ଭୁବନେଶ୍ବର: ରାଜଧାନୀ ସ୍ଥିତ ୟୁନିଟ ୩ ପ୍ରଦର୍ଶନୀ ପଡ଼ିଆରେ ମେଗା ହ୍ୟାଣ୍ଡଲୁମ୍ ଫେବ୍ ମେଳା ଉଦଘାଟିତ ହୋଇଯାଇଛି । ଗତ ୨୭ ତାରିଖରୁ ଏହା ଆରମ୍ଭ ହୋଇଥିଲା । ତେବେ ରବିବାର ସନ୍ଧ୍ୟାରେ ଓଲିଉଡ ଅଭିନେତ୍ରୀ ପୁନମ ମିଶ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।
ଏହି ମେଳାରେ ସାରା ଭାରତର ବିଭିନ୍ନ ରାଜ୍ୟ ଯଥା ଜମ୍ମୁ-କଶ୍ମୀର, ହରିୟାନା, ପଞ୍ଜାବ, ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ବନାରସ, ରାଜସ୍ଥାନ, ୟୁପି, ଆନ୍ଧ୍ରପ୍ରଦେଶ, ଆସାମ, ବିହାର ଆଦି ସ୍ଥାନରୁ ହ୍ୟାଣ୍ଡଲୁମ୍ ପ୍ରଡକ୍ଟ ୨୦ ପ୍ରତିଶତ ରିହାତିରେ ଦିଆଯିବ ବୋଲି ଘୋଷଣା କରାଯାଇଛି । ମାସେ ବ୍ୟାପି ଅର୍ଥାତ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳା ଦୈନିକ ସକାଳ ୧୦.୩୦ରୁ ରାତି ୯.୩୦ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଅର୍ଗାନାଇଜର କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ