ଭୁବନେଶ୍ବର: ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ପ୍ରେସମିଟ୍ । ରାଜ୍ୟରେ ମନରେଗାରେ ବ୍ୟାପକ ଦୁର୍ନୀତି ନେଇ ଆଣିଲେ ସଙ୍ଗୀନ ଅଭିଯୋଗ । ଗୋଲକଙ୍କ ଅଭିଯୋଗ ଓଡ଼ିଶାରେ ମନରେଗା କାମରେ ବ୍ୟାପକ ଦୁର୍ନୀତି ହୋଇଛି ।
ତେବେ ରାତି ଅଧିଆ ଜେସିବିରେ ମନରେଗା କାମ କରାଯାଇଛି । ଏକାଧିକ ସ୍ଥାନରେ ହିତାଧିକାରୀଙ୍କ ନାଁରେ ମିଛ ବିଲ୍ ମଧ୍ୟ ହେଉଛି । ବିଜେଡି ନେତାଙ୍କ ମଧୁଚନ୍ଦ୍ରିକାରେ ଏହି ଦୁର୍ନୀତି ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି ।
ତଥ୍ୟ ସହିତ ଅଭିଯୋଗ ରଖିଲେ ଗୋଲକ । ଏସବୁ କଣ୍ଟ୍ରାକ୍ଟର, ମେସିନ ମ୍ୟାନ, ବିଡ଼ିଓ ଓ ବିଜେଡି ନେତାଙ୍କ ମଧୁଚନ୍ଦ୍ରିକାରେ ହେଉଛି ବୋଲି ସେ କହିଛନ୍ତି । ଏହାସହ ଘଟଣାର ବିଧିବଦ୍ଧ ତଦନ୍ତ ଦାବି କଲେ ଗୋଲକ ମହାପାତ୍ର । ନହେଲେ ଲକଡାଉନ ସମୟରେ ବି ରାଜ୍ୟର ପ୍ରତି ବ୍ଳକ ଆଗରେ ପ୍ରତିବାଦ କରିବ ବିଜେପି ଏନେଇ ସେ ଚେତାବନୀ ଦେଇଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ