ETV Bharat / city

ରାଜଧାନୀରେ 90ତମ ଶହୀଦ ଦିବସ ପାଳିତ - 90ତମ ଶହୀଦ ଦିବସ

ଆଜି ରାଜଧାନୀରେ 90ତମ ଶହୀଦ ଦିବସ ପାଳନ କରାଯାଇଛି । ଅଧିକ ପଢନ୍ତୁ...

ରାଜଧାନୀରେ 90ତମ ଶହୀଦ ଦିବସ ପାଳିତ
ରାଜଧାନୀରେ 90ତମ ଶହୀଦ ଦିବସ ପାଳିତ
author img

By

Published : Mar 23, 2021, 1:51 PM IST

ଭୁବନେଶ୍ବର: ଆଜି(ମଙ୍ଗଳବାର) ହେଉଛି 90ତମ ଶହୀଦ ଦିବସ । ଏହି ଦିବସ ରାଜଧାନୀ ଭୁବନେଶ୍ବରସ୍ଥିତ ସ୍ଥିତ ମାଷ୍ଟର କ୍ୟାଣ୍ଟିନ୍ ଛକ ନିକଟରେ ପାଳିତ ହୋଇଛି । ଏହି ଅବସରରେ ରାଜ୍ୟର ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଅମୟକାନ୍ତ ଦାଶ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଭଗତ୍ ସିଂଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ସମାଜ ପାଇଁ କିଛି କରିବାକୁ ଉପଦେଶ ଦେଇଛନ୍ତି ।

ରାଜଧାନୀରେ 90ତମ ଶହୀଦ ଦିବସ ପାଳିତ

ଭଗତ୍ ସିଂ ଯୁବସେନା ପକ୍ଷରୁ ଏହି ଦିବସକୁ ପାଳନ କରାଯାଇଛି । ଏହି ଅବସରରେ ଏଥିରେ ଓଡ଼ିଶାର ବିଶିଷ୍ଟ ସମାଜସେବୀ ଅମୟକାନ୍ତ ଦାଶ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଭଗତ୍ ସିଂଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ସମାଜ ପାଇଁ କିଛି କରିବାକୁ ସେ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭଗତ ସିଂ ଯୁବ ସେନାର ସମାଜସେବୀ ତଥା ଉପଦେଷ୍ଟା ବିଶ୍ବଜିତ୍ ସାମନ୍ତରାୟ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଭଗତ୍ ସିଂଙ୍କ ସଂଗ୍ରାମୀ ଜୀବନ ଉପରେ ବିସ୍ତୃତ ଭାବରେ ବୁଝାଇଥିଲେ । ସଙ୍ଘର ଅନ୍ୟ ସଭ୍ୟମାନେ ଯୋଗ ଦେଇ ଭଗତ ସିଂଙ୍କ ସ୍ମୃତି ଚାରଣ କରିଥିବା ଦେଖିବାକୁ ମିଳିଥିଲା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.