ETV Bharat / city

‘ଛାତ୍ରଛାତ୍ରୀଙ୍କ ସାମୂହିକ ବିକାଶରେ ସହାୟକ ହେବ ନୂତନ ଶିକ୍ଷାନୀତି’

ନୂତନ ଶିକ୍ଷାନୀତିକୁ ନେଇ ଟ୍ବିଟର ମାଧ୍ୟମରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ପ୍ରାକୃତିକ ବାଷ୍ପ ଓ ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧ୍ୟ ସମାନ ଭାଗୀଦାର ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ କରନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ..

Dharmendra pradhan
Dharmendra pradhan
author img

By

Published : Aug 31, 2020, 4:47 PM IST

ହାଇଦ୍ରାବାଦ: ଛାତ୍ରଛାତ୍ରୀ ବର୍ତ୍ତମାନର ନାଗରିକ ଏବଂ ଦେଶର ବିକାଶ ସହ ଜଡ଼ିତ ନୀତିରେ ସେମାନଙ୍କର ମଧ୍ୟ ସମାନ ଭାଗୀଦାର ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ କରନ୍ତି । ନୂତନ ଜାତୀୟ ଶିକ୍ଷାନୀତି ଆମ ଶିକ୍ଷା ବ୍ୟବସ୍ଥାରେ ରହିଥିବା ଗ୍ୟାପକୁ ଦୂର କରିବ ଏବଂ ଆମ ଦେଶର ଶିକ୍ଷାଗତ ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବ ବୋଲି କହିଛନ୍ତି କେନ୍ଦ୍ର ପ୍ରାକୃତିକ ବାଷ୍ପ ଓ ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୧୦+୨ ଢ଼ାଞ୍ଚାରେ ପରିବର୍ତ୍ତନ କରି ଏହା ସ୍ଥାନରେ ୫+୩+୩+୪ ଢ଼ାଞ୍ଚାର ସଂଶୋଧନ କରାଯାଇଛି । ବୈପ୍ଳବିକ ସଂସ୍କାର ଭାବେ ପରିଗଣିତ ଏହି ଶିକ୍ଷାନୀତି ଛାତ୍ରଛାତ୍ରୀଙ୍କ ସାମୂହିକ ବିକାଶକୁ ଗୁରୁତ୍ୱ ଦେବ ଓ ପିଲାଙ୍କର ବୌଦ୍ଧିକ କ୍ଷମତାକୁ ବିକଶିତ କରିବ ।

ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ମୋଦି ସରକାରଙ୍କର ଥିବା ଅଦମ୍ୟ ପ୍ରତିବଦ୍ଧତାକୁ ନୂଆ ଶିକ୍ଷା ନୀତି ସହାୟକ ହେବ । ଆବଶ୍ୟକ ଏବଂ ବିଶ୍ଲେଷଣ ଆଧାରିତ ଶିକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ନୂଆ ଚିନ୍ତାଧାରାକୁ ବିକଶିତ କରିବା ପାଇଁ ପ୍ରସ୍ତୁତ ହୋଇଥବା ନୂଆ ଶିକ୍ଷା ନୀତି ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବ ।

ସମାବେଶୀ କାର୍ଯ୍ୟକ୍ରମ ମୋଦି ସରକାରଙ୍କ ମନ୍ତ୍ର ହୋଇଛି ଏବଂ ଭାରତ ସରକାରଙ୍କ ସମସ୍ତ ନୀତି ଢ଼ାଞ୍ଚା ଏହାର ଉଦାହରଣ । ଶିକ୍ଷା ବାଧ୍ୟତାମୂଳକ ; ତେଣୁ ଏହାକୁ ଦୁର୍ଗମ ଓ ଅପହଞ୍ଚ ଇଲାକାରେ ପହଞ୍ଚାଇବାକୁ ହେବ । 2020 ନୂତନ ଶିକ୍ଷାନୀତି ବିଶେଷ ଭାବରେ ଭାରତର ଗ୍ରାମାଞ୍ଚଳରେ ସମସ୍ତଙ୍କୁ ସମାନ ଭାବରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

ସେହିପରି ନୂତନ ଶିକ୍ଷାନୀତି ଅଧୀନରେ ସ୍ୱତନ୍ତ୍ର ଶିକ୍ଷା ଜୋନର ଗଠନ ଗ୍ରାମାଞ୍ଚଳ ତଥା ଜନଜାତି ଅଞ୍ଚଳରେ ଥିବା ଶିକ୍ଷାର ପାର୍ଥକ୍ୟକୁ ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ ଓଡ଼ିଶା ସମେତ ଦେଶର ଭିନ୍ନକ୍ଷମ ଶ୍ରେଣୀଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବ ବୋଲି ଟ୍ବିଟର ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.