ETV Bharat / city

ନବୀନ ନିବାସ ଘେରାଉ କରିବେ 13 ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ !

author img

By

Published : Oct 10, 2020, 8:05 PM IST

ଅଖିଳଭାରତ ଛାତ୍ରସଂଘ ଓ ନିଖିଳ ଓଡିଶା ଡି.ଏଲ୍-ଇଡି(ସିଟି) ଛାତ୍ରସଂଘର ମିଳିତ ଆନୁକୂଲ୍ୟରେ ଆଜି ଏଆଇଏସଏଫ, ରାଜ୍ୟ କାର୍ଯ୍ୟାଳୟରେ ସଭାପତି ସଂଘମିତ୍ରା ଜେନାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଅଖିଳଭାରତ ଛାତ୍ରସଂଘ
ଅଖିଳଭାରତ ଛାତ୍ରସଂଘ

ଭୁବନେଶ୍ବର: ଅଖିଳଭାରତ ଛାତ୍ରସଂଘ ଓ ନିଖିଳ ଓଡିଶା ଡି.ଏଲ୍-ଇଡି(ସିଟି) ଛାତ୍ରସଂଘର ମିଳିତ ଆନୁକୂଲ୍ୟରେ ଆଜି ଏଆଇଏସଏଫ, ରାଜ୍ୟ କାର୍ଯ୍ୟାଳୟରେ ସଭାପତି ସଂଘମିତ୍ରା ଜେନାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ଶ୍ରେଣୀଗୃହ ପରୀକ୍ଷା ପରିଚାଳନା ନିଷ୍ପତ୍ତିକୁ ଦୃଢ ଭାବେ ନିନ୍ଦା କରାଯାଇଛି ।

ଶୁକ୍ରବାର କେବଳ ଓଡିଶାରେ ତିନି ହଜାରରୁ ଊର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଡି.ଇଏଲ୍.ଇଡି, ଛାତ୍ରଛାତ୍ରୀଙ୍କ ପ୍ରଥମ ଓ ଶେଷ ବର୍ଷ ପରୀକ୍ଷା ବିଭିନ୍ନ କେନ୍ଦ୍ରରେ ଶ୍ରେଣୀଗୃହରେ ପରିଚାଳନା କରିବା ନିଷ୍ପତ୍ତି ପରୀକ୍ଷାର୍ଥୀଙ୍କୁ କୋରୋନା ସହ ଛାଡିଦେବା ପାଇଁ ଏକ ଦାୟିତ୍ବହୀନ ନିଷ୍ପତ୍ତି ବୋଲି କୁହାଯାଇଛି । ପରୀକ୍ଷାର୍ଥୀମାନଙ୍କର ପରୀକ୍ଷାକେନ୍ଦ୍ର ୧୦୦ ରୁ ୧୫୦ କି.ମି. ଦୂରତାରେ ରହିଛି ।

ଅନ୍ୟପକ୍ଷେ ପରୀକ୍ଷାର୍ଥୀ ଓ ତାଙ୍କ ଅଭିଭାବକଙ୍କ ଯାତାୟତ, ପରୀକ୍ଷା ପାଇଁ ୧୫ ଦିନ ରହଣି, ପରୀକ୍ଷାର୍ଥୀ ଓ ତାଙ୍କ ପରିବାରବର୍ଗଙ୍କ କୋରୋନା ଟେଷ୍ଟିଂ ବ୍ୟବସ୍ଥା ସମ୍ପର୍କରେ ସରକାର ଚିନ୍ତା ନ କରି ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ସଂଗଠନ ନିନ୍ଦା କରିଥିଲା । ବିଇଡି ଛାତ୍ରଛାତ୍ରୀଙ୍କ ପରୀକ୍ଷା କୋରୋନା ସଂକ୍ରମଣ ଭୟରେ ଅନଲାଇନ୍ ମାଧ୍ୟମରେ କରାଯାଇଥିବାବେଳେ ଡି.ଇଏଲ୍.ଇଡି ଛାତ୍ରଛାତ୍ରୀମାନଙ୍କରେ ପରୀକ୍ଷା ଅଫଲାଇନରେ କରାଯିବା ସରକାରଙ୍କ କୋରୋନା ମହାମାରୀ ସମ୍ପ୍ରସାରଣ ଯୋଜନା କି ବୋଲି ପ୍ରଶ୍ନ କରାଯାଇଛି।

ଏହି ନିଷ୍ପତ୍ତି ପ୍ରତ୍ୟାହାର କରି 13,500ରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀଙ୍କ ପାଇଁ ବିକଳ୍ପ ପରୀକ୍ଷା ବ୍ୟବସ୍ଥା କରାନଗଲେ 12 ଅକ୍ଟୋବରରେ ଏହି ଛାତ୍ରଛାତ୍ରୀ ନବୀନ ନିବାସ ଘେରାଓ କରିବେ ବୋଲି ଛାତ୍ରସଂଘ ପକ୍ଷରୁ ମିଳିତ ଚେତାବନୀ ଦିଆଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.