ETV Bharat / city

ମମିତାଙ୍କୁ ନ୍ୟାୟ: ଦସ୍ତଖତ ଅଭିଯାନ କଲା ବିଜେପି ଯୁବ ମୋର୍ଚ୍ଚା - ଦସ୍ତଖତ ଅଭିଯାନ

ମମିତା ମେହେରକୁ ନ୍ୟାୟ ଦାବିରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରେଳଷ୍ଟେସନ, ମାଷ୍ଟରକ୍ୟାଣ୍ଟିନ ସମ୍ମୁଖରେ ଦସ୍ତଖତ ଅଭିଯାନ। ଅଧିକ ପଢନ୍ତୁ

mamita meher murder case Signature campaign by youth bjp
ମମିତା ମେହେର ହତ୍ୟାକାଣ୍ଡ: ବିଜେପି ଯୁବ ମୋର୍ଚ୍ଚାର ଦସ୍ତଖତ ଅଭିଯାନ
author img

By

Published : Nov 17, 2021, 4:55 PM IST

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବିଜେପି ଯୁବ ମୋର୍ଚ୍ଚାର ଦସ୍ତଖତ ଅଭିଯାନ । ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ବର ରେଳଷ୍ଟେସନ, ମାଷ୍ଟରକ୍ୟାଣ୍ଟିନ ସମ୍ମୁଖରେ ଦସ୍ତଖତ ଅଭିଯାନ କରାଯାଇଛି ।

ମମିତା ମେହେର ହତ୍ୟାକାଣ୍ଡ: ବିଜେପି ଯୁବ ମୋର୍ଚ୍ଚାର ଦସ୍ତଖତ ଅଭିଯାନ

ଭୁବନେଶ୍ଵର ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ଵରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ ଓ ତୁରନ୍ତ ଗିରଫ ଦାବି କରିଛି ଦଳ । ଭୁବନେଶ୍ବର ରେଳଷ୍ଟେସନ, ମାଷ୍ଟରକ୍ୟାଣ୍ଟିନ ସମ୍ମୁଖରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଦାଗି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ । ମନ୍ତ୍ରୀଙ୍କୁ ସାଧାରଣ ଜନସଭାରେ ସାମିଲ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଦିନକୁ ଦିନ ଏହି ମାମଲାରେ ରାଜ୍ୟ ସରକାର ଢିଲା କରୁଛନ୍ତି । ତଦନ୍ତ ପ୍ରକ୍ରିୟାରେ ହିସ୍ତକ୍ଷେପ କରୁଛନ୍ତି ବୋଲି କହିଛନ୍ତି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି । ମମିତାକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବିଜେପି ଆନ୍ଦୋଳନ ଜାରୀ ରଖିବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.