ETV Bharat / city

ଅମାନତ ହରାଇଛି BJP: ସମୀର ଦାସ - ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ବିଜେଡିର ବାଜିମାତ ପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଅଧିକ ପଢ଼ନ୍ତୁ

minister samir dash reaction on brajrajnagar bypoll
ଅମାନତ ହରାଇଛି ବିଜେପି: ସମୀର ଦାସ
author img

By

Published : Jun 4, 2022, 2:23 PM IST

ଭୁବନେଶ୍ବର: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ବିଜେଡିର ବାଜିମାତ ପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ନିର୍ବାଚନରେ ଏଭଳି ପ୍ରଦର୍ଶନ ପରେ ଭାରତୀୟ ଜନତା ପାର୍ଟି(BJP) ଅମାନତ ହରାଇଛି ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ ସମୀର ଦାସ କହିଛନ୍ତି "ମୁଁ ପୂର୍ବରୁ କହିଥିଲି ଏକ ନମ୍ବର ଲାଗି ଫଳାଫଳ ବାହାରି ସାରିଛି, ଗଣତିରେ କେବଳ ଦୁଇ ନମ୍ବରର ଫଳାଫଳ ବାହାରିବ ।

ଅମାନତ ହରାଇଛି ବିଜେପି: ସମୀର ଦାସ

ମୁଁ ଯାହା କହିଥିଲି ସେୟା ହିଁ ହେଲା ।" ନିର୍ବାଚନ ଫଳାଫଳକୁ ନେଇ ବିଜେପିର ଅଭିଯୋଗ ଉପରେ ସମୀର ଦାସ କହିଛନ୍ତି ଯେ "କଥା କହିବାକୁ ପଇସା ପଡ଼େନି, ନିଜ କଥାକୁ ନିଜେ ରକ୍ଷା କରିବା ପାଇଁ କିଛି ତ କହିବାକୁ ପଡେ । ତାଙ୍କ ନେତୃତ୍ବ କ'ଣ କହୁଛି ଉତ୍ତର ଦେବାକୁ ମୁଁ ଆବଶ୍ୟକ ମନେ କରୁନାହିଁ ।" ସୂଚନା ଥାଉକି, ବ୍ରଜରାଜନଗର ବିଧାନସଭା ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୬୬,୧୨୨ ଭୋଟରେ ବିଜୟୀ ହୋଇଛନ୍ତି ।

କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ୨୭,୮୩୧ ଓ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା ୨୨୬୩୦ ଭୋଟ ପାଇଛନ୍ତି । ସେପଟେ ନୋଟାକୁ ୧୫୧୧ ଭୋଟ ଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.