ETV Bharat / city

ଟିକା ନେଲେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ - ମାନସ ମଙ୍ଗରାଜ

ଟିକା ନେଲେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବା ପାଇଁ କଲେ ଆହ୍ବାନ । ଅଧିକ ପଢନ୍ତୁ...

Manas Mangraj was vaccinated  in bhubaneswar
ଟିକା ନେଲା ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ
author img

By

Published : Apr 3, 2021, 7:20 AM IST

ଭୁବନେଶ୍ବର: କୋଭିଡ ଟିକା ନେଲେ ରାଜ୍ୟ ସରକାରଙ୍କର ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । କୋଭିଡ ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଛନ୍ତି ମାନସ । ଟିକା ନେବା ପରେ ସୁସ୍ଥ ଅଛନ୍ତି ବିଜେଡିର ସାଧାରଣ ସମ୍ପାଦକ ମାନସ । ତାଙ୍କ ଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇ ନଥିବା ସୂଚନା ମିଳିଛି ।

Manas Mangraj was vaccinated  in bhubaneswar
ଟିକା ନେଲା ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ

ଟିକା ନେବାର କିଛି ସମୟ ଡାକ୍ତରଙ୍କ ତତ୍ତ୍ବବଧାନରେ ରହି ଫେରିଥିଲେ । ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବା ଲାଗି ଆହ୍ୱାନ ଜଣାଇଛନ୍ତି ବିଜେଡିର ଏହି ହେଭିୱେଟ ନେତା । ଟିକା ନେବା ଲାଗି ଟ୍ୱିଟ କରି ଅନୁରୋଧ କରିଛନ୍ତି ମାନସ । ଗତବର୍ଷ କୋରୋନାରେ ଆକ୍ରାନ୍ତ ହୋଇଥିଲେ ମାନସ । କୋରୋନା ଆକ୍ରାନ୍ତ ହେବା ପରେ ପ୍ରଥମେ ସେଲ୍ଫ ଆଇସୋଲେସନରେ ରହିଥିଲେ । ତେବେ ସ୍ୱାସ୍ଥ୍ୟ ଅବସ୍ଥା ଟିକେ ଜଟିଳ ହେବାରୁ ତାଙ୍କୁ ଏକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସୁସ୍ଥ ହୋଇ ସାଧାରଣ ଜୀବନକୁ ଫେରିଥିଲେ ମାନସ । କୋରୋନାରେ ଆକ୍ରାନ୍ତ ହୋଇ ଜୀବନ ହରାଇଥିବା କୋଭିଡ ଯୋଦ୍ଧା ସାମ୍ବାଦିକଙ୍କ ଲାଗି ପରିବାର ବର୍ଗଙ୍କ ଲାଗି ସେ ଅନେକ ପଦକ୍ଷେପ ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷଣା ହୋଇଥିବା ଅନୁକମ୍ପା ମୂଳକ ସହାୟତା ରାଶିକୁ କିପରି ଜୀବନ ହାରିଥିବା ସାମ୍ବାଦିକଙ୍କ ପରିବାର ଲୋକେ ପାଇପାରିବେ ଏନେଇ ସେ ଅନେକ ପଦକ୍ଷେପ ନେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.