ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀ ମାନଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେବେ ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ନବୀନଙ୍କ ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଆଲୋଚନା ହେଉଛି ।
କଂଗ୍ରେସ ନବୀନଙ୍କ ଏହି ଗସ୍ତରେ କୌଣସି ନୂଆ କଥା ନଥିବା କହିଛି । ବିଜେଡି ବିଜେପିର ସବୁବେଳେ ଭିତରି ସମ୍ପର୍କ ରହିଛି । କଂଗ୍ରେସ ସବୁବେଳେ କହି ଆସୁଛି ବିଜେଡି ବିଜେପି ଭାଇ ଭାଇ । ଏବେ ଶଙ୍କରାଚାର୍ଯ୍ୟ ସେହି କଥା କହିଲେଣି ବିଜେଡି ବିଜେପି ସହ ସମ୍ପର୍କ ରହିଛି । ଯାହା ଲୋକମାନେ ନିଶ୍ଚିତ ବିଶ୍ବାସ କରିବେ । ଉଭୟ ଦଳ ଭୋଟ ସ୍ବାର୍ଥ ପାଇଁ ମାତିଛନ୍ତି । କ୍ଷମତା କେମିତି ଆସିବ ସେ ନେଇ ଯୋଜନା କରୁଛନ୍ତି। ଲୋକଙ୍କ ପ୍ରକୃତ ଉନ୍ନତି ପାଇଁ କାହାରି ନଜର ନାହିଁ।
ଓଡିଶାର ସମସ୍ତ ଜନସାଧାରଣ କଂଗ୍ରେସ କୁ ନେଇ ଆଗକୁ ବଢିବେ। ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ଜୋରଦାର ଲଢେଇ କରିବ । ଓଡିଶାବାସୀଙ୍କ ଆଶୀର୍ବାଦରେ କଂଗ୍ରେସ କ୍ଷମତାକୁ ଆସିବ ବୋଲି କହିଛନ୍ତି କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ ।
ଇଟିଭି ଭାରତ, ଭୁବନେଶ୍ବର