ETV Bharat / city

ବନ୍ୟା ମୁକାବିଲା, ପ୍ରାଣୀଧନ ଓ ମତ୍ସ୍ୟସମ୍ପଦ ବିଭାଗ ଅଧିକାରୀଙ୍କୁ ହେଡକ୍ୱାର୍ଟରରେ ରହିବାକୁ ନିର୍ଦ୍ଦେଶ - ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିର୍ଦ୍ଦେଶ

ରାଜ୍ୟରେ ଦେଖାଦେଇଥିବା ବନ୍ୟା ସ୍ଥିତିର ମୁକାବିଲା ଲାଗି ପ୍ରାଣୀଧନ ଓ ମତ୍ସ୍ୟସମ୍ପଦ ବିଭାଗ ବ୍ୟାପକ ପ୍ରସ୍ତୁତ କରିଛି । ପ୍ରାଣୀଧନ ଓ ମତ୍ସ୍ୟସମ୍ପଦ ବିଭାଗ ଅଧିକାରୀଙ୍କୁ ହେଡକ୍ବାର୍ଟରେ ରହିବାକୁ ନିର୍ଦ୍ଦେଶ ରହିଛି । ଅଧିକ ପଢନ୍ତୁ

ବନ୍ୟା ମୁକାବିଲା, ପ୍ରାଣୀଧନ ଓ ମତ୍ସ୍ୟସମ୍ପଦ ବିଭାଗ ଅଧିକାରୀଙ୍କୁ ହେଡକ୍ବାର୍ଟରେ ରହିବାକୁ ନିର୍ଦ୍ଦେଶ

author img

By

Published : Aug 16, 2022, 9:10 PM IST

ଭୁବନେଶ୍ବର: ରାଜ୍ୟରେ ଦେଖାଦେଇଥିବା ବନ୍ୟା ସ୍ଥିତିର ମୁକାବିଲା ଲାଗି ପ୍ରାଣୀଧନ ଓ ମତ୍ସ୍ୟସମ୍ପଦ ବିଭାଗ ବ୍ୟାପକ ପ୍ରସ୍ତୁତ କରିଛି । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଅଧିକାରୀ ହେଡକ୍ବାର୍ଟର ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ପକ୍ଷରୁ ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପ୍ରଭାବିତ ପ୍ରାଣୀ ସମ୍ପଦର ତୁରନ୍ତ ଚିକିତ୍ସା ପାଇଁ ବନ୍ୟାଞ୍ଚଳର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ମୋବାଇଲ୍‌ ଭେଟେରିନାରୀ ୟୁନିଟ୍‌ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ଟିମରେ ଗୋଟିଏ ଗାଡି ସହ ଜଣେ ପ୍ରାଣୀଚିକିତ୍ସକ, ଜଣେ ପ୍ରାଣୀଧନ ନିରୀକ୍ଷକ ଓ ଜଣେ ସହାୟକ ରହିବେ । ସିଡ଼ିଭିଓମାନେ ଆବଶ୍ୟକ ଟିକା ଓ ଜରୁରୀ ଔଷଧ ପ୍ରାଣୀ ଚିକିତ୍ସାଳୟ, ଭେଟେରିନାରୀ ଡିସପେନସାରୀ ଓ ଲାଇଭଷ୍ଟକ କେନ୍ଦ୍ରମାନଙ୍କରେ ଆଗୁଆ ପଠାଇବା ପାଇଁ କୁହାଯାଇଛି ।

ଏହା ସହ ପର୍ଯ୍ୟାପ୍ତ ପରିମାଣର ଜରୁରୀ ଔଷଧ ଗଚ୍ଛିତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ସମୟରେ ସମସ୍ତ କ୍ଷେତ୍ର କର୍ମଚାରୀମାନଙ୍କୁ ସଦର ମହକୁମାରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୋଖାଦ୍ୟ ଯୋଗାଣ ପାଇଁ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରିବା ପାଇଁ କୁହାଯାଇଛି ।

ସିଡିଭିଓ ସ୍ତରରେ କଣ୍ଟ୍ରୋଲରୁମ୍‌ ଖୋଲାଯାଇ କଟକସ୍ଥିତ ନିର୍ଦ୍ଦେଶାଳୟର କଣ୍ଟ୍ରୋଲ ରୁମ୍‌କୁ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ନିୟମିତ ତଥ୍ୟ ପ୍ରେରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ, କଟକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ (ଫୋନ୍‌ ନଂ-୦୬୭୧-୨୪୧୪୩୧୦, ୭୨୦୫୫୯୮୧୨୫) ଖୋଲାଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆବଶ୍ୟକ ଔଷଧ ଓ ଭ୍ୟାକସିନର ଯୋଗାଣକୁ ନିରୀକ୍ଷଣ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

ଏଥି ସହିତ ବନ୍ୟା ସମୟରେ ପ୍ରାଣୀମାନଙ୍କ ମଧ୍ୟରେ କୌଣସି ପ୍ରକାର ରୋଗ ଦେଖାଯିବା କିମ୍ବା ବ୍ୟାପିବାକୁ ପ୍ରତିହତ କରିବା ପାଇଁ ବିଭାଗ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି । ସେହିପରି ମତ୍ସ୍ୟସମ୍ପଦର ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ଲାଗି ସମସ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମତ୍ସ୍ୟଚାଷୀମାନେ ଜଳାଶୟର ବନ୍ଧକୁ ମଜବୁତ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଯେପରି ମାଛ, ଚିଙ୍ଗୁଡ଼ି କିମ୍ବା ଜାଅଁଳ ଭାସି ନଯାଆନ୍ତି । ଆବଶ୍ୟକସ୍ଥଳେ ଜଳାଶୟର ଜଳସ୍ତରକୁ କମ ରଖିବା ପାଇଁ କୁହାଯାଇଛି । ଚିଙ୍ଗୁଡ଼ି ଚାଷରେ ନିୟୋଜିତ ଶ୍ରମିକମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ କୁହାଯାଇଛି ।

ଆବଶ୍ୟକ ହେଲେ ଜିଲ୍ଲା ପ୍ରଶାସନର ସହାୟତାରେ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରୁ ମତ୍ସ୍ୟଜୀବୀ ଓ ଶ୍ରମିକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ ଖୋଲାଯାଇ ବନ୍ୟାର ସ୍ଥିତି ଓ ନିଆଯାଇଥିବା ପଦକ୍ଷେପ ସଂପର୍କରେ ନିୟମିତ ମତ୍ସ୍ୟ ନିର୍ଦ୍ଦେଶାଳୟକୁ ଅବଗତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ବିଭାଗ ପକ୍ଷରୁ ସମୟ ସମୟରେ ପଠାଯାଉଥିବା ଆଡଭାଇଜରିଗୁଡ଼ିକୁ ନିଷ୍ଠାର ସହ ଅନୁପାଳନ କରିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.