ETV Bharat / city

UPI Payment ସ୍କ୍ରିନସଟ ଦେଖାଇ ଲକ୍ଷେ ଟଙ୍କାର ଗହଣା ଲୁଟ, ବନ୍ଧା ହେଲେ MBA ଛାତ୍ର - ସ୍କ୍ରିନସଟ ଦେଖାଇ ଲୁଟ

UPIରେ ପେମେଣ୍ଟ ନେଉଥିଲେ ଦୋକାନୀ ଓ ବ୍ୟବସାୟିକ ଅନୁଷ୍ଠାନ ହୋଇଯାନ୍ତୁ ସତର୍କ । କାରଣ କିଛି ଠକ ଗ୍ରାହକ ପେମେଣ୍ଟ ସଫଳ ହୋଇଯିବାର ସ୍କ୍ରିନସଟ ଦେଖାଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଜିନିଷ । ଏଭଳି ଖବର ଭୁବନେଶ୍ବର ଏବଂ ପୁରୀରୁ ଆସିଛି । ଅଧିକ ପଢନ୍ତୁ...

UPI Payment ସ୍କ୍ରିନସଟ ଦେଖାଇ ଲକ୍ଷେ ଟଙ୍କାର ଗହଣା ଲୁଟ, ବନ୍ଧା ହେଲେ MBA ଛାତ୍ର

author img

By

Published : Sep 28, 2021, 6:17 PM IST

ଭୁବନେଶ୍ବର: ହୁସିଆର ଦୋକାନୀ ଓ ବ୍ୟବସାୟିକ ଅନୁଷ୍ଠାନ । UPIରେ ପେମେଣ୍ଟ ନେଉଥିଲେ ହୋଇଯାନ୍ତୁ ସତର୍କ । କାରଣ ଅନଲାଇନରେ ପେମେଣ୍ଟ ବେଳେ ଟିକିଏ ଅସାବଧାନତା ପାଇଁ ଆପଣ ହୋଇପାରନ୍ତି ଠକାମୀର ଶିକାର । ପେମେଣ୍ଟ ପରେ ପେମେଣ୍ଟ ସଫଳ ମେସେଜ ଦେଖାଇ ଗ୍ରାହକ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ରାଜୀବ ପ୍ରଭାସ ଗୁପ୍ତା ନାମକ ଜଣେ MBA ଛାତ୍ର ଏଭଳି ସ୍କ୍ରିନସଟ ଦେଖାଇ ଲକ୍ଷେ ଟଙ୍କାର ଗହଣା ଠକି ନେଇଥିବା ହୋଇଛି ଅଭିଯୋଗ ।

UPI Payment ସ୍କ୍ରିନସଟ ଦେଖାଇ ଲକ୍ଷେ ଟଙ୍କାର ଗହଣା ଲୁଟ, ବନ୍ଧା ହେଲେ MBA ଛାତ୍ର

ଗତ ୧୫ ତାରିଖରେ ତମାଣ୍ଡୋ ଥାନା ଅଞ୍ଚଳରେ ରେନେଗାଲିଆ ମଲରେ ପହଞ୍ଚିଥିଲେ ରାଜୀବ ନାମକ ଜଣେ ଏମବିଏ ଛାତ୍ର । ନିଜର ବେଶଭୂଷାରେ ସେ ନିଜକୁ ଜଣେ ପ୍ରତିଷ୍ଠିତ ଲୋକର ପରିଚୟ ଦେଉଥିଲେ । ତେବେ ସେ ଗହଣା ଦୋକାନରେ ପହଞ୍ଚି କେବଳ ରୂପାର ଅଳଙ୍କାର କିଣିଥିଲେ । ପେମେଣ୍ଟ ଅନଲାଇନ UPIରେ କରିବେ ବୋଲି କହିଥିଲେ । ଦୋକାନୀ ରାଜି ହେବାରୁ ପ୍ରଥମେ ଟଙ୍କା ନେଣଦେଣ ହେଉଛି କି ନାହିଁ ଚେକ କରିବା ପାଇଁ ୧୦ଟଙ୍କା ପଠାଇଥିଲେ। ପରେ ସେହି ଟ୍ରାନଜାକ୍ସନ ସକ୍ସେସଫୁଲ ହେବା ପରେ ଦ୍ବିତୀୟ ଥର ୧ଲକ୍ଷର ପେମେଣ୍ଟ ସକ୍ସେଫୁଲର ସ୍କ୍ରିନସଟ ଦେଖାଇ ହୋଇଗଲା ବୋଲି କହିଥିଲେ ।

ହେଲେ ଦୋକାନୀ ଆକାଉଣ୍ଟଟକୁ ଟଙ୍କା ନ ଆସିବାରୁ ସେ ଟଙ୍କା ପୈଠ କରିଦେଇଛନ୍ତି ୨ରୁ ୩ ଦିନ ଭିତରେ ଆସିଯିବ ବା ସର୍ଭର ଡାଉନ ଥିବ କହିଥିଲେ। ଦୋକାନୀ ମଧ୍ୟ ନେଟୱର୍କ ସମସ୍ୟା ଭାବି ଗ୍ରାହକଙ୍କୁ ଜିନିଷ ନେବାକୁ କହିଥିଲେ । କିନ୍ତୁ କିଛି ଦିନ ପରେ ମଧ୍ୟ ଆକାଉଣ୍ଟକୁ ଟଙ୍କା ଆସିନଥିଲା । ବ୍ୟାଙ୍କରେ ଇନକ୍ବାରି ବେଳେ ସତ ସାମ୍ନାକୁ ଆସିଥିଲା । ସେହି ୧୦ଟଙ୍କାର ଟ୍ରାନଜାକ୍ସନରୁ ଆକାଉଣ୍ଟ ଓ ମୋବାଇଲ ନମ୍ବର ଆଧାରରେ ସେହି ଠକକୁ ଠାବ କରିଵାରେ ସଫଳ ହୋଇଥିଲା ପୋଲିସ ।

କୋଲକାତାରୁ ଗିରଫ ପରେ ତା' ଠାରୁ ୨ ଲକ୍ଷର ଅଳଙ୍କାର ଜବତ କରାଯାଇଛି । ଏହି ଘଟଣାରେ ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଥିଲେ ଯେ ସେହି ୧୫ ତାରିଖରେ ଅନୁରୂପ ଢଙ୍ଗରେ ପୁରୀରେ ମଧ୍ୟ ଏକ ଗହଣା ଦୋକାନକୁ ଲକ୍ଷେ ଟଙ୍କାର ଚୁନା ଲଗାଇ ରାଜୀବ ପଳାଇଥିଲେ । ଦେଶର ଵିଭିନ୍ନ ସହର ବୁଲି ବୁଲି ଏପରି କରୁଥିବାର ସନ୍ଦେହ କରୁଛି ପୋଲିସ । ଏହାର ଚେର ଧରିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ସମସ୍ତ ପୋଲିସକୁ ଏନେଇ ସୂଚିତ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.