ETV Bharat / city

OSWALI ବୁଲି ଦେଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ, ବିଶ୍ୱସ୍ତରୀୟ କରିବାକୁ ଲକ୍ଷ୍ୟ

author img

By

Published : Apr 6, 2022, 8:01 AM IST

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ରାଜ୍ୟ ୱାଟରମେନସିପ ଏବଂ ଲାଇଫ ଗାର୍ଡ ପ୍ରଶିକ୍ଷଣ କେନ୍ଦ୍ର (OSWALI) ପରିଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ

minister of state for home dibya shankar mishra visit oswali
ଦିବ୍ୟ ଶଙ୍କରଙ୍କ OSWALI ପରିଦର୍ଶନ: ବିଶ୍ବ ସ୍ତରୀୟ କରିବାକୁ ଲକ୍ଷ୍ୟ

ଭୁବନେଶ୍ବର: ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ରାଜ୍ୟ ୱାଟରମେନସିପ ଏବଂ ଲାଇଫ ଗାର୍ଡ ପ୍ରଶିକ୍ଷଣ କେନ୍ଦ୍ର (OSWALI) ପରିଦର୍ଶନ କରିଛନ୍ତି । ଏହାକୁ ବିଶ୍ବ ସ୍ତରୀୟ ତାଲିମ କେନ୍ଦ୍ର ଭାବେ ଗଢ଼ିତୋଳିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କେନ୍ଦ୍ରକୁ ବିକଶିତ କରିବା ପାଇଁ ଆବଶ୍ୟକତା ଅନୁସାରେ ଜମି ଏବଂ ମାନବସମ୍ବଳ ଯୋଗାଇ ଦେବାକୁ ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।

2015 ମସିହାରେ କୋଣାର୍କ-ପୁରୀ ମେରାଇନ ଡ୍ରାଇଭର ରାମଚଣ୍ଡୀ ପୀଠ କୁଶଭଦ୍ରା ନଦୀକୂଳରେ ସ୍ଥାପିତ ହୋଇଛି ଏହି ପ୍ରଶିକ୍ଷଣ କେନ୍ଦ୍ର । ତାର କାର୍ଯ୍ୟଧାରା ଲାଗି ସମଗ୍ର ଦେଶରେ ସୁନାମ ଅର୍ଜନ କରିପାରିଛି । ଆଗ୍ନିକଙ୍କୁ ୱାଟରମ୍ୟାନସିପ, ସନ୍ତରଣ, ବୋଟ ଚାଳନା, ସ୍କୁବା ଡ୍ରାଇଭିଂ, ଜଳ ବିତ୍ପାତରୁ ଉଦ୍ଧାର କରିବା କୌଶଳ ସହ ସର୍ବାଧୁନିକ ଯନ୍ତ୍ରପାତିର ବ୍ୟବହାର ଉପରେ ତାଲିମ ପ୍ରଦାନ କରାଯାଉଛି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ଓଡ଼ିଶା ଅଗ୍ନିଶମ ବାହିନୀ ଯେଉଁ ଦକ୍ଷତା, ସାହସ ଓ ସେବା ପ୍ରଦର୍ଶନ କରିଛନ୍ତି ସେଥିରେ ରାଜ୍ୟ ସରକାର ଅନେକ ପ୍ରଶଂସା ସାଉଁଟିଛନ୍ତି । ଅନ୍ୟପଟେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଓ ନାଗାଲାଣ୍ଡର ଅଗ୍ନିଶମ କର୍ମଚାରୀ ଏଠାରେ ପ୍ରଶିକ୍ଷଣ ନେଉଛନ୍ତି । ଏତଦବ୍ୟତୀତ ଓଡ଼ିଶା ପୋଲିସର ଗୃହରକ୍ଷୀ ବାହିନୀର ସ୍ବେଚ୍ଛାସେବୀଙ୍କୁ ମଧ୍ୟ ଅନୁରୂପ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ପ୍ରତି ବ୍ୟାଚରେ ୬୦ ଜଣ ହିସାବରେ ବର୍ତ୍ତମାନ ସୁଦ୍ଧା ସର୍ବମୋଟ ୫୦୨୬ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି ।

ଗୃହମନ୍ତ୍ରୀ ଆଗ୍ନିକମାନଙ୍କ କାର୍ଯ୍ୟକ୍ରମ ସହ ଅବଗତ ହେବା ପାଇଁ କୁଶଭଦ୍ରା ନଈର ଗଭୀର ଜଳରେ ପାୱାର ବୋଟରେ ବସି କାର୍ଯ୍ୟଧାରା ନିରୀକ୍ଷଣ କରିଛନ୍ତି । ଏଥିସହିତ ସ୍କୁଭା ଡ୍ରାଇଭରଙ୍କ ଉଦ୍ଧାର କାର୍ଯ୍ୟ ସଞ୍ଚାଳନ ଦେଖିଛନ୍ତି। କେନ୍ଦ୍ରକୁ ଏକ ବିଶ୍ବସ୍ତରୀୟ ତାଲିମ କେନ୍ଦ୍ର ଭାବେ ଗଢ଼ିତୋଳିବାକୁ ମନ୍ତ୍ରୀ କ୍ୟାପଟେନ ମିଶ୍ର ପରାମର୍ଶ ଦେଇଛନ୍ତି । ଏହି କେନ୍ଦ୍ର ପାଇଁ ପ୍ରାୟ ୩୦ ଏକର ଜମିର ଆବଶ୍ୟକତା ରହିଥିବା ଏବଂ ଅଧିକ ମାନବସମ୍ବଳ ଯୋଗାଇ ଦେବାକୁ ମୁଖ୍ୟ ଅଗ୍ନିଶମ ଅଧିକାରୀ ମହେଶ୍ବର ସ୍ବାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଫାୟାର ଅଫିସର ଟି.କେ. ବାବୁ, ମୁଖ୍ୟ ପ୍ରଶିକ୍ଷକ ତପନ କୁମାର ମହାନ୍ତି ଏବଂ ବିଚିତ୍ର କୁମାର ଚୌଧୁରୀଙ୍କ ସମେତ ଅନ୍ୟ ଆଗ୍ନିକମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.