ଭୁବନେଶ୍ବର: ଓଡିଶାରେ ବାଉଁଶ ହସ୍ତଶିଳ୍ପର ବିକାଶ ନିମନ୍ତେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଏବଂ ଓଡିଶା ବାଉଁଶ ଉନ୍ନୟନ ସଂସ୍ଥା ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । ଓଡ଼ିଶା ଏକ ଉତ୍କୃଷ୍ଟ ହସ୍ତଶିଳ୍ପ କଳାର ରାଜ୍ୟ । ଓଡ଼ିଶା ସରକାରଙ୍କ ଦ୍ଵାରା ଅନୁମୋଦିତ ୫୦ ଗୋଟି ହସ୍ତଶିଳ୍ପକୁ ଆଧାର କରି କାରିଗରମାନେ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରୁଛନ୍ତି । ବାଉଁଶ ହସ୍ତଶିଳ୍ପଟି ଓଡ଼ିଶା ସରକାରଙ୍କ ଦ୍ଵାରା ଅନୁମୋଦିତ ହସ୍ତଶିଳ୍ପ ଅଟେ । ଏହି ସାମଗ୍ରୀଗୁଡିକ ପ୍ରାୟ ପ୍ରତି ଜିଲ୍ଲାରେ ଉତ୍ପାଦିତ ହୁଏ । ତନ୍ମଧ୍ୟରୁ କେତେକ ମୁଖ୍ୟ ଜିଲ୍ଲା ହେଲା ଢ଼େଙ୍କାନାଳ, ମୟୂରଭଞ୍ଜ, ଯାଜପୁର, ସୁବର୍ଣ୍ଣପୁର, ବରଗଡ଼, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, କନ୍ଧମାଳ ଓ ମାଲକାନଗିରି ।
![ଓଡିଶାରେ ବାଉଁଶ ହସ୍ତଶିଳ୍ପର ବିକାଶ ନିମନ୍ତେ ବୁଝାମଣାପତ୍ର ସ୍ବାକ୍ଷର](https://etvbharatimages.akamaized.net/etvbharat/prod-images/od-bbsr-07-bamboo-craft-7209787_02092021184910_0209f_1630588750_245.jpg)
ମୟୂରଭଞ୍ଜ ଜିଲ୍ଲାର ଇଚିଣ୍ଡା ରାଇରଙ୍ଗପୁର, ଯାଜପୁର ଜିଲ୍ଲାର ଗୋପାଳପୁର, ରସୁଲପୁର, ଢ଼େଙ୍କାନାଳ ଜିଲ୍ଲାର ବଉଳପୁର ଓଡାପଡା, ବରଗଡ ଜିଲ୍ଲାର ବରଗାଁ, କଣ୍ଟାପଲ୍ଲୀ, ବରଗଡ ଜିଲ୍ଲାର ବ୍ରାହ୍ମଣଡିହୀ, ପଦ୍ମପୁର, ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଠାରେ ଏହି କାର୍ଯ୍ୟକ୍ରମ ଗୁଡିକ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଦ୍ବାରା ସଫଳ ରୂପାୟନ କରାଯିବ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ