ଭୁବନେଶ୍ବର: ଗତ 5 ବର୍ଷରେ ଦୁର୍ଘଟଣାରେ ଯାଇଛି 25 ହଜାର 257 ଜଣଙ୍କ ଜୀବନ । ଦୁର୍ଘଟଣାରେ ଆହତ ହୋଇଛନ୍ତି 52 ହଜାର 769 ବ୍ୟକ୍ତି । ଗତ 5 ବର୍ଷରେ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଛନ୍ତି 4 ହଜାର 947 ଜଣ । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ତେବେ ଗତ ପାଞ୍ଚ ବର୍ଷରେ ଦିନକୁ ହାରାହାରି 14 ଜୀବନ ଯାଉଛି ବୋଲି ସୂଚନା ମିଳିଛି ।
ଅର୍ଥାତ ମନ୍ତ୍ରୀଙ୍କ ତଥ୍ୟ ଆଧାରରେ ଗତ ପାଞ୍ଚ ବର୍ଷରେ ଦୈନିକ ପାଖାପାଖି 14 ଜଣଙ୍କ ମୃତ୍ୟୁ ହେଉଛି ବିଭିନ୍ନ ସଡକ ଦୁର୍ଘଟଣାରେ । ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବାବଦରେ ବିରୋଧୀ ଦଳ ଉପନେତା ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ । 2019 ବର୍ଷରେ ସୋଲାସିୟମ ପାଣ୍ଠି (SolatiumFund)ର ସୁବିଧା ନେଇଛନ୍ତି 29 ଜଣ । ପ୍ରଦାନ କରାଯାଇଛି 49, 50, 000 ଟଙ୍କା । 2020 ବର୍ଷରେ 63 ଜଣ ସୁବିଧା ପାଇଥିବାବେଳେ 1, 11, 00, 000 ଟଙ୍କା ପାଇଛନ୍ତି ।
ସେହିପରି 2021 ବର୍ଷରେ 164 ଜଣ ସୁବିଧା ପାଇଥିବାବେଳେ 2, 93, 50, 000 ଟଙ୍କା । 2022 ଜୁନ ପର୍ଯ୍ୟନ୍ତ 116 ଜଣ ସୁବିଧା ପାଇଛନ୍ତି 7, 40, 50, 000 ଟଙ୍କା ।