ଭୁବନେଶ୍ବର: ରାଜଧାନୀର ଲିଙ୍ଗରାଜ ମନ୍ଦିରରେ ରାତି ୧୦.୨୦ରେ ଉଠିଲା ମହାଦୀପ । ଏହାପରେ ଉପବାସ ଭାଙ୍ଗିଥିଲେ ଶ୍ରଦ୍ଧାଳୁ । ମହାଦେବଙ୍କ ଆଶିଷ ପାଇ ଜାଗର ପାଳୁଛନ୍ତି ଶ୍ରଦ୍ଧାଳୁ । ବେଢ଼ା ପରିକ୍ରମା ପରେ ଲିଙ୍ଗରାଜ ମନ୍ଦିର ଉପରକୁ ଉଠିଥିଲା ମହାଦୀପ । ଏହି ସମୟରେ ହରହର ମହାଦେବ ଧ୍ବନିରେ ପ୍ରକମ୍ପତି ହୋଇ ଉଠିଥିଲା ସମଗ୍ର ଏକାମ୍ର କ୍ଷେତ୍ର ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ