ଭୁବନେଶ୍ବର : ବିଜେଡି ବିଧାୟକ ଦଳ ବୈଠକ ପରେ ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପ୍ରତିକ୍ରିୟା ରଖିଛନ୍ତି । ଚଳିତ ଥର ଚାରିଟି ସରକାରୀ ବିଲ ରହିଛି । ତାକୁ ଆଲୋଚନା କରି ପାରିତ କରାଯିବ। ୩୦ ତାରିଖ ବଜେଟ ଉପସ୍ଥାପିତ ହେବ ।
ପଞ୍ଚାୟତ ନିର୍ବାଚନରେ ରାଜ୍ୟବାସୀ ବିଜେଡିକୁ ସ୍ପଷ୍ଟ ବହୁ ମତ ଦେଇଛନ୍ତି । ସରକାରଙ୍କ ଜନପ୍ରିୟ କାର୍ଯ୍ୟକ୍ରମ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ । ବିରୋଧୀ ଚଳିତ ଅଧିବେଶନରେ ରାଜ୍ୟର ଯେ କୌଣସି ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ