓ ମହିଳା ଦଳ ଏହି ଇତିହାସ ରଚି ସ୍ବର୍ଣ୍ଣ ପଦକ ଦେଶକୁ ଆଣିଛନ୍ତି ।

ଏହାପରେ ପ୍ରଧାନମନ୍ତ୍ରୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ, କ୍ରୀଡାମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ଉଭୟ ଭାରତୀୟ ପୁରୁଷ ଓ ମହିଳା ଚେସ୍‌ ଦଳକୁ ଅଭିନନ୍ଦନ ଜଣାଇଥିଲେ । ତେବେ ଏହାପରେ ଉଭୟ ପୁରୁଷ ଓ ମହିଳା ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ନେଇ ସ୍ବଦେଶ ଫେରିଛନ୍ତି । ସେପଟେ ପୁରୁଷ ଚେସ୍‌ ଅଲିମ୍ପିଆଡ ଦଳରେ ଭାଗ ନେଇଥିବା ପ୍ରଜ୍ଞାନନ୍ଦ, ମହିଳା ଦଳରେ ଭାଗ ନେଇଥିବା ବୈଶାଳୀ ଏବଂ ଭାରତୀୟ ଚେସ୍‌ ଅଲିମ୍ପିଆଡ ଦଳର ଅଧିନାୟକ ଶ୍ରୀନଥ ବିମାନ ଯୋଗେ ତାମିଲନାଡ଼ୁ ଫେରିବା ପରେ ତାଙ୍କୁ ଚେନ୍ନାଇ ଏୟାରପୋର୍ଟରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ମିଳିଛି ।

ଚେନ୍ନାଇ ଏୟାରପୋର୍ଟରେ ଭବ୍ୟ ସ୍ବାଗତ :-

ସ୍ବର୍ଣ୍ଣ ପଦକ ସହ ଚେନ୍ନାଇ ଏୟାରପୋର୍ଟରେ ପହଞ୍ଚିବା ପରେ ସେମାନଙ୍କୁ ବିମାନବନ୍ଦରରେ ରାଜ୍ଯ କ୍ରୀଡ଼ା ବିଭାଗ ତରଫରୁ ଭବ୍ଯ ସ୍ବାଗତ କରାଯାଇଥିଲା । ଏହାପରେ ଭାରତୀୟ ଚେସ୍‌ ଅଲିମ୍ପିଆଡ ଦଳର ଅଧିନାୟକ ଶ୍ରୀନଥ ମିଡିଆକୁ କହିଛନ୍ତି, "ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଭାରତୀୟ ପୁରୁଷ ଓ ମହିଳା ଦଳ 45ତମ ଚେସ ଅଲିମ୍ପିଆଡରେ ପ୍ରଥମ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଆମେ ବହୁତ ଭଲ ସ୍କୋର ସହିତ ଜିତିଛୁ । ଆମେ ପୂର୍ବରୁ ମଧ୍ୟ ଋଷ ସହିତ ମିଳିତ ସ୍ବର୍ଣ୍ଣ ପଦକ ଜିତିଛୁ । କିନ୍ତୁ ବର୍ତ୍ତମାନ ଆମେ ଏକାକୀ ସ୍ବର୍ଣ୍ଣ ପଦକ ଜିତିଛୁ । ଆମ ବିଜୟୀ ସ୍କୋର ପ୍ରମାଣିତ କରିଛି ଯେ ଭାରତ ହେଉଛି ସର୍ବଶ୍ରେଷ୍ଠ ଦଳ ।

'ଚେନ୍ନାଇରେ ସ୍ବର୍ଣ୍ଣ ହାରିବା ଦୁଃଖଦାୟକ ଥିଲା' :-

ସ୍ବର୍ଣ୍ଣ ବିଜେତା ମହିଳା ଦଳର ଖେଳାଳି ବୈଶାଳୀ କହିଛନ୍ତି, "ମୁଁ ବହୁତ ଖୁସି । ଶେଷ ଥର ଚେନ୍ନାଇରେ ଅନୁଷ୍ଠିତ ଚେସ୍‌ ଅଲିମ୍ପିଆଡ଼ରେ ଆମେ ବ୍ରୋଞ୍ଜ ପଦକ ଜିତିଥିଲୁ । ସେତେବେଳେ ସ୍ବର୍ଣ୍ଣ ପଦକ ହାରିବା ଅତ୍ୟନ୍ତ ଦୁଃଖଦାୟକ ଥିଲା । କିନ୍ତୁ ବର୍ତ୍ତମାନ ସ୍ବର୍ଣ୍ଣ ପଦକ ଜିତିବା ପରେ ମୁଁ ବହୁତ ଖୁସି ଅନୁଭବ କରୁଛି । ଭାରତୀୟ ପୁରୁଷ ଦଳ ସର୍ବାଧିକ ପଏଣ୍ଟରେ ବିଜୟ ହାସଲ କରିଛି । କିନ୍ତୁ ମହିଳା ଦଳ ଗୋଟିଏ ମ୍ୟାଚ୍‌ ହାରିବା ପରେ ବାକି ଦୁଇଟି ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ଜିତିଥିଲା ।"

'ସମସ୍ତ ମ୍ୟାଚ୍ କଷ୍ଟସାଧ୍ୟ ଥିଲା' :-

ସ୍ବର୍ଣ୍ଣ ବିଜୟୀ ଭାରତୀୟ ପୁରୁଷ ଦଳର ଖେଳାଳି ଆର୍‌ ପ୍ରଜ୍ଞାନନ୍ଦା କହିଛନ୍ତି, "ଶେଷଥର ଚେନ୍ନାଇରେ ଖେଳାଯାଇଥିବା ଚେସ୍‌ ଅଲିମ୍ପିଆଡରେ ଆମେ ଅତି ନିକଟତର ହୋଇ ସ୍ବର୍ଣ୍ଣ ପଦକ ହରାଇଥିଲୁ । ଏଥର ଅଧିକ ପଏଣ୍ଟ ସହିତ ଜିତିବା ବହୁତ ଖୁସି ଆଣିଦେଇଛି । ଖେଳାଯାଇଥିବା ସମସ୍ତ ମ୍ୟାଚ୍ କଷ୍ଟସାଧ୍ୟ ଥିଲା । ଶୀର୍ଷ ମାନ୍ୟତାପ୍ରାପ୍ତ ଆମେରିକାକୁ ପରାସ୍ତ କରିବା ପରେ ଆମ ଦେଶ ପାଇଁ ସ୍ବର୍ଣ୍ଣ ପଦକ ନିଶ୍ଚିତ ହୋଇଥିଲା । ଆମେ ସମସ୍ତଙ୍କୁ ଧନ୍ୟବାଦ ଦେଉଛୁ ।"

'ପୁରୁଣା ଭୁଲ ସୁଧାରି ଜିତିବାକୁ ଖେଳିଲୁ' :-

ସେହିଭଳି ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ କହିଛନ୍ତି, "ଏହି ସିରିଜରେ ଆମେ ସମସ୍ତେ ଭଲ ଫର୍ମରେ ଥିଲୁ । ପ୍ରଥମ 3 ରାଉଣ୍ଡ ଶେଷରେ ଏହା ସ୍ପଷ୍ଟ ହୋଇଗଲା । ମୁଁ ଆଶା କରୁଥିଲି ଚାଇନାର ବର୍ତ୍ତମାନର ବିଶ୍ବ ଚାମ୍ପିଅନ୍ ଡିଙ୍ଗ୍ ଲିରିନ୍ ମୋ ସହ ଖେଳିବେ । ଯଦିଓ ସେ ଆସିନଥିଲେ, ମୁଁ ମଧ୍ୟ ତାଙ୍କ ବିକଳ୍ପ ପାଇଁ ପ୍ରସ୍ତୁତ ଥିଲି । କ୍ୟାପଟେନ୍ ଶ୍ରୀନଥ ମୋତେ ପ୍ରଥମ ବୋର୍ଡ ଖେଳାଇଥିଲେ ଏବଂ ସେଥିପାଇଁ ଏରିଗୈସି ଏବଂ ମୁଁ କ୍ରମାଗତ ବିଜୟ ହାସଲ କରିବାରେ ସକ୍ଷମ ହୋଇଥିଲୁ । ଚେନ୍ନାଇରେ ଅନୁଷ୍ଠିତ ଶେଷ ଚେସ୍ ଅଲିମ୍ପିଆଡ଼ରେ ଆମେ ଅନ୍ତିମ ରାଉଣ୍ଡରେ ପହଞ୍ଚିଥିଲୁ । ସେହି ପରିସ୍ଥିତିକୁ ସୁଧାରି, ଏଥର ଜିତିବା ପାଇଁ ଆମେ ଆମେରିକା ସହିତ ଖେଳିଲୁ । ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ସ୍ବର୍ଣ୍ଣ ପଦକ ଜିତିବା ଏକ ମହାନ ସଫଳତା ।"

ଉଲ୍ଲେଖଯୋଗ୍ୟ, ଭାରତୀୟ ପୁରୁଷ ଦଳ 10ମ ରାଉଣ୍ଡରେ ଶକ୍ତିଶାଳୀ ଆମେରିକାକୁ 2.5-1.5 ରେ ପରାସ୍ତ କରି ଏହି ଐତିହାସିକ ସ୍ବର୍ଣ୍ଣ ପଦକ ହାସଲ କରିଛି । ଶେଷ ଏକାଦଶ ରାଉଣ୍ଡରେ ସ୍ଲୋଭେନିଆଠାରୁ ସେମାନେ ଆଗୁଆ ରହି ସ୍ବର୍ଣ୍ଣ ପଦକ ଜିତିଥିଲେ । ଅନ୍ୟପଟେ ଭାରତୀୟ ମହିଳା ଦଳ ଏକାଦଶ ରାଉଣ୍ଡରେ ଆଜେରବୈଜାନ ବିପକ୍ଷରେ 3.5-0.5ରେ ଜିତି ସ୍ବର୍ଣ୍ଣ ପଦକ ହାସଲ କରିଥିଲା ।

ଏହା ମଧ୍ଯ ପଢ଼ନ୍ତୁ...ଆମେରିକାରେ ପିଏମ୍‌ ମୋଦିଙ୍କ ବୟାନ; 2036 ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ପ୍ରସ୍ତୁତ - PM Modi in US

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 24, 2024, 4:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.