ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ । ମନୋଜ ଦାସଙ୍କ ସ୍ମୃତିରେ ଜୟଦେବ ଭବନରେ ଶ୍ରାଦ୍ଧ ବାର୍ଷିକୀ ସମାରୋହ ଆୟୋଜିତ ହୋଇଛି । ପର୍ଯ୍ୟଟନ ଓ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ଖ୍ୟାତାନାମା କଥାକାର ଅଚ୍ୟୁତାନନ୍ଦ ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାସହ ଅନେକ ବିଶିଷ୍ଟ ଲେଖକ ପ୍ରାବନ୍ଧିକ ଓ ଗାଳ୍ପିକା ଯୋଗ ଦେଇ ଦିବଙ୍ଗତ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ମନୋଜଙ୍କ କାଳଜୟୀ ଲେଖନୀ ଓ ସୃଜନଶୀଳତା ଉପରେ ଆଲୋକପାତ କରିଥିଲେ । ତାଙ୍କ ଲେଖନୀରେ ପ୍ରତିଟି ଶବ୍ଦ ଶ୍ରୋତାଙ୍କୁ ବେଶ ମନ୍ତ୍ରମୁଗ୍ଧ କରୁଥିଲା ।
ତାଙ୍କର ପ୍ରତିଟି ଲେଖା ଭିତରେ ସେ ଆଜିବି ଉଜ୍ଜୀବିତ ରହିଥିବା ସମାରୋହରେ ସାମିଲ ଅତିଥିମାନେ କହିଥିଲେ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଅଳ୍ପବୟସରୁ ସେ ନିଜର ପ୍ରତିଭା ପରିଦର୍ଶନ କରିଥିଲେ ।
ଜଣେ ସୁଲେଖକ ଓ ମିଷ୍ଟଭାଷୀ ମଣିଷ ଥିଲେ । ତେଣୁ ତାଙ୍କର ଶ୍ରାଦ୍ଧ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସେଭଳି ଯୁଗ ପୁରୁଷ ଆଉଥରେ ଓଡିଶା ମାଟିରେ ଜନ୍ମ ନିଅନ୍ତୁ ବୋଲି ମନୋଜପ୍ରେମୀ ମତ ରଖିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ