ETV Bharat / city

ଆସିଲା ଲିଙ୍ଗରାଜ ମନ୍ଦିର ସ୍ବତନ୍ତ୍ର ଆଇନ, ଝଟକିଲା ଏକାମ୍ର କ୍ଷେତ୍ର

author img

By

Published : Dec 14, 2020, 10:01 PM IST

ଆଲୋକମୟ ଏକାମ୍ର କ୍ଷେତ୍ର । ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଉପରେ ମୋହର ଲାଗିବା ପରେ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ ଉତ୍ସବ ପାଳିତ ହୋଇଛି। ଅଧିକ ପଢ଼ନ୍ତୁ...

mass light program held in front of lingaraj temple for new law for the temple
ଲିଙ୍ଗରାଜ ମନ୍ଦିରରେ ସମୂହ ଦୀପଦାନ, ସାମିଲ ହେଲେ ମନ୍ତ୍ରୀ ବିଧାୟକ

ଭୁବନେଶ୍ବର: ଆଲୋକମୟ ଏକାମ୍ର କ୍ଷେତ୍ର । ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଉପରେ ମୋହର ଲାଗିବା ପରେ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ ଉତ୍ସବ ପାଳିତ ହୋଇଛି । ମନ୍ଦିର ପରିସରରେ ଝୋଟି ପକାଇ ମହାଦେବଙ୍କ ପାଇଁ ପ୍ରାୟ ୧୦ ହଜାର ଦୀପ ଦାନ ହୋଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଏଭଲି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ସେବାୟତ ଓ ସ୍ଥାନୀୟ ବାସିନ୍ଦା ।

ଏହି ଦୀପଦାନ ଉତ୍ସବରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସହ ମନ୍ଦିର ସେବାୟତ, ଦେବୋତ୍ତର ବିଭାଗ ଓ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଥିଲେ । ସ୍ବତନ୍ତ୍ର ଆଇନ ଆସିବା ପରେ, ମନ୍ଦିର ପରିଚାଳନା କମିଟି ଗଠନ, କମିଟିର ସଭ୍ୟ ସଂଖ୍ୟା, କମିଟିର ଦାୟିତ୍ବ, ପରିଚାଳକଙ୍କ ଦାୟିତ୍ବ ଓ କ୍ଷମତା, ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତିର ସୁରକ୍ଷା, ସେବକଙ୍କ ଭୂମିକା, ମନ୍ଦିର ପାଣ୍ଠି ଗଠନ ଇତ୍ୟାଦି ଅଧିନିୟମ ଅନୁଯାୟୀ ହେବ ।

କ୍ୟାବିନେଟରେ ଲିଙ୍ଗରାଜ ମନ୍ଦିରକୁ ନେଇ ପାରିତ ହୋଇଥିବା ସ୍ଵତନ୍ତ୍ର ଅଧିନିୟମ ଅନୁଯାୟୀ ଏଣିକି ଶ୍ରୀମନ୍ଦିର ଢାଞ୍ଚାରେ ପରିଚାଳିତ ହେବ ଲିଙ୍ଗରାଜ ମନ୍ଦିର । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସ୍ବତନ୍ତ୍ର ଆଇନ ବଳରେ ଗଢ଼ାଯିବ ଲିଙ୍ଗରାଜ ମନ୍ଦିର ପରିଚାଳନା କମିଟି ।

ଗତ ଡିସେମ୍ବର ୨ ତାରିଖରେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତଦାରଖ କରିବାକୁ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ସେବାୟତମାନଙ୍କ ସହ ଆଲୋଚନା ସମୟରେ ପୁରୀ ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ଏକ ସ୍ବତନ୍ତ୍ର ଆଇନ ଆସିବ ବୋଲି ସୂଚନା ଦେଇଥିଲେ । ତେବେ ଆଜି (ସୋମବାର) ନୂଆ ନିୟମ ଉପରେ କ୍ୟାବିନେଟ ମୋହର ଲାଗିଛି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.