ETV Bharat / city

'ରାଜ୍ୟବାସୀ ନିୟମ ନମାନିଲେ ପୁଣି ଲାଗୁ ହୋଇପାରେ ଲକଡାଉନ'

author img

By

Published : Mar 22, 2021, 2:58 PM IST

ରାଜ୍ୟବାସୀ କୋଭିଡ ନିୟମ ନମାନିଲେ ପୁଣି ଲକଡାଉନ ଲାଗୁ ହୋଇପାରେ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଅଧିକ ପଢନ୍ତୁ...

'ରାଜ୍ୟବାସୀ ନିୟମ ନମାନିଲେ ପୁଣି ଲାଗୁ ହୋଇପାରେ ଲକଡାଉନ'
'ରାଜ୍ୟବାସୀ ନିୟମ ନମାନିଲେ ପୁଣି ଲାଗୁ ହୋଇପାରେ ଲକଡାଉନ'

ଭୁବନେଶ୍ବର: ଦେଶର ଅନ୍ୟ ରାଜ୍ୟ ସମେତ ଆମ ରାଜ୍ୟରେ ମଧ୍ୟ ଗତ କିଛି ଦିନ ଧରି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ତେବେ ରାଜ୍ୟବାସୀ କୋରୋନାର ନିୟମକୁ ନ ମାନିଲେ ପୁଣି ମହାମାରୀର ସାଘାଂତିକ ରୂପକୁ ଏଡାଇବା ପାଇଁ ଲକଡାଉନ ଫେରିବାର ସମ୍ଭାବନା ରହିଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

କୋରୋନା ମାମଲା ସାରା ଦେଶରେ ବଢିବା ସହିତ ଆମ ରାଜ୍ୟରେ ମଧ୍ୟ ବଢୁଥିବା ଦେଖିବାକୁ ମିଳୁଛି । କଟକ ଜିଲ୍ଲାର ଏକ ଶିକ୍ଷାନୁଷ୍ଠାନରେ 21 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କୋଭିଡର ସାଘାଂତିକ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ୍ତରରେ ରାଜ୍ୟ ସରକାର ଲୋକମାନଙ୍କୁ ସଚେତନ କରୁଛନ୍ତି। ମୁଖ୍ୟତଃ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ଅଧିକ ନଜର ରଖାଯାଉଛି । ହୋମ ଆଇସୋଲେସନକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଉଛି । ନିୟମ କଡ଼ାକଡ଼ି ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ଏବଂ ଆବଶ୍ୟକ ପଡିଲେ ଲକଡାଉନ ପୁଣି ଲାଗୁ ହୋଇପାରେ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ରାଜ୍ୟର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ସଂକ୍ରମଣ ବଢିଥିବା ରିପୋର୍ଟ ଆସିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଆବଶ୍ୟକ ପଡିଲେ ଅନ୍ୟ ରାଜ୍ୟ ଭଳି ମଧ୍ୟ ପଦକ୍ଷେପ ନିଆଯାଇପାରେ । ରାଜ୍ୟରେ ବର୍ତ୍ତମାନ କିଛି କୋଭିଡ ହସ୍ପିଟାଲ ବନ୍ଦ ହୋଇଥିଲେ ମଧ୍ୟ ଆବଶ୍ୟକ ପଡିଲେ ଏହାକୁ ସମ୍ପ୍ରସାରଣ କରାଯିବ । ସରକାର ସ୍ଥିତିକୁ ନିୟନ୍ତ୍ରଣ କରିବା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଲୋକମାନେ କୋଭିଡ ନିୟମ ମାନିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ସତର୍କ କରାଇବା ଆବଶ୍ୟକ । ଲୋକମାନେ ଏପରି ନକଲେ ଲକଡାଉନ ପରିସ୍ଥିତିକୁ ନିମନ୍ତ୍ରଣ କରିବେ । ଗତବର୍ଷର ଅନୁଭବ ଅନୁଯାୟୀ ହସ୍ପିଟାଲରେ ପଦକ୍ଷେପ ନିଆଯିବ ବୋଲି ଡିଏମଇଟି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.