ETV Bharat / city

ମୟୂରଭଞ୍ଜର ଲଘୁ ଖଣିଜ ଉତ୍ସକୁ କାର୍ଯ୍ୟକ୍ଷମ କରିବାକୁ ଏସିଏସଙ୍କ ନିର୍ଦ୍ଦେଶ

ମୟୂରଭଞ୍ଜ ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାର ବହୁବିଧ ସୁବିଧା ଓ ସମସ୍ୟା ନେଇ ବୈଠକରେ ଆଲୋଚନା ହୋଇଛି। ଅଧିକ ପଢ଼ନ୍ତୁ

author img

By

Published : Apr 6, 2022, 8:37 AM IST

mayurbhanj district level revenue meeting by acs
ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ, ଜନସାଧାରଣଙ୍କ ସମସ୍ୟା ପ୍ରତି ଗୁରୁତ୍ବାରୋପ

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାର ବହୁବିଧ ସୁବିଧା ଓ ସମସ୍ୟା ନେଇ ବୈଠକରେ ଆଲୋଚନା ହୋଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକର ଆୟୋଜନ ହୋଇଥିଲା।

ମୟୂରଭଞ୍ଜ ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକରେ ଜନସାଧାରଣଙ୍କ ସମସ୍ୟାକୁ ବିଶେଷ ଭାବରେ ଗୁରୁତ୍ବ ଦିଆଯାଇଛି। ତହସିଲ ଓ ନିବନ୍ଧନ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ନିଜ ଅଧିନସ୍ଥ କାର୍ଯ୍ୟାଳୟରେ ଅଧିକ ସ୍ବଚ୍ଛତା ଆଣିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜନ ସାଧାରଣଙ୍କୁ ଆଇନ ଅନୁଯାୟୀ ଦାଖଲ ଖାରଜ ଓ ଘରବାଡ଼ି ପଟ୍ଟା ସେବା ତ୍ବରିତ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୟୁରଭଞ୍ଜ ଜିଲ୍ଲାରେ 282 ଲଘୁ ଖଣିଜ ଉତ୍ସରୁ ମାତ୍ର 99 ଲଘୁ ଖଣିଜ ଉତ୍ସ କାର୍ଯ୍ୟକ୍ଷମ ହୋଇଛି । ଅବଶିଷ୍ଟ ଲଘୁ ଖଣିଜ ଉତ୍ସକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟତଃ ସୀମାନ୍ତ ଅଞ୍ଚଳରୁ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣକୁ ରୋକିବାକୁ ଉପ ଜିଲ୍ଲାପାଳ ଓ ତହସିଲଦାରଙ୍କୁ କଡା ତାଗିଦ କରାଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ କପ୍ତିପଦା, ଠାକୁରମୁଣ୍ଡା, କରଞ୍ଜିଆ ଓ ଶାମାଖୁଣ୍ଟା ତହସିଲର ଅଧିକ ଲଘୁ ଖଣିଜ ଉତ୍ସକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରେଳବାଇ, ଜାତୀୟ ରାଜପଥ ଓ ଜଳସେଚନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ବିଳମ୍ବ ନକରିବାକୁ ସମସ୍ତ ଜମି ଅଧିଗ୍ରହଣ ଅଧିକାରୀଙ୍କୁ କୁହାଯାଇଛି। ଜିଲ୍ଲା ମଧ୍ୟରେ କାର୍ଯ୍ୟକ୍ଷମ ବାଲେଶ୍ୱର ଝାରପୋଖରିଆ, ସିଂଘଡା ବିଞ୍ଜବାହାଲ ଓ ବାହାରଗୋଡ଼ା ସିଂଘଡା ଜାତୀୟ ରାଜପଥ ପ୍ରଶସ୍ତିକରଣ ନିମନ୍ତେ ତ୍ୱରିତ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଛି । ଜିଲ୍ଲାର 5ଟି ଉଚ୍ଚ ବିଦ୍ୟାଳୟକୁ ଏପ୍ରିଲ 30 ସୁଦ୍ଧା ସଂଶୋଧିତ ଜମି ପଟ୍ଟା ଦେବାକୁ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ । ଏତଦବ୍ୟତୀତ ମୂଲ୍ୟବାନ ସରକାରୀ ଜମିକୁ ସୁରକ୍ଷା ଓ ସଂରକ୍ଷଣ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିୟମିତ ସମୀକ୍ଷା ବୈଠକ କରାଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରାଥମିକତା ଉପରେ ଗୁରୁତ୍ବାରୋପ କରି ବିଭିନ୍ନ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ବୈଠକରେ ବିଭାଗର ବହୁ ବରିଷ୍ଠ ଅଧିକାରୀ, ଆଇଜିଆର, ଭୂ ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ,ଏନଆଇସିର ବରିଷ୍ଠ ଅଧିକାରୀ, ମୟୂରଭଞ୍ଜ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଜମି ଗ୍ରହଣ ଅଧିକାରୀ, ସ୍ବତନ୍ତ୍ର ଜମି ଗ୍ରହଣ ଅଧିକାରୀ, ତହସିଲଦାର ତଥା ଅନ୍ୟାନ୍ୟ କ୍ଷେତ୍ରାଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.