ETV Bharat / entertainment

ମଲିଉଡରେ ମି-ଠୁ; ଗିରଫ ହେଲେ ମୁକେଶ, ସିଦ୍ଦିକିଙ୍କ ଆଗୁଆ ଜାମିନ ଆବେଦନ ଖାରଜ - Mollywood Metoo

author img

By ETV Bharat Entertainment Team

Published : 3 hours ago

Mollywood Metoo: ମଲିଉଡରେ ମିଠୁ ବିବାଦ ମାମଲା । ଅନେକ କଳାକାରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଥିବା ବେଳେ ଜଣକ ପରେ ଜଣେ ଅଭିନେତା ଗିରଫ ହୋଇଛନ୍ତି । ଏପରି ସମୟରେ ବର୍ତ୍ତମାନ ଅଭିନେତା ମୁକେଶ ଗିରଫ ହୋଇଛନ୍ତି । ସେପଟେ ଗିରଫ ଭୟରେ ସିଦ୍ଦିକି ଆଗୁଆ ଜାମିନ ଆବେଦନ କରିଥିବା ବେଳେ ତାହା ଖାରଜ ହୋଇଛି । ଅଧିକ ପଢନ୍ତୁ,

ମଲିଉଡରେ ମି-ଠୁ; ଗିରଫ ହେଲେ ମୁକେଶ, ସିଦ୍ଦିକିଙ୍କ ଆଗୁଆ ଜାମିନ ଆବେଦନ ଖାରଜ
ମଲିଉଡରେ ମି-ଠୁ; ଗିରଫ ହେଲେ ମୁକେଶ, ସିଦ୍ଦିକିଙ୍କ ଆଗୁଆ ଜାମିନ ଆବେଦନ ଖାରଜ (ANI)

ହାଇଦ୍ରାବାଦ: ହେମା କମିଟି ରିପୋର୍ଟ ପ୍ରକାଶ ପାଇବା ପରେ ଅନେକ ବଡ଼ ବଡ଼ ସେଲିବ୍ରିଟିଙ୍କ ଗୁମର ଖୋଲିବାରେ ଲାଗିଛି । ଫଳରେ ମାଲାୟାଲମ ଅଭିନେତା ମୁକଗେଶ, ସିଦ୍ଦିକି ଏବଂ ଜୟସୂର୍ଯ୍ୟା ବଳି ଅନେକ ତାରକାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗରେ ମାମଲା ରୁଜୁ ହୋଇଛି । ତେବେ ବର୍ତ୍ତମାନ ଅଭିନେତା ମୁକେଶ ଗିରଫ ହୋଇଛନ୍ତି ଏବଂ ଗିରଫର କିଛି ସମୟ ପରେ ସେ ଜାମିନରେ ମୁକୁଳିଛନ୍ତି । ସେପଟେ ଗିରଫ ଭୟରେ ସିଦ୍ଦିକି କେରଳ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ତାହା ଖାରଜ କରିଛନ୍ତି ହାଇକୋର୍ଟ ।

ଗିରଫ ହେଲେ ମୁକେଶ

କୋଚି ଉପକୂଳ ପୋଲିସ କାର୍ଯ୍ୟାଳୟରେ ଏସଆଇଟି ତିନି ଘଣ୍ଟା ପଚରାଉଚରା ପରେ ଅଭିନେତା ତଥା ବିଧାୟକ ମୁକେଶଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ କରିଥିଲା । ଏହି ଗିରଫଦାରୀ ସତ୍ତ୍ୱେ କେରଳ ହାଇକୋର୍ଟ ଦେଇଥିବା ଏକ ଜାମିନ ଆବେଦନ ଯୋଗୁଁ ମୁକେଶଙ୍କୁ ମୁକୁଳିଯାଇଛନ୍ତି । ମୁକେଶ ସକାଳ 9.45 ରେ ତଟବର୍ତ୍ତୀ ପୋଲିସ ମୁଖ୍ୟାଳୟରେ ଏସଆଇଟି ସମ୍ମୁଖରେ ହାଜର ହୋଇଥିଲେ ଏବଂ ତାଙ୍କୁ ସାଢେ ତିନି ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ମୁକେଶଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି, ଗୋଟିଏ ୱାଡକାନଚେରୀ ପୋଲିସ ଏବଂ ଅନ୍ୟଟି ମାରଦୁ ପୋଲିସ ନିକଟରେ ମାମଲା ରୁଜୁ ହୋଇଛି । ଏର୍ନାକୁଲମ୍ ଜିଲ୍ଲା ଏବଂ ସେସନ ମୁକେଶଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଗିରଫର କିଛି ସମୟ ପରେ ସେ ଜାମିନରେ ମୁକୁଳିଛନ୍ତି ।

ସିଦ୍ଦିକିଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ସେହିପରି ସମାନ ଅଭିଯୋଗରେ ଫସିଥିବା ଅଭିନେତା ସିଦ୍ଦିକ ଗିରଫ ଭୟରେ ସିଦ୍ଦିକି କେରଳ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଯାହାକୁ ନାମଞ୍ଜୁର କରିଛନ୍ତି ହାଇକୋର୍ଟ । ମଙ୍ଗଳବାର ଦିନ ହାଇକୋର୍ଟ ଅଭିନେତା ସିଦ୍ଦିକିଙ୍କ ଦ୍ୱାରା ଦାଖଲ ହୋଇଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି । ସୂଚନା ଅନୁସାରେ, ଅଭିନେତା ନିଖୋଜ ଥିବାରୁ ତାଙ୍କ ବିରୋଧରେ ଏବେ ଏକ ଲୁକ୍ଆଉଟ୍ ନୋଟିସ୍ ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା; ମାଲାୟାଲାମ ଅଭିନେତା ସିଦ୍ଦିକି ଓ ଜୟସୂର୍ଯ୍ୟାଙ୍କ ନାଁରେ ମାମଲା ରୁଜୁ, ଇସ୍ତଫା ଦେଲେ ମୁକେଶ

ନିଜ ପଦରୁ ଇସ୍ତଫା ଦେଇଥିଲେ ସିଦ୍ଦିିକି-ମୁକେଶ

ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ମାଲାୟାଲମ ଚଳଚ୍ଚିତ୍ର କଳାକାର ସଂଘର ସାଧାରଣ ସମ୍ପାଦକ (AMMAର ଜେନେରାଲ ସେକ୍ରେଟାରୀ) ପଦରୁ ଇସ୍ତଫା ଦେଇଥିଲେ ସିଦ୍ଦିକି । ଅଗଷ୍ଟ 25 ରେ ସିଦ୍ଦିକି ଏହି ପଦ ଛାଡିଥିଲେ। ସେହିପରି ଫିଲ୍ମ ପଲିସି କମିଟି ନିଜ ପଦରୁ ଇସ୍ତଫା ଦେଇଛନ୍ତି ମୁକେଶ । ବିରୋଧୀ ଦଳର ଚାପ ଏବଂ ତାଙ୍କ ଦଳର ସିପିଆଇଏମ୍‌ର ନିର୍ଦ୍ଦେଶ ପରେ ଅଭିନେତା ତଥା ବିଧାୟକ ମୁକେଶ ଏହି ନିଷ୍ପତ୍ତି ନେଇଥିଲେ । ତେବେ ମୁକେଶ ଜଣେ ବିଧାୟକ ଭାବରେ କାର୍ଯ୍ୟ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.