ETV Bharat / city

ବରମୁଣ୍ଡା ବସଷ୍ଟାଣ୍ଡ ବୁଲିଲେ ସାଂସଦ ଅପରାଜିତା - ସାଂସଦ ଅପରାଜିତା ଷଡ଼ଙ୍ଗୀ

ବରମୁଣ୍ଡା ବସଷ୍ଟାଣ୍ଡ ପରିଦର୍ଶନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଧିକ ପଢନ୍ତୁ...

Mp Aparajita sadangi visit baramunda bus stand
ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ବୁଲିଲେ ସଂସଦ ଅପରାଜିତା
author img

By

Published : Aug 24, 2021, 7:13 PM IST

ଭୁବନେଶ୍ବର: ବରମୁଣ୍ଡା ବସଷ୍ଟାଣ୍ଡ ପରିଦର୍ଶନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଙ୍ଗଳବାର ସକାଳ ସମୟରେ କେତେକ ସ୍ଥାନୀୟ ଅନୁଷ୍ଠାନ ଗୁଡିକର ଅନୁରୋଧ କ୍ରମେ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଡ ପରିଦର୍ଶନ କରିଛନ୍ତି । ଏହା ସହ ସେମାନଙ୍କର ସମସ୍ୟା ବୁଝି ସମାଧାନ ପାଇଁ ପ୍ରୟାସ କରିଛନ୍ତି l

ରାଜଧାନୀର ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ ଚାଲିଥିବା ବେଳେ ଏଠାରେ ୧୧୮ ଟି ବ୍ୟବସାୟୀ ପରିବାର ୩୨ଟି କୁଲି ପରିବାରର ବିଭିନ୍ନ ସମସ୍ୟାକୁ ରାଜ୍ୟ ସରକାର ଧ୍ୟାନ ଦେଉନାହାଁନ୍ତି । ଦୀର୍ଘ ଦିନ ଧରି ଦୋକାନ କରିଥିବା ସ୍ଥାନ ଦୋକାନୀ ମାନଙ୍କୁ ତରବରିଆ ଭାବରେ ଥଇଥାନର ବ୍ୟବସ୍ଥା ନ କରି ସେମାନଙ୍କୁ ସେଠାରୁ ଉଠାଇ ଦେବା ପାଇଁ ରାଜ୍ୟ ସରକାର ତରଫରୁ ନିର୍ଦ୍ଦେଶ ଆସିଛି । ବସଷ୍ଟାଣ୍ଡର କାର୍ଯ୍ୟ କରୁଥିବା କୁଲି ମାନେ ମଧ୍ୟ ବସ ଚାଲୁନଥିବା ଯୋଗୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାଂସଦ ସେମାନଙ୍କର ସମସ୍ୟାକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବାର ପ୍ରତିଶ୍ରୁତି ଦେଇଛନ୍ତି ଏବଂ ସମସ୍ୟାର ସମାଧାନ କିପରି ହେବ ସେଥିପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.