ଭୁବନେଶ୍ବର: ନାଲକୋର 41ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁବାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ବ୍ୟବସାୟିକ କ୍ଷେତ୍ରରେ ନାଲକୋରେ ବିକାଶ ଆଣିବା ପାଇଁ ତ୍ବରିତ ଅଭିବୃଦ୍ଧି ଏବଂ ବିସ୍ତାର କରାଯାଇ ଏହାକୁ ଏକ ପରବର୍ତ୍ତୀ ସ୍ତରରେ ପହଞ୍ଚାଇବା ବିଷୟରେ ଚିନ୍ତା କରିବା ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ କହିଛନ୍ତି ।
ସମ୍ପ୍ରସାରଣ ଏବଂ ବିବିଧକରଣ ଯୋଜନାରେ ନାଲକୋ 2027-28 ସୁଦ୍ଧା 30,000 କୋଟି ଟଙ୍କା ବିନିଯୋଗ କରିବ ବୋଲି ସେ କହିଛନ୍ତି । ଦେଶରେ କେନ୍ଦ୍ରୀୟ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗ (CPSE) ରୋଜଗାର କରୁଥିବା ସର୍ବୋଚ୍ଚ ନେଟ ବୈଦେଶିକ ମୁଦ୍ରା ମଧ୍ୟରୁ ନାଲକୋ ଗୋଟିଏ ସଂସ୍ଥା, ଯାହା ଦେଶ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି ।
-
Attended 41st Foundation Day of @NALCO_India in Bhubaneswar today. Spoke about achieving exponential growth and expansion to take NALCO to the next level of business excellence.
— Pralhad Joshi (@JoshiPralhad) January 7, 2021 " class="align-text-top noRightClick twitterSection" data="
NALCO will invest Rs 30,000 crores by 2027-28 on expansion and diversification plans. pic.twitter.com/zmy6B9cmIt
">Attended 41st Foundation Day of @NALCO_India in Bhubaneswar today. Spoke about achieving exponential growth and expansion to take NALCO to the next level of business excellence.
— Pralhad Joshi (@JoshiPralhad) January 7, 2021
NALCO will invest Rs 30,000 crores by 2027-28 on expansion and diversification plans. pic.twitter.com/zmy6B9cmItAttended 41st Foundation Day of @NALCO_India in Bhubaneswar today. Spoke about achieving exponential growth and expansion to take NALCO to the next level of business excellence.
— Pralhad Joshi (@JoshiPralhad) January 7, 2021
NALCO will invest Rs 30,000 crores by 2027-28 on expansion and diversification plans. pic.twitter.com/zmy6B9cmIt
ସଂସ୍ଥାର ବିଭିନ୍ନ ବିସ୍ତାରିତ ଯୋଜନା ଦେଶର ଖଣି ଏବଂ ଖଣିଜ କ୍ଷେତ୍ର ଉପରେ ଗୁଣକ ପ୍ରଭାବ ପକାଇବ, ଯାହାଦ୍ବାରା ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣରେ ଏହା ସହାୟକ ହେବ ବୋଲି ସେ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି । ଏହାସହିତ ମନ୍ତ୍ରୀ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ଭେଟି ଦଳକୁ ସୁଦୃଢ କରିବା ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି ।
ତେବେ 5ମ ଷ୍ଟ୍ରିମ୍ ରିଫାଇନାରୀ, ପଟାଙ୍ଗି ବକ୍ସାଇଟ୍ ଖଣି, ଦକ୍ଷିଣ ବ୍ଲକରୁ ପରିବହନ ବ୍ୟବସ୍ଥା ଏବଂ ଉତ୍କଳ D&E କୋଇଲା ଖଣିରେ 7000 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାସହିତ ସ୍ମେଲଟର (ପଦାର୍ଥକୁ ଗରମ କରାଯାଇ ମୂଳ ଉତ୍ପାଦନ ବାହାର କରିବା ପ୍ରକ୍ରିୟା) ଏବଂ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ବିସ୍ତାର ଓ ଅନୁଗୁଳରେ ଥିବା 1400 ମେଗାୱାଟ ଫିଡର ସିପିପି ସ୍ମେଲଟର ପ୍ଲାଣ୍ଟ ପାଇଁ ମିଳିତ ଭାବେ 23 ହଜାର କୋଟି ଅର୍ଥ ଖର୍ଚ୍ଚ ହେବ ।
ନାଲକୋରେ ଅଧିକ ଉତ୍ପାଦନ କଲେ ରାଜସ୍ବ ବଢିବ ବୋଲି କେନ୍ଦ୍ରମନ୍ତ୍ରୀ ଯୋଶୀ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟକୁ ଇଙ୍ଗିତ କରି କହିଛନ୍ତି । ଏହାସହିତ ନିଲାମ ହୋଇଥିବା 3ଟି ଖଣି ଓଏମସି ଓ ଓଏମଇସିଏଲକୁ ଦେବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ । ତେବେ ଏହାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ନୀତି ଓ ଆଇନରେ ଫେବୃଆରୀ ସୁଦ୍ଧା ପରିବର୍ତ୍ତନ ଆସିବ। ବିଶେଷ ଆଗ୍ରହ ନଥିବା ସଂସ୍ଥାଙ୍କୁ ଖଣି ନିଲାମୀରେ ଭାଗ ନେବାକୁ ଏଣିକି ସୁଯୋଗ ଦିଆଯିବନି । ମାର୍ଚ୍ଚ ପ୍ରଥମ ସପ୍ତାହରୁ ଉତ୍ପାଦନ କାର୍ଯ୍ୟ ଆରମ୍ଭ ହେବ ବୋଲି ରାଜ୍ୟ ସରକାର ପ୍ରତିଶୃତି ଦେଇଥିବା ସେ କହିଛନ୍ତି ।
ନାଲକୋ 2027ରୁ 2028 ମଧ୍ୟରେ ଉତ୍ପାଦକୁ ବୃଦ୍ଧି କରିବ । ବକ୍ସାଇଟ ଟ୍ରାନ୍ସପୋର୍ଟ ସିଷ୍ଟମକୁ ବୃଦ୍ଧି, ଆଲୁମିନା ଉତ୍ପାଦନକୁ ବୃଦ୍ଧି କରିବା ଦ୍ବାରା ଓଡ଼ିଶାର ଅର୍ଥନୀତି ମଧ୍ୟ ବୃଦ୍ଧି ପାଇବ । ଖୁବଶୀଘ୍ର ଓଡ଼ିଶାର 11ରୁ 12 ଖଣି ନିଲାମ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଯୋଶୀ ସୂଚନା ଦେଇଛନ୍ତି । ୨୦୨୭ ସୁଦ୍ଧା ୩୩ ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ଏହାର ରିଫାଇନାରୀ ଉତ୍ପାଦନ କ୍ଷମତା ୧ ନିୟୁତ ଟନ ହେବ। ଏହାସହ ୩ ବର୍ଷ ହେଲା ଖଣିଜ ପଥରର ରୟାଲିଟି ସଂଶୋଧନ ହେଉନଥିବା କାରଣ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ଏ ନେଇ ଏକ କମିଟି ଗଠନ କରାଯାଇଛି । ଖୁବଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ