ETV Bharat / city

ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ ୧୦ କୋଟି ୩୫ ଲକ୍ଷର ବ୍ୟବସାୟ - ଭୁବନେଶ୍ବରରେ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା

ସରିଲା ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା । ମେଳାରେ ୧୦ କୋଟି ୩୫ ଲକ୍ଷର ବିକ୍ରିବଟା ହୋଇଥିବା ଜଣାପଡିଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ‘ବୟନିକା’ ଆନୁକୂଲ୍ୟରେ ଆୟୋଜିତ ଏହି ମେଳା ଏକ ମାସ ଧରି ଚାଲିଥିବାବେଳେ ୧୫ଟି ରାଜ୍ୟ ଭାଗ ନେଇଛନ୍ତି । ଅଧିକ ପଢନ୍ତୁ

ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ ୧୦ କୋଟି ୩୫ ଲକ୍ଷର ବ୍ୟବସାୟ

author img

By

Published : Oct 14, 2022, 1:52 PM IST

ଭୁବନେଶ୍ବର: ଶେଷ ହୋଇଛି ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା । ଏହି ମେଳା ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆ ଓ ଏକାମ୍ର ହାଟରେ ସେପ୍ଟେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଥିଲା । ଏହି ମେଳାରେ ୨୧୫ଟି ଷ୍ଟଲ ଖୋଲା ଯାଇଥିଲା । ସେଥି ମଧ୍ୟରୁ ୧୧୫ଟି ଷ୍ଟଲରେ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତି ମାନେ ହସ୍ତତନ୍ତ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ କରିଥିଲେ । ଦେଶର ସମସ୍ତ ବୟନକଳାକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରାଇବା ଓ ଏହାର ବିକ୍ରୟ ସୁଯୋଗ ସୃଷ୍ଟି ସହିତ ବୁଣାକାରମାନଙ୍କର ସର୍ବାଙ୍ଗୀନ ବିକାଶ ଉଦ୍ଦେଶ୍ୟରେ ଏହି ମେଳା ଆୟୋଜିତ ହୋଇଥିଲା ।

ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ ୧୦ କୋଟି ୩୫ ଲକ୍ଷର ବ୍ୟବସାୟ
ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ ୧୦ କୋଟି ୩୫ ଲକ୍ଷର ବ୍ୟବସାୟ

ଏକ ମାସ ଧରି ଆୟୋଜିତ ଏହି ମେଳାରେ ୧୫ଟି ରାଜ୍ୟ ଭାଗ ନେଇ ଥିଲେ । ଏହି ହସ୍ତତନ୍ତ ମେଳାରେ ପ୍ରାୟ ୧୦ କୋଟି ୩୫ ଲକ୍ଷ ଟଙ୍କାର ବ୍ୟବସାୟ ମଧ୍ୟ ହୋଇଥିଲା । ତେବେ ‘ବୟନିକା’ ଏହି ମେଳାରେ ୧ କୋଟି ୮୦ ଲକ୍ଷ ଟଙ୍କାର ଓଡ଼ିଶା ହସ୍ତତନ୍ତ ସାମଗ୍ରୀ ବିକ୍ରୟ କରିପାରିଛି । ବୁଣାକାର ସେବାକେନ୍ଦ୍ର, ଭୁବନେଶ୍ବର ଦ୍ବାରା ତିଆରି ହୋଇଥିବା ଥିମ ପାଭିଲିଅନ ଦର୍ଶକମାନଙ୍କ ଦ୍ବାରା ବେଶ ପ୍ରଶଂସିତ ହୋଇଛି । ଏହି ପାଭିଲିଅନରେ ଲୋକମାନେ ଓଡ଼ିଶାର ହସ୍ତତନ୍ତ ସଂପର୍କରେ ଅଧିକ ଜାଣିବାର ସୁଯୋଗ ପାଇଥିଲେ ।

ତେବେ ଏହି ମେଳାରେ ଲୋକମାନେ ବିଭିନ୍ନ ରାଜ୍ୟର ହସ୍ତତନ୍ତ ବସ୍ତ୍ର କିଣା କିଣି କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସୁସ୍ବାଦୁ ଖାଦ୍ୟର ମଧ୍ୟ ମଜା ଉଠାଇ ଥିଲେ । ଶେଷ ଦିନରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ବୟନ ଶିଳ୍ପ ନିର୍ଦ୍ଦେଶକ ଶୋଭନ ସାହୁ ଓ ପରିଚାଳନା ନିର୍ଦ୍ଦେଶକ ‘ବୟନିକା’ ଶ୍ୟାମଭକ୍ତ ମିଶ୍ର ମେଳାରେ ଅଂଶଗ୍ରହଣ କାରୀମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିବା ସହିତ ସାର୍ଟିଫିକେଟ୍‌ ବଣ୍ଟନ କରିଛନ୍ତି । ଏହି ବଡ଼ ମେଳା ଅତ୍ୟନ୍ତ ଶୃଙ୍ଖଳିତ ଭାବେ ମାସାଧିକ କାଳ ପରିଚାଳିତ ହୋଇଥିବାରୁ ପ୍ରମୁଖ ଶାସନ ସଚିବ ଆୟୋଜନ କରିଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.