ETV Bharat / city

ଭୁବନେଶ୍ବରରେ ହଜି ପୁରୀରୁ ମିଳିଲେ ଛାତ୍ର - ପୁରୀ ରେଳ ଷ୍ଟେସନରୁ ଛାତ୍ର ଉଦ୍ଧାର

ରାଜଧାନୀରୁ ନିଖୋଜ ଛାତ୍ର ପୁରୀରୁ ଉଦ୍ଧାର ହୋଇଛନ୍ତି । ପକେଟ ମନି ନେଇ ପୁରୀ ଚାଲି ଯାଇଥିବା ଜଣାପଡିଛି। ଅଧିକ ପଢ଼ନ୍ତୁ...

ସ୍କୁଲରେ ପହଞ୍ଚିବା ପୂର୍ବରୁ ଛାତ୍ର ନିଖୋଜ
author img

By

Published : Nov 12, 2019, 1:59 PM IST

Updated : Nov 12, 2019, 7:45 PM IST

ଭୁବନେଶ୍ବର: ମିଳିଲା ଭୁବନେଶ୍ବରୁ ନିଖୋଜ ହୋଇଥିବା ଛାତ୍ରଙ୍କ ପତ୍ତା । ପୁରୀ ରେଳ ଷ୍ଟେସନରୁ ଉଦ୍ଧାର କଲା ଜିଆରପି ପୋଲିସ। ଗତ 10 ତାରିଖ ତାରିଖ ଦିନ ରାଜଧାନୀରୁ ନିଖୋଜ ହୋଇଥିଲେ ଛାତ୍ର ।

ସୂଚନା ଅନୁଯାୟୀ, ବିବେକାନନ୍ଦ ସ୍କୁଲର ସପ୍ତମ ଶ୍ରେଣୀର ଜଣେ ଛାତ୍ର ଗତ 10 ତାରିଖ ଦିନ ସ୍କୁଲ ଯିବା ପାଇଁ ଘରୁ ବାହାରିଥିଲେ କିନ୍ତୁ ସ୍କୁଲରେ ପହଁଞ୍ଚି ନଥିଲେ । ସକାଳ 10ଟା 45 ସମୟରେ ଛାତ୍ର ଜଣକ ବାଟରୁ କୁଆଡେ ଗାଏବ ହୋଇଯାଇଥିଲେ । ଏହା ଜାଣିବା ପରେ ସମ୍ପୃକ୍ତ ଅଭିଭାବକ ପୋଲିସକୁ ଖବର ଦେଇ ନିଖୋଜ ହୋଇଥିବା ନେଇ ରିପୋର୍ଟ ଲେଖାଇଥିଲେ । ପୋଲିସ ସ୍କୁଲ ଯିବା ରାସ୍ତାର ସମସ୍ତ ସିସିଟିଭି ଫୁଟେଜକୁ ଆଧାର କରି ଯାଞ୍ଚ କରିଥିଲା । ଏକ ସିସିଟିଭିରେ ଛାତ୍ର ଜଣକ ସାଇକେଲରେ ଯାଉଥିବାର ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ତେବେ ମଙ୍ଗଳବାର ପୁରୀ ରେଳ ଷ୍ଟେସନରୁ ଛାତ୍ରଙ୍କୁ ଉଦ୍ଧାର କରିଛି ଜିଆରପି । ନିଜ ପକେଟ ମନି ନେଇ ଛାତ୍ର ଜଣକ ପୁରୀ ଚାଲିଯାଇଥିବା ଜଣାପଡିଛି । ତେବେ କାହିଁକି, କେମିତି, ଓ କାହା ସହ ସେ ଯାତ୍ରା କରିଥିଲା ସେନେଇ କୋଣସି ସୂଚନା ମିଳି ପାରିନାହିଁ। ଛାତ୍ରଙ୍କୁ ଉଦ୍ଧାର ପରେ ପୁରୀରୁ ଭୁବନେଶ୍ବର ଅଣାଯାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ସ୍କୁଲ ପହଂଚିବା ପୁର୍ବରୁ ଗାଏବ ହେଲା ଛାତ୍ରBody:

ରାଜଧାନୀରେ ଅଭାବନିୟ ଘଟଣା।ସ୍କୁଲ ପହଂଚିବା ପୁର୍ବରୁ ଛାତ୍ର ନିଖୋଜ।୧୦ ତାରିଖ ସକାଳ ୧୦ ୪୫ ମିନିଟରେ ଘଟିଛି ଘଟଣା।ଲକ୍ଷ୍ମିସାଗର ଥାନା ଅଂଚଳର ବିବେକାନନ୍ଦ ସ୍କୁଲରେ ଘଟିଛି ଘଟଣା।ସପ୍ତମ ଶ୍ରେଣୀର ଛାତ୍ର ସ୍କୁଲ ଯିବାକୁ ସ୍କୁଲ ଡ୍ରେସରେ ଘରୁ ବାହାରି ଆସିଥିଲେ ମଧ୍ଯ ସ୍କୁଲରେ ପହଂଚିନଥିଲେ।ସକାଳ ୧୦ ୪୫ମିନିଟ ସୁଦ୍ଧା ପହଂଚିବା ଛାତ୍ର ବାଟରୁ କୁଆଡେ ଗାଏବ ହୋଇ ଯାଇଥିଲେ। ଏନେଇ ଅଭିଭାବକ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ତେବେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।ତେବେ ସ୍କୁଲ ଯିବା ବାଟର ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଳାଇଛି ପୋଲିସ। ଏନେଇ ସିସିଟିଭିରେ ଛାତ୍ର ସାଇକେଲରେ ଯାଉଥିବାର ଦେଖିବାକୁ ମିଳିଥିବା ବେଳେ ହେଲେ ସ୍କୁଲରେ ପହଂଚିନଥିବାର ସିସିଟିଭି ହସ୍ତଗତ ହୋଇନାହିଁ।ଏନେଇ ପୋଲିସ ମିସିଂ ରିପୋର୍ଟ ସହ ତଦନ୍ତ ଜାରି ରଖିଛି।Conclusion:
Last Updated : Nov 12, 2019, 7:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.