ETV Bharat / city

ଓଡ଼ିଆଙ୍କୁ ହତାଦର କରୁଛି ଏମସିଏଲ

author img

By

Published : Nov 27, 2019, 5:01 PM IST

ତାଳଚେର ଏମସିଏଲରେ ଓଡିଆଙ୍କୁ ହତାଦର କରାଯାଉଛି । ଆଗକୁ ସେଠାରେ ରକ୍ତପାତ ହେବ ବୋଲି ବିଧାନସଭାରେ ସତର୍କ କରାଇଛନ୍ତି ଝାରସୁଗୁଡା ବିଧାୟକ କିଶୋର ମହାନ୍ତି ।

mcl neglated to odia youth
ଓଡ଼ିଆଙ୍କୁ ହତାଦର କରୁଛି ଏମସିଏଲ

ଭୁବନେଶ୍ବର: ଏମସିଏଲରେ ଓଡ଼ିଆ ପିଲାଙ୍କୁ ନିଯୁକ୍ତି ମିଳୁନି । ପରିସ୍ଥିତି ଏମିତି ହେଲାଣି ଯେ, ଓଡ଼ିଆ ପିଲାଙ୍କୁ ଅବହେଳା କରାଗଲେ ସେଠାରେ ରକ୍ତପାତ ହେବ । ବୁଧବାର ବିଧାନସଭାର ଶୂନ୍ୟକାଳରେ ପୂର୍ବତନ ବାଚସ୍ପତି ତଥା ଝାରସୁଗୁଡା ବିଧାୟକ କିଶୋର ମହାନ୍ତି ସତର୍କ କରାଇ ଦେଇଛନ୍ତି । ଏହି କଥାରେ ତାଙ୍କ ସହ ସରକାରୀ ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଓ ତାଳଚେର ବିଧାୟକ ସ୍ବର ମିଳାଇଥିଲେ ।

ଓଡ଼ିଆଙ୍କୁ ହତାଦର କରୁଛି ଏମସିଏଲ

ଗତ 24 ତାରିଖରେ ଏମସିଏଲରେ ହୋଇଥିବା ଏକ ଇଣ୍ଟରଭିୟ୍ୟୁରେ 2373 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । କିନ୍ତୁ ସେ ମଧ୍ୟରେ ସର୍ବାଧିକ 10 ଜଣ ଓଡ଼ିଆ ପିଲା ଅଛନ୍ତି । ଜମି ହରାଇଥିବା ଲୋକେ ଏଯାଏଁ ନିଯୁକ୍ତି ପାଇନାହାନ୍ତି । ଲୋକେ ଆନ୍ଦୋଳନ କଲେ ଦିଲ୍ଲୀରୁ ଜିଲ୍ଲାପାଳଙ୍କୁ ଫୋନ ଆସୁଛି ଆନ୍ଦୋଳନ ବନ୍ଦ କରିବାକୁ । ଏମସିଏଲ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ବ୍ୟବହାର ହେଉନି । ଏହା ଓଡ଼ିଆ ଭାଷା ଓ ରାଜ୍ୟ ପାଇଁ ଅପମାନ ବୋଲି କିଶୋର ଅଭିଯୋଗ କରିଥିଲେ ।

କିଶୋରଙ୍କ ସହ ବ୍ରଜ ପ୍ରଧାନ, ରୋହିତ ପୂଜାରୀ, ଅମର ଶତପଥୀ ମଧ୍ୟ ଉଦବେଗ ପ୍ରକାଶ କରି ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ । ବିଜେପି ବିଧାୟକ ନାଉରୀ ନାୟକ ଓ ବିଷ୍ଣୁ ସେଠୀ ଅଭିଯୋଗ କରିଥିଲେ ଯେ, ସ୍ଥାନୀୟ ଶ୍ରମ ଅଧିକାରୀ ଏମସିଏଲ ଓ ଅନ୍ୟ ଶିଳ୍ପାନୁଷ୍ଠାନ ଗେଟ ମଧ୍ୟକୁ ପ୍ରବେଶ କରିବାର କ୍ଷମତା ନାହିଁ । ଓଡ଼ିଶାର ଖଣି, ପାଣି ବ୍ୟବହାର କରି ରାଜ୍ୟବାସୀଙ୍କୁ ପ୍ରଦୂଷଣ ଦେଉଥିବା ଏହି କମ୍ପାନୀମାନେ ସ୍ଥାନୀୟ ଲୋକଙ୍କୁ ଗୁରୁତ୍ବ ଦେଉନାହାନ୍ତି । ସିଏସଆର ପାଣ୍ଠିର ମଧ୍ୟ ବିନିଯୋଗ ହେଉନି । ତେବେ ବିଧାୟକଙ୍କ ଉଦବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ଖଣି ବିଭାଗକୁ ଏନେଇ ଦୃଷ୍ଟି ଦେବାକୁ ନିର୍ଦେଶ ଦେଇଥିଲେ ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.