ETV Bharat / city

ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅଭିଯାନ, ପ୍ରଥମ ପର୍ଯ୍ୟାୟରେ ସାମିଲ ହେବ ୮ ଜିଲ୍ଲା - ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ ଅଭିଯାନ

ଫାଇଲେରିଆ ନିରାକରଣ ପାଇଁ ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ ଅଭିଯାନ। ଆସନ୍ତାକାଲି (ଗୁରୁବାର) ପ୍ରଥମ ପର୍ଯ୍ୟାୟରେ ୮ ଜିଲ୍ଲା ହେବେ ସାମିଲ । ଅଧିକ ପଢନ୍ତୁ

ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅଭିଯାନ, ପ୍ରଥମ ପର୍ଯ୍ୟାୟରେ ସାମିଲ ହେବ ୮ ଜିଲ୍ଲା

author img

By

Published : Feb 9, 2022, 4:43 PM IST

Updated : Feb 9, 2022, 8:18 PM IST

ଭୁବନେଶ୍ବର: ଫାଇଲେରିଆ ନିରାକରଣ ପାଇଁ ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ ଅଭିଯାନ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ରାଜ୍ୟରେ ୨ଟି ପର୍ଯ୍ୟାୟରେ "ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅଭିଯାନ" ହେବାକୁ ଥିବା ବେଳେ 10 ଫେବୃଆରୀରୁ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ।

ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅଭିଯାନ, ପ୍ରଥମ ପର୍ଯ୍ୟାୟରେ ସାମିଲ ହେବ ୮ ଜିଲ୍ଲା

ପ୍ରଥମ ପର୍ଯ୍ୟାୟରେ ୮ ଟି ଜିଲ୍ଲା ଅନୁଗୁଳ, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡା, ନୟାଗଡ଼ ଏବଂ ନୂଆପଡା ଠାରେ ଆରମ୍ଭ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୧୦ରୁ ୭ ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରାଯିବ। ବରଗଡ, କେନ୍ଦୁଝର,କନ୍ଧମାଳ, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡରେ ଆରମ୍ଭ ହେବ । ଏହି ରାଜ୍ୟ ସ୍ତରୀୟ ଅଭିଯାନ ଆସନ୍ତାକାଲି(ଗୁରୁବାର) ଶୁଭାରମ୍ଭ ହେବ।

ଏହାବି ପଢନ୍ତୁ : ରାଜଧାନୀରେ ଭାଙ୍ଗୁଛି ନିଶା ମାଫିଆଙ୍କ ଗଡ, ପୌର ନିର୍ବାଚନ‌ ପୂର୍ବରୁ ଚଢାଉ ଜୋରଦାର

ପ୍ରଥମ ପର୍ଯ୍ୟାୟରେ ୮ ଟି ଜିଲ୍ଲାରେ ୧ କୋଟି ୪୦ ଲକ୍ଷ ଲୋକ ସାମିଲ ହେବେ। ପ୍ରାୟ ୫୫ ହଜାର ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବେ। ୨ ବର୍ଷ ବୟସ ଉପରକୁ ସମସ୍ତ ବ୍ୟକ୍ତିଙ୍କୁ ଏହି ଅଭିଯାନରେ ସାମିଲ କରାଯିବ। କେବଳ ଗର୍ଭବତୀ ମହିଳା, ଅତି ଦୁର୍ବଳ ଲୋକ ଓ ୨ ବର୍ଷରୁ କମ ପିଲାଙ୍କୁ ଏଥିରୁ ବାଦ ଦିଆଯିବ।

ପ୍ରଥମ ଥର ପାଇଁ ଶିକ୍ଷାନୁଷ୍ଠାନ, ଅଫିସକୁ ଯାଇ ଔଷଧ ବାଣ୍ଟିବେ ସ୍ୱାସ୍ଥ୍ୟକର୍ମୀ। ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ସମସ୍ତେ ଔଷଧ ଖାଇବେ। ଏଥିରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥିବା ବେଳେ ସମସ୍ତେ ଔଷଧ ଖାଇବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Feb 9, 2022, 8:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.