ଭୁବନେଶ୍ବର: ରାଜ୍ୟରେ ଚାଲିଛି ତୋଷାଳୀ ମେଳା 2019। ଶୀତୁଆ ରାତି ସହ ଲୋକ ବି ଖୁବ ଆନ୍ଦ ନେଉଛନ୍ତି ମେଳାର । ମେଳାରେ ଲାଗିଛି ହସ୍ତଶିଳ୍ପ ଓ ହସ୍ତତନ୍ତର 300 ଷ୍ଟଲ । ଯେଉଁଠି ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶିଳ୍ପୀ ଯୋଗ ଦେଇଛନ୍ତି ।
ତେବେ କେନ୍ଦୁଝରରୁ ଆସିଥିବା ହାତବୁଣା କାରିଗରଙ୍କ ଚାହିଦା ବେଶ ଭଲ ରହିଥିବାର ଦେଖିବାକୁ ମିଳିଛି । ଟସର, ମାଲବରୀ ଓ ଏରି ସୂତାରୁ ତିଆରି ପାଟ ଶାଢ଼ୀ ଓ ଟସର ଶାଢ଼ୀ ଲୋକଙ୍କ ବେଶ ପସନ୍ଦ ହେଉଛି। ସିଧାସଳଖ ତୋଷାଳୀ ମେଳାରେ ନିଜ ହାତରେ ଶାଲ ଶାଢ଼ୀ ବୁଣି ଲୋକଙ୍କୁ ପ୍ରଦର୍ଶନ କରିବା ସହ ବିକ୍ରି କରୁଛନ୍ତି ଏହି ମହିଳା ମାନେ । ଯାହା ଏବେ ରାଜଧାନୀ ବାସୀଙ୍କ ପ୍ରଥମ ପସନ୍ଦ ପାଲଟିଛି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ