ETV Bharat / city

'ପଶ୍ଚିମ ଓଡିଶା ପରିଷଦକୁ ମିଳୁଥିବା ପାଣ୍ଠି ଯଥେଷ୍ଟ ନୁହେଁ' - bhubaneswar news

ପଶ୍ଚିମ ଓଡିଶାର ବିକାଶ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ହୋଇଥିଲେ ବି ଏହା ଲକ୍ଷ୍ୟ ପୂରଣରେ ବିଫଳ ହୋଇଛି । କାରଣ ବିକାଶ ପରିଷଦ ପାଇଁ ବାର୍ଷିକ 100 କୋଟି ନୁହେଁ 1000 କୋଟିର ସହାୟତାର ଆବଶ୍ୟକତା ରହିଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍ ଭୁବନେଶ୍ବର
author img

By

Published : Nov 16, 2019, 8:48 PM IST

ଭୁବନେଶ୍ବର: ପଶ୍ଚିମ ଓଡିଶାର ବିକାଶ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ହୋଇଥିଲେ ବି ଏହା ଲକ୍ଷ୍ୟ ପୂରଣରେ ବିଫଳ ହୋଇଛି । ପରିଷଦ ପାଇଁ ଦିଆଯାଉଥିବା ପାଣ୍ଠି ଯଥେଷ୍ଟ ନୁହେଁ । ଏନେଇ ଶନିବାର ବିଧାନସଭାରେ ଉଦବେଗ ପ୍ରକାଶ ପାଇବା ସହ ବିଦର୍ଭ ଓ ମରାଠାୱାଡା ଢାଞ୍ଚାରେ ପଶ୍ଚିମ ଓଡିଶା ଏବଂ କେବିକେ ଅଞ୍ଚଳ ପାଇଁ ସମ୍ବିଧାନର 371 ଧାରାରେ ସ୍ବତନ୍ତ୍ର ଅନୁଦାନ ଯୋଗାଇ ଦେବାକୁ ଦାବି ହୋଇଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍ ଭୁବନେଶ୍ବର

ଏ ସମ୍ପର୍କିତ ମୁଲତବୀ ଆଲୋଚନାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ପ୍ରତିକ୍ରିୟା ଦେଇଛନ୍ତି । ପଶ୍ଚିମ ଓଡିଶା ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି ଜୋର ଧରିଲାଣି ବୋଲି ସେ ଚେତାଇ ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅଛନ୍ତି କିନ୍ତୁ ଜଣେ ହେଲେ ସଦସ୍ୟ ନାହାଁନ୍ତି । ଏପରିକିର ବିକାଶ ପରିଷଦର ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ନାହାଁନ୍ତି । ବିକାଶ ପରିଷଦ ପାଇଁ ବାର୍ଷିକ 100 କୋଟି ନୁହେଁ 1000 କୋଟିର ସହାୟତାର ଆବଶ୍ୟକତା ରହିଛି । ବିଜେଡି ବିଧାୟକମାନେ ମଧ୍ୟ ପରିଷଦ ପାଇଁ ଅଧିକ ଅର୍ଥ ଦାବି କରିଥିଲେ ।

ଯୋଜନା, ସଂଯୋଜନା ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଧ୍ୟ ବିଧାୟକଙ୍କ ସହ ଏକମତ ହୋଇଥିଲେ । 100 କୋଟି ଯଥେଷ୍ଟ ହେଉନି, ତେଣୁ ଆଗାମୀ ବଜେଟରେ ଯଥାସମ୍ଭବ ପଶ୍ଚିମ ଓଡିଶା ପାଇଁ ଅଧିକ ବ୍ୟୟବରାଦ କରିବା ପାଇଁ ଦାବି କରାଯିବ । ସେହିଭଳି ପରିଷଦର ମୁଖ୍ୟାଳୟ ପଶ୍ଚିମ ଓଡ଼ିଶାରେ କରିବାକୁ ସରକାର ଚେଷ୍ଟା କରୁଛନ୍ତି ।

ଭୁବନେଶ୍ବରରୁ ଅଜିତ୍ ଦାଶ, ଇଟିଭି ଭାରତ

Intro:Body:

FG

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.