ETV Bharat / city

ଅଫଲାଇନରେ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା - ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା

ଅଫଲାଇନରେ ପରୀକ୍ଷା ଦେବେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ଏଥର ଛାତ୍ରଛାତ୍ରୀ ଅଫଲାଇନରେ ପରୀକ୍ଷା ହେବା ନେଇ ଜଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ...

ଏଥର ଅଫଲାଇନରେ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା

author img

By

Published : Dec 3, 2020, 2:09 PM IST

ଭୁବନେଶ୍ବର: ଏଥର ଅଫଲାଇନରେ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା । ରାଜ୍ୟରେ ଯେତେବେଳେ ବି ପରୀକ୍ଷା ହେବ ଅଫଲାଇନରେ ହେବ । ପରୀକ୍ଷା ବିଳମ୍ବରେ ହୋଇପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ମହାନ୍ତି କହିଛନ୍ତି ।

ଏଥର ଅଫଲାଇନରେ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା

ସେ କହିଛନ୍ତି, ଅନଲାଇନ ପାଠପଢା ଯୋଗୁଁ ସବୁ ଛାତ୍ରଛାତ୍ରୀଙ୍କ ନିକଟରେ ଆମେ ପହଞ୍ଚି ପାରୁନୁ । ପରୀକ୍ଷା ପାଇଁ ନିହାତି ପାଠପଢା ଆବଶ୍ୟକତା ରହିଛି । ପରୀକ୍ଷା ପୂର୍ବରୁ ନିହାତି ଶିକ୍ଷାଦାନ ଆବଶ୍ୟକ । SRCଙ୍କ ଗାଇଡଲାଇନ ପରେ ବିଭାଗ ଅନୁଧ୍ୟାନ କରୁଛି । ସବୁ ଦିଗକୁ ବିଚାରକୁ ନେଇ ନିଷ୍ପତ୍ତି ନିଆଯିବ ।

ଅନ୍ୟପଟେ ସ୍କୁଲ ଫି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପାଖରେ କୌଣସି ପଲିସି ନାହିଁ । କେବଳ କୋରୋନା ପାଇଁ ସ୍କୁଲ ଫି ଛାଡ ପ୍ରସଙ୍ଗରେ ହାଇକୋର୍ଟ ଉତ୍ତର ମାଗିଥିଲେ । ଏଥିପାଇଁ ବିଭାଗ ପାଖରେ କୌଣସି ପଲିସି ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.