ETV Bharat / city

ମହାମାରୀରେ MSME ପ୍ରଭାବିତ, କ୍ଷତି ବ୍ୟବଧାନ ହ୍ରାସ ଲାଗି ମନ୍ତ୍ରୀଙ୍କ ନିର୍ଦ୍ଦେଶ

author img

By

Published : Oct 8, 2021, 2:14 PM IST

ମହାମାରୀରେ ରାଜ୍ୟରେ ଥିବା MSME ପ୍ରଭାବିତ ହୋଇଛି । ଏହାର କ୍ଷତି ବ୍ୟବଧାନ ହ୍ରାସ ଲାଗି ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି MSME ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଅଧିକ ପଢନ୍ତୁ...

ମହାମାରୀରେ MSME ପ୍ରଭାବିତ, କ୍ଷତି ବ୍ୟବଧାନ ହ୍ରାସ ଲାଗି ମନ୍ତ୍ରୀଙ୍କ ନିର୍ଦ୍ଦେଶ
ମହାମାରୀରେ MSME ପ୍ରଭାବିତ, କ୍ଷତି ବ୍ୟବଧାନ ହ୍ରାସ ଲାଗି ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମହାମାରୀରେ ରାଜ୍ୟରେ ଥିବା MSME ପ୍ରଭାବିତ ହୋଇଛି । ଆର୍ଥିକ ବ୍ୟବଧାନ ଫଳରେ ବହୁ MSME କ୍ଷତି ସହିଛନ୍ତି । ଆଉ ଅଳ୍ପ କିଛି ସଂସ୍ଥା ଏହି ସମୟରେ ଲାଭବାନ ହୋଇଛନ୍ତି । ତେଣୁ ଏହି ବ୍ୟବଧାନ ବା ଅନ୍ତରକୁ ଦୂର କରିବା ଆବଶ୍ୟକ ରହିଛି । ଏ ନେଇ ରାସ୍ତା ବାହାର କରିବା ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି MSME ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

ଭାରତୀୟ ଚାମ୍ବର ଅଫ କମର୍ସ ଆନୁକୂଲ୍ୟରେ ରାଜ୍ୟରେ ଅଧିକ ଏମଏସଏମଇ ପ୍ରତିଷ୍ଠା ଦିଗରେ ବ୍ୟାଙ୍କ ଏବଂ ଅର୍ଥ ବିଭାଗର ଭୂମିକା ଶୀର୍ଷକ ଭର୍ଚ୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଛି । ଏମଏସଏମଇକୁ ଅଧିକ କ୍ରିୟାଶୀଳ, ତ୍ବରାନ୍ବିତ ଏବଂ ଯୁବପିଢିଙ୍କୁ ଅଧିକ ରୋଜଗାରକ୍ଷମ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି ବୋଲି ବୈଠକରେ ଉପସ୍ଥିତ ରହି କହିଛନ୍ତି ବିଭାଗୀୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଗ୍ରାମୀଣ ଉଦ୍ୟୋଗକୁ ପ୍ରୋତ୍ସାହନ, ବଜାର ବିକ୍ରି, ଉତ୍ପାଦନ କ୍ଷମତା ବୃଦ୍ଧି ଅଧିକରୁ ଅଧିକ ପୁଞ୍ଜି ନିବେଶ, ଯୁବ ଉଦ୍ୟୋଗୀ ନିର୍ମାଣ ପାଇଁ ICCର ସହଯୋଗ ଲୋଡ଼ । ଏହା ସହ ରାଜ୍ୟ ସରକାର ଆପଣଙ୍କ ସହ ଅଛନ୍ତି ବୋଲି ବୈଠକରେ ମନ୍ତ୍ରୀ ମତ ରଖିଛନ୍ତି ।

ରାଜ୍ୟରେ ମହାମାରୀ ସମୟରେ ଏମଏସଏମଇ ପ୍ରଭାବିତ ହୋଇଛନ୍ତି । ବହୁ ସଂସ୍ଥା ଆର୍ଥିକ ବ୍ୟବଧାନ ଫଳରେ କ୍ଷତି ସହିଛନ୍ତି । କେତେକ ଏହି ସମୟରେ ଲାଭବାନ ହୋଇଛନ୍ତି । ତେଣୁ ଏହି ବ୍ୟବଧାନ ବା ଅନ୍ତରକୁ ଦୂର କରିବା ପାଇଁ ମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କୁ ରାସ୍ତା ବାହାର କରିବା ପାଇଁ ପରାମର୍ଶ ଦେଇଛନ୍ତି । ବୈଠକରେ ମନ୍ତ୍ରୀଙ୍କ ସମେତ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଵିଶାଲ କୁମାର ଦେବ, ଏମଏସଏମଇ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଏମଏସଏମଇ ଯୁଗ୍ମ ନିର୍ଦ୍ଦେଶକ ପିକେ ଗୁପ୍ତା, ଶିଳ୍ପ ନିର୍ଦେଶକ ସିଦ୍ଦିକ ଆଲାମ, ଏମଏସଏମଇ ମନ୍ତ୍ରାଳୟ ପୂର୍ବତନ ସଚିବ ଅରୁଣ କୁମାର ପଣ୍ଡା, ଏସବିଆଇ ସିଜିଏମ ବିଦ୍ୟା କ୍ରିଷ୍ଣାନ ଏବଂ ଭାରତୀୟ ଚାମ୍ବର ଅଫ କମର୍ସର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.