ETV Bharat / city

ମିଶନ ଶକ୍ତିର ନୂଆ ବ୍ୟବସ୍ଥା ‘ବ୍ୟାଙ୍କ ସଖୀ’, ୨୦-୨୧ ଆର୍ଥିକ ବର୍ଷରେ ୨୩୦ କୋଟିର କାରବାର - Bank Sakhi

ମିଶନ ଶକ୍ତିର ନୂଆ ବ୍ୟବସ୍ଥା ‘ବ୍ୟାଙ୍କ ସଖୀ’ । ବର୍ତ୍ତମାନ ସୁଦ୍ଧା ‘ବ୍ୟାଙ୍କ ସଖୀ’ଙ୍କ ଦ୍ବାରା ୨୩୦ କୋଟି ଟଙ୍କାର ଅର୍ଥ କାରବାର କରିଥିବା ମିଶନ ଶକ୍ତିର ସୂଚନା । ଗ୍ରମୀଣ କ୍ଷେତ୍ରରେ ବ୍ୟାଙ୍କର ସୁବିଧା ଯୋଗାଉଛନ୍ତି ବ୍ୟାଙ୍କ ସଖୀ । ଅଧିକ ପଢନ୍ତୁ....

ମିଶନ ଶକ୍ତିର ନୂଆ ବ୍ୟବସ୍ଥା ‘ବ୍ୟାଙ୍କ ସଖୀ’ , ୨୦-୨୧ ଆର୍ଥିକ ବର୍ଷରେ ୨୩୦ କୋଟିର କାରବାର

author img

By

Published : Aug 23, 2021, 6:16 PM IST

ଭୁବନେଶ୍ବର: ଗ୍ରାମୀଣ ଅର୍ଥନୀତିର ଅଭିବୃଦ୍ଧିରେ ମିଶନ ଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ପ୍ରମୁଖ ଭୂମିକା ରହିଛି । ଏ ନେଇ ଗ୍ରାମ ପଞ୍ଚାୟତରେ ନିୟୋଜିତ ହୋଇଛନ୍ତି ବିଜନେସ କରେସ୍‌ପଣ୍ଡେଣ୍ଟ ଏଜେଣ୍ଟ (ବ୍ୟାଙ୍କ ସଖୀ) । ବର୍ତ୍ତମାନ ସୁଦ୍ଧା ୧୨୫୨ ମିଶନ ଶକ୍ତି ‘ବ୍ୟାଙ୍କ ସଖୀ’ଙ୍କ ଦ୍ବାରା ୨୩୦ କୋଟି ଟଙ୍କାର ଅର୍ଥ କାରବାର ହୋଇଥିବା ଜଣାପଡିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ।

ଏଥିପାଇଁ ବ୍ୟାଙ୍କ ସଖୀ ଭାବରେ ମିଶନ ଶକ୍ତି ବିଭାଗ ବିଭିନ୍ନ ବ୍ୟାଙ୍କ ସହ ଅନୁବନ୍ଧିତ ହୋଇଛି । ଯୋଗ୍ୟ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ/ସଂଘର ସଦସ୍ୟାମାନଙ୍କୁ ଚୟନ କରିବା ପାଇଁ ବିଭାଗ ପକ୍ଷରୁ ଆବଶ୍ୟକୀୟ ମାର୍ଗଦର୍ଶିକା ଜାରି କରାଯାଇଛି । ୧୮ରୁ ୪୫ ବର୍ଷ ବୟସର SHG ସଦସ୍ୟା, ଯେଉଁମାନଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ୍‌ ହୋଇଥିବ, ତଥା ସ୍ମାର୍ଟ ଫୋନ୍‌ର ବ୍ୟବହାର କରିପାରୁଥିବେ ସେମାନେ ଏହି ଅଭିନବ ଜୀବିକା କାର୍ଯ୍ୟକ୍ରମରେ ନିୟୋଜିତ ହୋଇପାରିବେ ।

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌, ୟସ୍‌ ବ୍ୟାଙ୍କ୍‌, ଆଇସିଆଇସିଆଇ ବ୍ୟାଙ୍କ୍‌, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଏହାର ସହଭାଗିତା ଅଛନ୍ତି । ଏ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତଗୁଡ଼ିକରେ ୧୨୫୨ ମିଶନ ଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଏହି ବ୍ୟାଙ୍କିଂ ସେବାରେ ନିୟୋଜିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାର ପ୍ରଥମ ୬ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟାଙ୍କ ସଖୀଙ୍କୁ ଆର୍ଥିକ ସୁରକ୍ଷା ପାଇଁ ପ୍ରତ୍ୟେକ ମାସରେ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଛି ।

ସଞ୍ଚୟ, ଜମା, ଅର୍ଥ ଉଠାଣ, ଅର୍ଥ ପ୍ରେରଣ ଓ ବୀମା ଆଦି ବ୍ୟାଙ୍କ ସେବାକୁ ଉପଲବ୍ଧ କରାଇବା ଏବଂ ଗ୍ରାମାଞ୍ଚଳରେ ଗୁଣାତ୍ମକ ତଥା ଫଳପ୍ରଦ ଆର୍ଥିକ ସେବା ଯୋଗାଇବାରେ ବ୍ୟାଙ୍କ ସଖୀ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। କୋଭିଡର ଆହ୍ମାନମୂଳକ ସ୍ଥିତିରେ ମଧ୍ୟ ସରକାରଙ୍କ କୋଭିଡ୍‌ ମାର୍ଗଦର୍ଶିକାର ଅନୁପାଳନ ମଧ୍ୟରେ ଏହି ବ୍ୟାଙ୍କସଖୀମାନଙ୍କ ଦ୍ବାରା ବିଭିନ୍ନ ବ୍ୟାଙ୍କିଂ ସେବା ଯୋଗାଯାଇପାରିଥିବା ସରକାର କହିଛନ୍ତି । ବ୍ୟାଙ୍କ ସଖୀମାନେ ମାସିକ ୩ ହଜାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ।

ରାଜ୍ୟ ସରକାରଙ୍କ ଦ୍ବାରା ୫-‘ଟି’ ଉପକ୍ରମରେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଷ୍ପତ୍ତି ଗ୍ରହଣ, ସଂଯୋଜନ ପ୍ରକ୍ରିୟାରେ ଦଳଗତ ପ୍ରଚେଷ୍ଟା, ସ୍ବଚ୍ଛତା ଅବଲମ୍ବନ, ବୈଷୟିକ ଜ୍ଞାନର ପ୍ରୟୋଗ ମାଧ୍ୟମରେ ନିଆଯାଉଥିବା ପଦକ୍ଷେପ ନିଆଯାଉଛି । ତ୍ବରିତ ପ୍ରଶାସନିକ ପଦକ୍ଷେପ, ଅଭିନବ ସଂଯୋଜନ, ଅନୁକୂଳ ନୀତି ନିର୍ଦ୍ଧାରଣ ସହ ମିଶନ ଶକ୍ତି ମହିଳା ସୟଂ ସହାୟିକା ଗୋଷ୍ଠୀମାନଙ୍କୁ ‘ବ୍ୟାଙ୍କ୍‌ ସଖୀ’ ଭାବେ ନିୟୋଜନ କରିବା ସେମାନଙ୍କ ସାମଗ୍ରିକ ବିକାଶରେ ଏକ ନୀରବ ସାମାଜିକ-ଆର୍ଥିକ ବିପ୍ଳବର ରୂପ ନେଇଥିବା ବିଭାଗ କହିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.