ETV Bharat / city

IPS ସ୍ତରରେ ଅଦଳବଦଳ: ସୁଧାଂଶୁ ଷଡଙ୍ଗୀ ହେଲେ ଗୄହ ବିଭାଗ OSD, ଯଶୱନ୍ତ ଜେଠୱା ଭିଜିଲାନ୍ସ ଡାଇରେକ୍ଟର - Major changes at the IPS level in state

ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ
ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ
author img

By

Published : Jun 24, 2021, 6:54 PM IST

Updated : Jun 24, 2021, 8:35 PM IST

18:51 June 24

IPS ସ୍ତରରେ ବଡ ଧରଣର ଅଦଳ ବଦଳ

ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ
ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ

ଭୁବନେଶ୍ବର: ବରିଷ୍ଠ ପୋଲିସ ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଗୃହ ବିଭାଗର ଓଏସଡି ହେଲେ ଡ଼. ସୁଧାଂଶୁ ଷଡ଼ଙ୍ଗୀ । ସେହିପରି ନୂଆ ପରିବହନ କମିଶନ ହୋଇଛନ୍ତି ଅରୁଣ ବୋଥ୍ରା । ଏ ନେଇ ଗୁରୁବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  

ଡ଼. ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଗୃହ ବିଭାଗର ଓଏସଡି ଭାବରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ପୋଲିସ ଗୃହ ନିର୍ମାଣର ସିଏମଡି ଦାୟିତ୍ବରେ ଥିଲେ 1990 ବ୍ୟାଚର ସୁଧାଂଶୁ । ନୂଆ ଗୁଇନ୍ଦା ନିର୍ଦେଶକ ହୋଇଛନ୍ତି 1992 ବ୍ୟାଚର ଅଫିସର ଲଳିତ ଦାସ ।  ସେ ପୋଲିସ ମୁଖ୍ୟାଳୟର ଅତିରିକ୍ତ ଡିଜି ଦାୟିତ୍ବ ଥିଲେ । 

ପରିବହନ କମିଶନ ଥିବା ସଂଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଭାବେ ବଦଳି କରାଯାଇଛି । ଏହା ସହ 1994 ବ୍ୟାଚର ସଂଜୀବଙ୍କୁ ପୋଲିସ ଗୃହ ନିର୍ମାଣର ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

ସେହିପରି ଭିଜିଲାନ୍ସ ନିର୍ଦ୍ଦେଶକ ହେଲେ 1994 ବ୍ୟାଚର ଯଶୱନ୍ତ ଜେଠୱା । ପୂର୍ବରୁ ସେ ପୋଲିସ ଆଇନ ଏବଂ ଶୃଙ୍ଖଳାର ଅତିରିକ୍ତ ଡିଜି ଥିଲେ । ଗୁଇନ୍ଦା ନିର୍ଦ୍ଦେଶକ ଥିବା 1995 ବ୍ୟାଚର ଆର. କେ ଶର୍ମାଙ୍କୁ ପୋଲିସ ଆଇନ ଏବଂ ଶୃଙ୍ଖଳାର ଅତିରିକ୍ତ ଡିଜି ଭାବେ ନୂଆ ନିଯୁକ୍ତି ଦିଆଯାଇଛି ।

ନୂଆ ପରିବହନ କମିଶନ ହୋଇଛନ୍ତି ଅରୁଣ ବୋଥ୍ରା । 1996 ବ୍ୟାଚର ଅରୁଣ ଓଏସଆରଟିସିର ସିଏମଡି ଏବଂ କ୍ରୁଟର ସିଇଓ ଥିଲେ । ଅରୁଣ ପରିବହନ କମିଶନର ଭାବେ ବଦଳି ହେବା ପରେ ଓଏସଆରଟିସିର ସିଏମଡି ଏବଂ କ୍ରୁଟର ସିଇଓ ପଦ ଫାଙ୍କା ହେଇଛି ।  

ହେଲେ କିଛି ଦିନ ପରେ ଏନେଇ ନୂଆ ନିଯୁକ୍ତି ହେବ ବୋଲି ସୂଚନା ମିଳିଛି । ସେହିପରି ଆଇଜି ଭିଜିଲାନ୍ସ ଭାବେ ବଦଳି ହୋଇଛନ୍ତି 1997 ବ୍ୟାଚର ଅସିତ କୁମାର ପାଣିଗ୍ରାହୀ । ସେ ଆଇଜି ହୋମଗାର୍ଡ ଏବଂ ଅଗ୍ନିଶମ ଦାୟିତ୍ବରେ ଥିଲେ । ଅସିତଙ୍କ ବଦଳି ପରେ ଏଠାରେ ନୂଆ ନିଯୁକ୍ତି ହୋଇନି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ 

Last Updated : Jun 24, 2021, 8:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.