ETV Bharat / city

ମୋ ଅଭିଯୋଗ ସଂଚାଳନ ବ୍ୟବସ୍ଥା ଆପ ଲୋକାର୍ପିତ, ଘରେ ରହି କରିପାରିବେ ଅଭିଯୋଗ

author img

By

Published : Oct 16, 2022, 11:46 AM IST

ଆଇଆରସି ଭିଲେଜର(IRC Village) ୱାର୍ଡ ନମ୍ବର ୨୫ରେ ଲୋକାର୍ପିତ ହେଲା ମୋ ଅଭିଯୋଗ ସଂଚାଳନ ବ୍ୟବସ୍ଥା ଆପ (Mo-Abhijog Sanchalan Bhyabastha)। ଅଧିକ ପଢନ୍ତୁ

ଲୋକାର୍ପିତ ହେଲା ମୋ ଅଭିଯୋଗ ସଂଚାଳନ ବ୍ୟବସ୍ଥା ଆପ

ଭୁବନେଶ୍ବର: ଲୋକାର୍ପିତ ହେଲା ମୋ ଅଭିଯୋଗ ସଂଚାଳନ ବ୍ୟବସ୍ଥା ଆପ (Mo-Abhijog Sanchalan Bhyabastha)। ଆଇଆରସି ଭିଲେଜର(IRC Village) ୱାର୍ଡ ନମ୍ବର ୨୫ରେ ଏହି ଆପ ଲୋକାର୍ପିତ ହୋଇଛି । ବିଏମସି ମେୟର ସୁଲୋଚନା ଦାସ(BMC Mayor Sulochana Das) ଏହାର ଉଦଘାଟନ କରିଛନ୍ତି । ସ୍ୱଚ୍ଛତା, ସ୍ୱରେଜ ରାସ୍ତା ଆଲୋକ ହେଉ ଅବା ଡ୍ରେନେଜ ସମସ୍ୟା ଏହି ସବୁ ସମସ୍ୟାର ସମାଧାନ ପାଇଁ ଆପଣ ଏହି ଆପ ମାଧ୍ୟମରେ ଅଭିଯୋଗ କରିପାରିବେ।

ଏହା ମଧ୍ୟ ପଢନ୍ତୁ: MI ସମର୍ଥକଙ୍କୁ RCB ଫ୍ୟାନ କଲା ହତ୍ୟା, ଟ୍ରେଣ୍ଡ କରୁଛି ଆରେଷ୍ଟ କୋହଲି

ଏହି ଆପ ଦ୍ବାରା ଆପଣ ଘରେ ରହି ଏହି ଆପ ମାଧ୍ୟମରେ ଅଭିଯୋଗ କରିପାରିବେ । ଅଭିଯୋଗର ଅଳ୍ପ ସମୟରେ ହିଁ କାର୍ଯ୍ୟ ତ୍ୱରିତ ସମାଧାନ ହେବ । କାରଣ ସମସ୍ୟାର ସମାଧାନ ପାଇଁ ପ୍ରତିଟି ଘରେ ଲାଗିଛି କ୍ୟୁଆର କୋଡ଼ । ଏହାରି ମାଧ୍ୟମରେ ସିଧାସଳଖ ୱାର୍ଡବାସୀ ଅଭଯୋଗ କରିପାରୁଛନ୍ତି । ଏହାକୁ ସିଧାସଳଖ ଭାବେ ସାଧାରଣ ଜନତା ସହରର ବିକାଶ ଓ ସ୍ୱଚ୍ଛତାରେ ସହଭାଗିତା ରହିପାରିବ । ୫ ମାସ ହେବ ଏହି ସୁବିଧା ସ୍ଥାନୀୟ ଅଞ୍ଚଳରେ ଲୋକାଦୃତ ହୋଇଛି । ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏହି ଉଦଘାଟନି ଉତ୍ସବରେ ଉପସ୍ଥିତ ଥିଲେ।

ଏନେଇ ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି ଯେ,"ଏହା ଏକ ଉତ୍ତମ ପଦକ୍ଷେପ । ସ୍ୱଚ୍ଛତା, ସ୍ୱରେଜ ରାସ୍ତା ଆଲୋକ ହେଉ ଅବା ଡ୍ରେନେଜ ସମସ୍ୟା ଏହି ସବୁ ସମସ୍ୟାର ସମାଧାନ ପାଇଁ ଆପଣ ଏହି ଆପ ମାଧ୍ୟମରେ ଅଭିଯୋଗ କରିପାରିବେ। ଅଭିଯୋଗ ସହ ମତାମତ ମଧ୍ୟ ଦେଇପାରିବେ । ଅଭିଯୋଗ କରିବାକୁ କିଛି ସମୟ ମଧ୍ୟରେ ପଦକ୍ଷେପ ଗ୍ରହଣ କରାଯିବ । ଆମେ ବିଭିନ୍ନ ସେବାକୁ ହାତକୁ ନେଇ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରୁଛୁ । ପ୍ରତ୍ୟେକ ଓ୍ବାର୍ଡର ସମସ୍ୟାର ସମାଧାନ ହୋଇପାରିବ । ୱାର୍ଡ ନମ୍ବର ୨୫ରେ ଏହା ପ୍ରଥମେ କାର୍ଯ୍ୟକାରୀ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.