ETV Bharat / city

ଅପରାଜେୟ ମୁଖ୍ୟମନ୍ତ୍ରୀ, 19ବର୍ଷର ନିଷ୍କଳଙ୍କ ଭାବମୂର୍ତ୍ତୀ

author img

By

Published : Oct 16, 2019, 8:58 AM IST

Updated : Oct 16, 2019, 11:25 AM IST

ଓଡ଼ିଶାର ଲୋକପ୍ରିୟ ରାଜନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 74ତମ ଜନ୍ମଦିନ । ଚଳିତ ଥର ବାତ୍ୟା 'ଫନି' ଯୋଗୁଁ ଜନ୍ମଦିନ ପାଳନ କରୁନାହାଁନ୍ତି ନବୀନ । ତେବେ ଗତ 5 ଥର କ୍ଷମତାରେ ରହିଥିବା ଏହି ନେତାଙ୍କ ନାଁରେ ଆଜି ଯାଏ ଦାଗଟିଏ ଲାଗି ପାରିଲା ନାହିଁ ।

ଡିଜାଇନ ଫଟୋ

ହାଇଦ୍ରାବାଦ: ଅପରାଜେୟ, ଅପ୍ରତିଦ୍ବନ୍ଦ୍ବୀ ଓ ଅକଳଙ୍କ ନେତା । ଗତ 21 ବର୍ଷ ଧରି ରାଜ୍ୟ ରାଜନୀତିରେ ସେ ବେଶ ପ୍ରଭାବ ପକାଇଛନ୍ତି । ଓଡ଼ିଶା ରାଜନୀତିର ଲୋକପ୍ରିୟ ରାଜନେତା ନବୀନ ଆଜି 74 ବର୍ଷରେ ପାଦ ଥାପିଛନ୍ତି ।

କ୍ରମାଗତ 5ଥର ମୁଖ୍ୟମନ୍ତ୍ରୀ ଭାବେ ସକ୍ରିୟ ଥିବା ଏହି ନେତାଙ୍କ ନାଁରେ ଆଜି ଯାଏ କଳଙ୍କଟିଏ ଲାଗି ପାରିଲା ନାହିଁ । ଦୁର୍ନୀତି ଛୁଇଁ ପାରିନଥିବା ଏହି ନେତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଜି ବି ଚର୍ଚ୍ଚା କରାଯାଏ । ସ୍ବଳ୍ପଭାଷୀ ଏହି ନେତାଙ୍କ ମନ୍ତବ୍ୟରୁ ବିରୋଧୀ କେବେହେଲେ ବିତର୍କର ଖିଅ ପାଇ ପାରିନାହାଁନ୍ତି । ସେହିପରି କୌଣସି ଏକ ଆଞ୍ଚଳିକ ଦଳ ଭାବେ ଗୋଟିଏ ରାଜ୍ୟରେ 19ବର୍ଷ ଶାସନ କରି ଇତିହାସ ସୃଷ୍ଟି କରିପାରିଛନ୍ତି । ସାରା ଦେଶ ମୋଦି ହାୱାରେ ପ୍ରଭାବିତ ହେଉଥିବାବେଳେ ନବୀନଙ୍କ ପରକାଷ୍ଠା ଆଗରେ କିନ୍ତୁ ହାର ମାନିଛି ।

1997 ମସିହାରେ ବିଜୁ ପଟ୍ଟନାୟକଙ୍କ ବିଜେଡିର ଆବର୍ତ୍ତମାନରେ ବିଜେଡି ଗଠନ ସମୟରେ ନବୀନ ଯେପରି ଥିଲେ, ଆଜି ବି ସେହି ସମାନ ଢଙ୍ଗରେ ଦେଖିବାକୁ ମିଳନ୍ତି । ଏକ ଧଳା କୁର୍ତ୍ତା ପାଇଜାମା ଓ ଚପଲ ହିଁ ତାଙ୍କ ଭାବମୂର୍ତ୍ତିର ବଡ ପରିଚୟ । ଉଭୟ କେନ୍ଦ୍ର ଓ ରାଜ୍ୟରେ ସେ, ନିଜର ଦବଦବା ଜାହିର କରି ପାରିଛନ୍ତି ।

1998 ଓ 1999ରେ ଦୁଇ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହେବା ପରେ ତତ୍କାଳୀନ ଏନଡିଏ ସରକାରରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଥିଲେ । ଆଉ 2000 ମସିହାରେ ସାଧାରଣ ନିର୍ବାଚନରେ ଯୋଗ ଦେବା ପରେ ସେ ଆଉ ପଛକୁ ଫେରିନାହାନ୍ତି । 5ଟି ସାଧାରଣ ନିର୍ବାଚନ, 4ଟି ପଞ୍ଚାୟତ ନିର୍ବାଚନ ଓ 3ଟି ପୌର ନିର୍ବାଚନକୁ ଏକପାଖିଆ ଭାବେ ନବୀନ ପଟ୍ଟନାୟକ ନେତୃତ୍ବାଧୀନ ଦଖଲ କରିଛି ।

ସେହିପରି 1998ରେ ବିଜେପି ମେଣ୍ଟକୁ ଭାଙ୍ଗି 2009ରେ ନବୀନ ଏକାକୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ । ଯେଉଁଥିରେ 147ଟି ସିଟରୁ 103 ବିଧାନସଭା ଆସନ ଦାଖଲ କରିଥିଲେ । 2014ରେ 117 ଓ 2019ରେ 112ଟି ଆସନ ଜିତି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ହାସଲ କରିଛନ୍ତି ନବୀନ ପଟ୍ଟନାୟକ ।

1999ର ମହାବାତ୍ୟା ହେଉ କି ଫନି ଓଡ଼ିଶାକୁ ବିଧ୍ବସ୍ତ କରିଥିବା ବିପର୍ଯ୍ୟୟର ପରିଚାଳନା ଅନ୍ୟ ସମସ୍ତଙ୍କ ପାଇଁ ଉଦହାରଣ ସାଜିଛନ୍ତି । ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ଜାତୀୟସ୍ତରରେ କମ ରହିବା ରାଜ୍ୟ ସରକାରଙ୍କ ଆଉ ଏକ ଉପଲବ୍ଧି । ନିର୍ବାଚନରେ 50 ପ୍ରତିଶତ ସଂରକ୍ଷଣ, ମହିଳା ସଶକ୍ତୀକରଣ ଗୁରୁତ୍ବ ଦେଇ ଆସିଛି ସରକାର । ଖେଳ ଜଗତରେ ହକିକୁ ବିଶ୍ବ ଦରବାରରେ ପ୍ରଦର୍ଶନ କରି ଓଡ଼ିଶା ପାଇଁ ଏକ ନୂଆ ଛାପ ସୃଷ୍ଟି କରିପାରିଛନ୍ତି । ଏଥିସହ ଓଡ଼ିଶା ବିଶ୍ବବିଦ୍ୟାଳୟର ସ୍ଥାପନା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିଛନ୍ତି ନବୀନ ସରକାର । ସେହିପରି ଗାନ୍ଧୀଙ୍କ 150ତମ ଜନ୍ମ ଜୟନ୍ତୀରେ 'ମୋ ସରକାର'ର ଘୋଷଣା କରି ତୃଣମୂଳ ସ୍ତରରେ ବିକାଶର ତନାଘନା କରୁଛନ୍ତି ।

ସେପଟେ କିନ୍ତୁ ବିଭିନ୍ନ ସମୟରେ ବିରୋଧୀ ମହିଳା ସୁରକ୍ଷା, ମଦ ମୁକ୍ତ ଓଡ଼ିଶା, ରାଜ୍ୟରୁ ବଡ ବଡ ପ୍ରକଳ୍ପ ମୁହଁ ଫେରାଇବା, ଦାଦନ ଭଳି ସମସ୍ୟାକୁ ନେଇ ନବୀନଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି । ଆଉ ଦୀର୍ଘ 20 ବର୍ଷ ଶାସନ ପରେ ଓଡ଼ିଆ କହିପାରୁନଥିବାରୁ ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି । କିନ୍ତୁ ସେ ଅପରାଜେୟ ।

ନବୀନ ପଟ୍ଟନାୟକଙ୍କ 74ତମ ଜନ୍ମଦିନ ଅବସରରେ ସାରା ଦେଶ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟୁଥିବାବେଳେ ଚଳିତ ଥର ଜନ୍ମ ଦିନ ମନାଇବେ ନାହିଁ । ବାତ୍ୟା 'ଫନି'ରେ ବ୍ୟାପକ କ୍ଷୟକ୍ଷତି ସହିଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Intro:Body:

BLANK FOR LINK 

Conclusion:
Last Updated : Oct 16, 2019, 11:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.