ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ମା’ ଓ ପୁଅ ଆତ୍ମହୁତି ଦେବାକୁ ଉଦ୍ୟମ କରିଛନ୍ତି । ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ କିରୋସିନ ହାତରେ ଧରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମା ଓ ପୁଅ । ୟୁନିଟ ୯ ଅଞ୍ଚଳର ଛାତ୍ର ଇମ୍ରାନ୍ ଖାନ୍ ଓ ତାଙ୍କ ମା ଜସ୍ମିନ ଖାନ ବୋଲି ଜଣାପଡିଛି । ଦଶମ ଶ୍ରେଣୀ ଅଫଲାଇନ୍ ପରୀକ୍ଷା ଫର୍ମପୂରଣରୁ ବାଦ ପଡିବା ଅଭିଯୋଗରେ ଆତ୍ମହୁତି ଉଦ୍ୟମ କରିଛନ୍ତି ।
ଗତକାଲି(ମଙ୍ଗଳବାର) କ୍ୟାପିଟାଲ ହାଇସ୍କୁଲ ସମ୍ମୁଖରେ ହାଇଡ୍ରାମା କରିଥିଲେ ଏହି ମା ଓ ପୁଅ । ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନରେ ଆତ୍ମହୁତି ଉଦ୍ୟମ କରୁଥିବା ବେଳେ କ୍ୟାପିଟାଲ ଥାନା ପୋଲିସ କାବୁ କରିଛି । ଉଭୟ ମା’ ପୁଅଙ୍କୁ ବୁଝାସୁଝା କରି ଉଠାଇ ନେଇଛି ପୋଲିସ । ଉଭୟଙ୍କୁ କ୍ୟାପିଟାଲ ଥାନା ଥାନାରେ ଅଟକ ରଖାଯାଇଛି ।
ମାଟ୍ରିକ ଅଫଲାଇନ ଫର୍ମଫିଲଅପକୁ ନେଇ ମା ଓ ପୁଅ ଅସନ୍ତୁଷ୍ଟ ଥିଲେ । ସ୍କୁଲ ଫର୍ମ ଫିଲଅପ କରାଇ ନଥିବାରୁ ଗତକାଲି ଉଭୟ ସ୍କୁଲ ଆଗରେ ଧାରଣା ଦେଇଥିଲେ । ମାଟ୍ରିକ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୋଷ ଥିବାବେଳେ କିଛି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଓ ଅଭିଭାବକ ଆନ୍ଦୋଳନ କରୁଛନ୍ତି ।
ଭୁବନେଶ୍ବରରୁ ଭାବନୀ ଶଙ୍କର ଦାସ, ଇଟିଭି ଭାରତ